୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ

ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ଗ୍ରାମର ତପନ କୁମାର ରାଉତ (୨୭)। ସେ ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଖଣ୍ଡପଡ଼ା ଜେଲ ହାଜତରେ ଥିଲେ। ତେବେ ସମ୍ପୃକ୍ତ କଏଦୀ ଅତି ଚତୁରତାର ସହ ଜୁନ୍‌ ୧୦ ତାରିଖରେ ପ୍ରଥମେ ଖଣ୍ଡପଡ଼ା ଜେଲରୁ ଚମ୍ପଟ ମାରିଥିଲେ। ପୋଲିସ ତାଙ୍କୁ ଗିରଫ କରି ପୁଣି ଜେଲ ହାଜତକୁ ପଠାଇଦେଇଥିଲା। ମାତ୍ର ପୁନର୍ବାର ଚଳିତ ମାସ ୩ ତାରିଖରେ ଖଣ୍ଡପଡ଼ା ଜେଲରୁ ସେ ଖସି ପଳାଇଥିଲେ। ଏହି ଘଟଣାରେ ୨ ଜଣ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ। କଏଦୀ ତପନଙ୍କୁ ପୋଲିସ ଗିରଫ କରି ପୁଣି ଥରେ ଜେଲରେ ରଖିଥିବା ବେଳେ ଗତ ୯ ତାରିଖରେ ଭାପୁର କୋର୍ଟରେ ହାଜର ପାଇଁ ଆଣିଥିଲା। କୋର୍ଟ କାର୍ଯ୍ୟ ଶେଷ ପରେ ତାଙ୍କୁ ପୋଲିସ ଭ୍ୟାନରେ ବସାଇବା ପାଇଁ ନିଆଯାଉଥିବାବେଳେ ପୋଲିସକୁ ଧକ୍କା ମାରି ସେ ତୃତୀୟ ଥର ପାଇଁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ନୟାଗଡ଼ ଏସ୍‌ପି ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଶେଷରେ ଅଭିଯୁକ୍ତ ତପନଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଫତେଗଡ଼ ଥାନା ଆଇଆଇସି ନିରଞ୍ଜନ ଧିର ସଦଳବଳ ଚଢ଼ାଉ କରି ପଦ୍ମାବତୀ ଗ୍ରାମ ମୁଣ୍ଡରେ ଥିବା ବୁଦାଳିଆ ସ୍ଥାନରୁ ଗିରଫ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଗୋଦାମ ଖୋଲି କେବଳ କ୍ଷତି ସହିଲେନି ବ୍ୟବସାୟୀ, ଗ୍ରାହକଙ୍କୁ ଗଣିବାକୁ ପଡ଼ିଲା ତଣ୍ଡ

ଯାଜପୁର ଅଫିସ,୨।୬: ଲକ୍‌ଡାଉନ୍‌ରେ ଲୁଗା ଗୋଦାମ ଖୋଲିବା ପଡ଼ିଲା ମହଙ୍ଗା। ପରେ ଗୋଦାମ ସିଲ ହେବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କୁ ତଣ୍ଡଗଣିବାକୁ...

ଶିଳ୍ପାନୁଷ୍ଠାନ ପାଇଁ କଟକଣା

ଢେଙ୍କାନାଳ ଅଫିସ, ୮ା୭ ଢେଙ୍କାନାଳ ଜିଲାର ଶିଳ୍ପାନୁଷ୍ଠାନଗୁଡ଼ିକୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ନୂତନ କଟକଣା ଜାରି କରାଯାଇଛି। ବାହାରୁ ଆସୁଥିବା...

ମହିଳା ଜୀବିକା ସୁରକ୍ଷା ମଞ୍ଚର ବିକ୍ଷୋଭ

ଫିରିଙ୍ଗିଆ, ୨୭ା୯- ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ଫିରିଙ୍ଗିଆ ମହିଳା ଜୀବୀକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ତହସିଲ...

ବୋଲ ମାନୁନି ଦନ୍ତା: ପୁଣି ଛିଣ୍ଡାଇଲା ଚେନ୍‌

ଢେଙ୍କାନାଳ ଅଫିସ,୨୩।୧: ତାଳଚେରରୁ କପିଳାସକୁ ଅଣାଯାଇଥିବା ଦନ୍ତାହାତୀଟି କାହା ବୋଲ ମାନୁ ନ ଥିବା ବେଳେ ବନ୍ଧା ଯାଇଥିବା ଚେନ୍‌ ଛିଣ୍ଡାଇ ଦେଇଛି। ଚେନ୍‌ରେ ବାନ୍ଧିବାକୁ...

ସତ୍ୟପୀରଙ୍କୁ କରମବୀର ଚକ୍ର ପୁରସ୍କାର

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): ଓଡ଼ିଶାର ପଞ୍ଚ୍‌ମ୍ୟାନ୍‌ ଭାବେ ପରିଚିତ କଳାହାଣ୍ଡି ଜିଲା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗାଁର ଡ. ସତ୍ୟପୀର ପ୍ରଧାନଙ୍କୁ ରବିବାର କରମବୀର ଚକ୍ର ପୁରସ୍କାରରେ...

ଆସିଲା ଚିନ୍ମୟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର/ସମ୍ବଲପୁର,୫।୩(ବ୍ୟୁରୋ): ବୁର୍ଲା ପିସି ବ୍ରିଜ୍‌ ପାୱାର ଚାନେଲରୁ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ମିଳିବା ଘଟଣାର ୪ଦିନ ପରେ ରବିବାର  ବ୍ୟବଚ୍ଛେଦ...

ସିଆର୍‌ପିଏଫ୍‌କୁ ଜାଗା ଦେବାରୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡା,୧୧ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗଁା ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀ (ସିଆର୍‌ପିଏଫ୍‌)କୁ କ୍ୟାମ୍ପ...

ମିଳୁନି ଟୁଙ୍ଗି ପୁନରୁଦ୍ଧାର ସହାୟତା

ବେଗୁନିଆ,୨୦ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ମଧ୍ୟରୁ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନା ଅନ୍ୟତମ। ଗଁା ଗହଳିରେ ରହିଥିବା ଝାଟିମାଟି ଟୁଙ୍ଗିର ପୁନରୁଦ୍ଧାର...

Advertisement
Archives

Model This Week