୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୬୩ ମାମଲାର ଫଇସଲା

ମାଜିଷ୍ଟ୍ରେଟ୍‌ ମୁକ୍ତିରଞ୍ଜନ ଶତପଥୀ, ବିଚାରପତି ଅଳ୍ପନା ସ୍ବାଇଁ, ସୁଜାତା ପ୍ରିୟମ୍ବଦା ସ୍ବାଇଁ, ଅଭିଜିତ ପୁରୋହିତ, ସୁଶାନ୍ତ ନାୟକ, ମୈତ୍ରୀ ସାମନ୍ତରାୟ, ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ, ନିଶା ଅଗ୍ରଓ୍ବାଲ ପ୍ରମୁଖ ମାମଲାଗୁଡ଼ିକୁ ପରିଚାଳନା କରିଥିଲେ।
ସିଭିଲକୋର୍ଟ ରେଜିଷ୍ଟ୍ରାର ସଞ୍ଜିତ ବେହେରା, ବରିଷ୍ଠ ଦେୱାନୀ ବିଚାରପତି (ମହିଳା ଅଦାଲତ) ଗୀତାଞ୍ଜଳି ନନ୍ଦ ଉପସ୍ଥିତ ଥିଲେ। ଆଇନସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ, ସରକାରୀ ଆଇନଜୀବୀ ପତିତପାବନ ମହାପାତ୍ର, କନ୍‌ସିଲିଟର ସୁବାସିନୀ ମହାକୁଡ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତକୁ ପରିଚାଳନା କରିଥିଲେ। ପ୍ରାଧିକରଣ ପ୍ୟାନେଲ ଲୟର, ପାରାଲିଗାଲ ଭଲ୍ୟୁଣ୍ଟିୟରଙ୍କ ସମେତ ସମସ୍ତ କୋର୍ଟ କର୍ମଚାରୀ ସହଯୋଗ କରିଥିଲେ।

୩ ଦମ୍ପତିଙ୍କ ମନ ମିଶିଲା

ରାଷ୍ଟ୍ରୀୟ ଲୋକ ଅଦାଲତରେ ୩ ଦମ୍ପତିଙ୍କ ମନମିଶିଛି। ସମ୍ପୃକ୍ତ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ପାରିବାରିକ ଅଦାଲତର ବିଚାରପତି ଦୀପ୍ତୀରଞ୍ଜନ କାନୁନ୍‌ଗୋ ଏବଂ ଜିଲା ମଧ୍ୟସ୍ଥତା କେନ୍ଦ୍ରର ସଦସ୍ୟ ଓମ୍‌ ପ୍ରକାଶ ଶରଣଙ୍କ ଉପସ୍ଥିତିରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇଛି। ସେହିପରି ଅନ୍ୟ ୪ ମାମଲାରେ ଭରଣ ପୋଷଣ ବାବଦରେ ୫ଲକ୍ଷ ୩୪ହଜାର ଟଙ୍କା ଆଦାୟ କରି ପ୍ରଦାନ କରାଯାଇଛି। ଅଦାଲତରେ ମୋଟ ୧୦ ମାମଲାର ଫଇସଲା କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ ତଳେ ବାଉଁଶକଣ ଅଗ୍ନିବିପନ୍ନ

ଭୁବନ, ୨ା୩(ଡି.ଏନ.ଏ.) ଅଗ୍ନିକାଣ୍ଡରେ ଜଳିଯାଇଛି ସବୁକିଛି। ଅଙ୍ଗାର ପାଲଟିଯାଇଛି ୫ପରିବାରର ସ୍ବପ୍ନ। ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ଖଣ୍ଡିଏ ଖଣ୍ଡିଏ...

ବର୍ଜ୍ୟବସ୍ତୁରୁ ବଗିଚା

କାମାକ୍ଷାନଗର, ୧୭।୧(ଡି.ଏନ୍‌.ଏ.) ଅଗଣାରେ ହସୁଛି ରଙ୍ଗବେରଙ୍ଗ ଫୁଲ। କେଉଁଠି ସେବତୀ, ଗେଣ୍ଡୁ, ସଦାବିହାରୀ ତ ଆଉ କେଉଁଠି ଡାଲିଆ, ବରବିନା, ଦାଇଁଥସ୍‌, ପେଟୁନିଆ, ଇମ୍ପ୍ରେସନ, ଜେର୍‌ବେରା,...

ସାଇକେଲରେ ବିଜୟୱାଡାରୁ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୧୬।୫ – ଲକ୍‌ଡାଉନ୍‌ କଷଣରେ ପେଷି ହେଉଛନ୍ତି ଗରିବ ଖଟିଖିଆ। ଜୀବନ ବଞ୍ଚାଇବାକୁ ଭିଟାମାଟି ଅଭିମୁଖେ ଗଣପଳାୟନ ଜାରି ରହିଥିବାବେଳେ ପ୍ରବାସୀଙ୍କ ଯନ୍ତ୍ରଣା...

ଆରମ୍ଭ ହେଲା ସ୍ମାର୍ଟ କ୍ଲାସ୍‌ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୩।୭ – ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ‘ସ୍ଲାର୍ଟ କ୍ଲାସ ପ୍ରକଳ୍ପ’। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ...

କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ ‘ପୁତ୍ରପୂଜା’

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଆୟୋଜିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟକ ମହୋତ୍ସବର...

ଜନପ୍ରତିନିଧି ନେବେ କମ୍ପ୍ୟୁଟର ଶିକ୍ଷା

ଢେଙ୍କାନାଳ ଅଫିସ, ୧୧।୫ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ଭିଡିଓ କନ୍‌ଫରେନ୍ସ ହଲରେ ମଙ୍ଗଳବାର ଜିଲାର ଉନ୍ନୟନମୂଳକ କାର୍ଯ୍ୟ ଏବଂ କୋଭିଡ୍‌ ପରିଚାଳନା ସମୀକ୍ଷା...

ପ୍ରତି ବ୍ଲକରେ ହେବ ୨ ଶୀତଳ ଭଣ୍ଡାର

ଢେଙ୍କାନାଳ ଅଫିସ,୫।୧: ଢେଙ୍କାନାଳ ଜିଲା ପରିଷଦର ୪ର୍ଥ ସାଧାରଣ ବୈଠକ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିଷଦ ସଭାପତି...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର, ୧୮।୬(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି।...

Advertisement
Archives

Model This Week