Posted inଜାତୀୟ

୩୨ଥର ପାଇଁ ନିଜର ମତ ସାବ୍ୟସ୍ତ କଲେ ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ଜଣେ

କଳ୍ପ,୧୯।୫: ଭାରତରେ ୧୯୫୧ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୮ ବର୍ଷ ତଳେ ଭୋଟ ଦେବାରେ ଯେଉଁ ଉତ୍ସାହ ଥିଲା ଆଜିବି ସେହି ଉତ୍ସାହ ଦେଖିବାକୁ ମିଳିଥିଲା ୧୦୩ ବର୍ଷୀୟ ଭୋଟର ଶ୍ୟାମ ସରନ ନେଗିଙ୍କ ନିକଟରେ। ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ରବିବାର ଅନୁଷ୍ଠିତ ହୋଇଥିବା ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନରେ ନେଗି ନିଜର ମତ ସାବ୍ୟସ୍ତ କରିଛନ୍ତି। ହିମାଚଳ ପ୍ରଦେଶର କଳ୍ପା ଗାଁର ବାସିନ୍ଦା ହେଉଛନ୍ତି ନେଗି। ଏହା ତାଙ୍କର ୩୨ ତମ ମତଦାନ। ଏହି ଶତାୟୁଙ୍କ ଭୋଟଦାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଡାକ୍ତରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ରବିବାର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟର ମତଦାନ ଚାଲିଥିବା ବେଳେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୩ ତାରିଖରେ ଫଳାଫଳ ଘୋଷଣା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ୧୦ ରାଜ୍ୟ ହରାଇଲେ ଦେଶ ଜିତିବ

ନୂଆଦିଲ୍ଲୀ, ୧୨ା୮: ଭାରତ ମହାମାରୀ କରୋନାକୁ ଜିତିବା ଲାଗି ପ୍ରୟାସ ଜାରି ରଖିଛି। ଏଥିଲାଗି ପ୍ରତ୍ୟେକ ରାଜ୍ୟର ଗୁରୁଦାୟିତ୍ୱ ରହିଛି। ଦେଶର ୧୦ ରାଜ୍ୟର ସ୍ଥିତି...

ବିଧାନସଭାରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ଗୁରୁବାର ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବିଜୟ ହାସଲ କରିଛନ୍ତି। ୧୬୪ ଜଣ ବିଧାୟକ ଏକନାଥ...

ସର୍ଭିକାଲ କ୍ୟାନସର ସ୍ବଦେଶୀ ଟିକାକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୬।୬ : ସେରମ ଇନଷ୍ଟିଚ୍ୟୁଟର କ୍ୱାଡି ଭେଲଣ୍ଟ ହ୍ୟୁମାନ ପାପିଲୋମାଭାଇରସ ଟିକାକୁ ଡିସିଜିଆଇର ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦନ କରାଯାଇଛି। ଏହି ସ୍ବଦେଶୀ ଟିକା...

ଗୋବରରୁ ଚପଲ ତିଆରି କରି ଚର୍ଚ୍ଚାରେ ଏହି ବ୍ୟକ୍ତି

ଅଧିକାଂଶ ଲୋକ ଗାଈ ଗୋବର ନା ଶୁଣିବା ପରେ ନାକ ଟେକିବା ଆରମ୍ଭ କରନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଗୋବର...

କାରଗୀଲ୍‌ ବିଜୟ ଦିବସକୁ ପୂରିଲା ୨୦ ବର୍ଷ: ମିରାଜ୍‌ ଯୁଦ୍ଧ ବିମାନର ପ୍ରଦର୍ଶନ କଲା ଭାରତୀୟ ବାୟୁସେନା

ଗ୍ବାଲିୟର,୨୪।୬: କାରଗୀଲ୍‌ ବିଜୟ ଦିବସକୁ ସୋମବାର ୨୦ ବର୍ଷ ପୂରିଛି। ଏହି ଅବସରରେ ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଭାରତୀୟ ବାୟୁସେନାର ମହାରାଜପୁର ଏୟାରବେସ୍‌ଠାରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା...

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି...

ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ଚିନ୍ତା ବଢି ଯାଇଛି।...

‘ଆଫସ୍ପା’ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ

କୋହିମା,୨୬।୧୨: ନାଗାଲାଣ୍ଡରେ ବିବାଦୀୟ ଆଇନ ତଥା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ପ୍ରତ୍ୟାହାର ପାଇଁ ରବିବାର ଏକ କମିଟି ଗଠନ ହୋଇଛି। କେନ୍ଦ୍ର...

Advertisement
Archives

Model This Week