୩ଡି ଆନିମେଟେଡ୍‌ ଭିଡିଓ ଶେୟାର କରି ଯୋଗ କରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫିଟ୍‌ନେସ୍‌କୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଯୋଗ କରିବାକୁ ନିବେଦନ କରିଛନ୍ତି। ସୋମବାର ମୋଦି ଟୁଇଟରରେ ନିଜର ଏକ ୩ଡି ଆନିମେଟେଡ୍‌ ଭିଡିଓ ଜାରି କରିଛନ୍ତି। ଏଥିରେ ଲୋକଙ୍କୁ ଫିଟ୍‌ ରହିବା ପାଇଁ ନିୟମିତ ଭାବେ ଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଏହି ଭିଡିଓକୁ ଟୁଇଟରେ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ସେ ଫିଟ୍‌ନେସ୍‌ ବିଶେଷଜ୍ଞ କି ଚିକିତ୍ସା ବିଶେଷଜ୍ଞ ନୁହଁନ୍ତି। ତେବେ ବହୁ ବର୍ଷରୁ ଯୋଗ ଅଭ୍ୟାସ ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ମୋଦି କହିଛନ୍ତି। ତେଣୁ ଆଶା କରୁଛି ସମସ୍ତେ ଏହାକୁ ନିୟମିତ ଭାବେ ଅଭ୍ୟାସ କରିବାକୁ ଆରମ୍ଭ କରିବେ। ସୂଚନାଯୋଗ୍ୟ, ରବିବାର ‘ମନ କି ବାତ’ରେ ଜଣେ ଶ୍ରୋତା ମୋଦିଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ, ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଭଳି ସମୟରେ ମୋଦି ନିଜର ଫିଟ୍‌ନେସ୍‌ର କିଭଳି ଯତ୍ନ ନେଉଛନ୍ତି। ଏହା ଉପରେ ମୋଦି ଆଲୋଚନା କରିବା ସହ ସୋସିଆଲ ମିଡିଆରେ ଯୋଗ ଅଭ୍ୟାସର ତାଙ୍କର କିଛି ଭିଡିଓ ଜାରି କରିବେ ବୋଲି କହିଥିଲେ। ଯେଉଁଥିରୁ ସାଧାରଣ ଲୋକଙ୍କୁ ଲାଭ ମିଳିପାରିବ। ତେବେ ଶ୍ରୋତାଙ୍କୁ ଦେଇଥିବା କଥାକୁ ରକ୍ଷା କରି ମୋଦି ସୋମବାର ଟୁଇଟରରେ ଭିଡିଓ ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ରୁ ୬୦୦ ନମ୍ବର ଆଣି ଇତିହାସ ରଚିଲେ ଦିବ୍ୟାଂଶୀ, ଏହି ବିଷୟରେ କ୍ୟାରିୟର୍‌ ଗଢିବାକୁ ଚାହୁଁଛନ୍ତି

ଲକ୍ଷ୍ନୌ,୧୪।୭: ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ୬୦୦ରୁ ୬୦୦ନମ୍ବର ଆଣି ଇତିହାସ ସୃଷ୍ଟି କରିଛନ୍ତି ଲକ୍ଷ୍ନୌର ଦିବ୍ୟାଂଶୀ। ୧୭ ବର୍ଷୀୟ ଏହି ଛାତ୍ରୀ ଇଂରାଜୀ, ସଂସ୍କୃତ,...

ଆରମ୍ଭ ହେଲା ତୈଳ ଝଟକା

ନୂଆଦିଲ୍ଲୀ,୨୩ା୩: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି...

ମନ୍ଦିରରେ ପ୍ରକୃତ ହାତୀ ବଦଳରେ ରୋବୋ ହାତୀ କରିବେ ଧାର୍ମିକ ଅନୁଷ୍ଠାନ…

ଥିରୁଭାନନ୍ତପୁରମ୍‌,୨୭।୨ : କେରଳର ଥ୍ରୀସୁର ଜିଥଲାର ଇରିଞ୍ଜାଦାପଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ବର୍ତ୍ତମାନ ରୀତିନୀତି ପାଇଁ ପ୍ରକୃତ ହାତୀ ବଦଳରେ ରୋବୋଟିକ ହାତୀ ବ୍ୟବହାର କରାଯିବ। ଏହି...

ନୀତୀଶ କହୁ କହୁ ତେଜସ୍ବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା…

ପାଟନା, ୨୮।୯ : ବିହାରରେ ଯେତେବେଳେ ନୀତୀଶ କୁମାର ଭାଜପା ଛାଡି ଆରଜେଡି ସହିତ ମେଣ୍ଟ କରିଥିଲେ ସେତେବେଳେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେୟାରକୁ...

ନଷ୍ଟ ହେଉଛି ଡୋଜ୍‌: ସରକାର ଜାରି କଲେ ସଚେତନତା ପୋଷ୍ଟର

ନୂଆଦିଲ୍ଲୀ, ୨୧।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି। ତେବେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ...

ଶାରୀରିକ ସମ୍ପର୍କ ପରେ ବିବାହ ପାଇଁ ମନା କରିବା ଠକାମି ନୁହେଁ, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ, ୨୩।୧୨: କୌଣସି ମହିଳାଙ୍କ ସହିତ ଦୀର୍ଘ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ମନା କରିବା ଠକାମି ନୁହେଁ। ଏକ...

ଆଉ ଏକ ଶାହିନ୍‌ବାଗ କରନାହିଁ: ଭାଜପା

ନୂଆଦିଲ୍ଲୀ,୪ା୨(ପି.ଟି.): ପାର୍ଲାମେଣ୍ଟରେ ବ୍ୟାପକ ବିଚାର ବିମର୍ଶ ପରେ ନୂଆ କୃଷି ଆଇନ ଗୃହୀତ ହୋଇଛି। ଆପୋସ ଆଲୋଚନାରେ ସମସ୍ୟାର ସମାଧାନ ଲାଗି କୃଷକମାନଙ୍କ ପାଇଁ ବାଟ...

ପୋଲିସ୍‌ ପାଳୁଛି ‘ବାର୍ଥ ଡେ’

ଅମୃ଼ତସର: ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ର କାମକୁ ବିଭିନ୍ନ ସ୍ଥାନରେ ପ୍ରଶଂସା ମିଳୁଛି। ଲୋକଙ୍କ ମନ ଜିଣି ସେମାନଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବାକୁ ପୋଲିସ୍‌ ବିଭିନ୍ନ ପ୍ରକାର...

Advertisement
Archives

Model This Week