Posted inଖେଳ

୩୦୧ ନମ୍ବର ଜର୍ସି ପିନ୍ଧିଲେ ଗେଲ୍‌

ପୋର୍ଟ ଅଫ୍‌ ସ୍ପେନ, ୧୫।୮(ପି.ଟି.)- ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ କ୍ୟାରିୟର ୩୦୧ତମ ଏକଦିବସୀୟ ଖେଳିଥିଲେ ଓ୍ବେଷ୍ଟଇଣ୍ଡିଜ ଦୁର୍ଦ୍ଦଶ ଓପନର କ୍ରିସ୍‌ ଗେଲ୍‌। ତେଣୁ ମ୍ୟାଚରେ ସେ ୩୦୧ ନମ୍ବର ଜର୍ସି ପରିଧାନ କରି ଖେଳିଥିଲେ। ଏହା ଗେଲ୍‌ଙ୍କ କ୍ୟାରିୟରର ସମ୍ଭାବ୍ୟ ଅନ୍ତିମ ଦିନିକିଆ ହୋଇଥିବାରୁ ସେ ୪୧ ବଲ୍‌ରୁ ୭୨ ରନ କରି ଆଉଟ ହେବାପରେ ଭାରତୀୟ ଖେଳାଳିମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଡ୍ରେସିଂ ରୁମ୍‌ରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ମଧ୍ୟ ଛିଡ଼ା ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। ଆଉଟ ହେବାପରେ ଗେଲ୍‌ ନିଜ ବ୍ୟାଟ୍‌କୁ ଓପରକୁ ଫୋପାଡ଼ି ଦେଇଥିଲେ। ଏହାପରେ ବ୍ୟାଟ୍‌ ଉପରେ ହେଲ୍‌ମେଟ ରଖି ପଡ଼ିଆ ଛାଡ଼ିଥିଲେ। ୩୦୧ ମ୍ୟାଚରେ ଗେଲ୍‌ ୨୫ ଶତକ ଓ ୫୪ ଅର୍ଦ୍ଧଶତକ ସହାୟତାରେ ୧୦୪୮୦ ରନ ସଂଗ୍ରହ କରିଥିଲେ। ସେହିପରି ସେ ୧୦୩ଟି ଟେଷ୍ଟ ଖେଳି ୧୫ ଶତକ ସହ ୭୨୧୪ ରନ ସ୍କୋର କରିଥିଲେ। ଗେଲ୍‌ ଦୀର୍ଘବର୍ଷ ଧରି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି। ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ଖେଳି ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ଚୟନକର୍ତ୍ତାମାନେ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଚୟନ କରି ନ ଥିଲେ। ଭାରତ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ସେ ଖେଳି ନ ଥିଲେ। ଭାରତ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଖେଳି ସେ ଏକ ରେକର୍ଡର ଅଧିକାରୀ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜର ସର୍ବାଧିକ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସେ ବ୍ରାଏନ ଲାରା(୨୯୯ ମ୍ୟାଚ)ଙ୍କ ରେକର୍ଡ ଭାଙ୍ଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହମ୍ପି ଜିତିଲେ ବିବିିସି ପୁରସ୍କାର

ନୂଆଦିଲ୍ଲୀ, ୯ା୩ (ପି.ଟି.)-ବିବିସି ଇଣ୍ଡିଆନ ସ୍ପୋଟର୍‌ସଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାରର ଦ୍ୱିତୀୟ ସଂସ୍କରଣ ଫଳାଫଳ ସୋମବାର ପ୍ରକାଶ ପାଇଛନ୍ତି। ବର୍ତ୍ତମାନ ରାପିଡ୍‌ ଫର୍ମାଟରେ ରହିଥିବା...

ପ୍ରେମିକାଙ୍କୁ ଖାସ୍‌ ଅନ୍ଦାଜ୍‌ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କ୍ରିକେଟର୍‌ କେ.ଏଲ୍‌ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ନିକଟରେ ତାଙ୍କ ୨୮ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଉତ୍ସବରେ ଆଥିଆଙ୍କୁ ଅନେକ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବିପର୍ଯ୍ୟୟ

ବାସେଟେରେ,୧୮।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସୋମବାର ଏକ ବିପର୍ଯ୍ୟୟ ଘଟିଛି। ବାସେଟେରେ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ଦେଇଛି ଶ୍ରୀଲଙ୍କା। ପୂରା ମ୍ୟାଚ୍‌ରେ...

ଆଗାମୀ ବର୍ଷ ଖେଳିପାରନ୍ତି ଆଇପିଏଲ୍‌

ଲଣ୍ଡନ,୧୩।୧୦: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣରେ ଖେଳିପାରନ୍ତି। ଆଗାମୀ ବର୍ଷ ହେବାକୁ ଥିବା ମେଗା...

କେକେଆର୍‌ର ବାଜିଗର୍‌ ରାହୁଲ; ପ୍ରଶଂସକ କହିଲେ ହାରିକରି ଜିତୁଥିବା…

ଦୁବାଇ,୧୪।୧୦: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇ ଫାଇନାଲରେ ପ୍ରବେଶ...

କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ଭଲ ପସନ୍ଦ କରନ୍ତି ଭାରତୀୟ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍‌ ଷ୍ଟାଇଲ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି...

୨୦୧୧ ବିଶ୍ୱକପ୍‌ ଫାଇନାଲ ସ୍ମୃତି ଉଜ୍ଜୀବିତ: ପୁଣି ଦେଖିବାକୁ ମିଳିବ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ରାୟପୁର,୧୯।୩- ପ୍ରାୟ ୧୦ ବର୍ଷ ତଳେ ଖେଳାଯାଇଥିଲା ୨୦୧୧ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌, ଯେଉଁଥିରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା ଟିମ୍‌ ଇଣ୍ଡିଆ। ପୁଣି ଥରେ...

ଡିସି ବନାମ କେକେଆର୍‌; ଜାଣନ୍ତୁ କେବେ-କେଉଁଠି ଦେଖିବେ ଏହି କ୍ୱାଲିଫାୟାର-୨ ମୁକାବିଲା..

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ ୨୦୨୧ର କ୍ୱାଲିଫାୟାର-୨ ମ୍ୟାଚ୍‌ ବୁଧବାର ଖେଳାଯିବ। ଏଥିରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ର...

Advertisement
Archives

Model This Week