୨ ସପ୍ତାହରେ ୨ କମ୍ପାନୀର ଶୁଭ କାର୍ଯ୍ୟକ୍ରମ ସ୍ଥଗିତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୩: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ୨ କାରଖାନା ଶୁଭ ଦେଇ ନ ପାରି ଫେରିଯାଇଛି। ଗତ ୭ ତାରିଖରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ପାର୍କ ନିକଟରେ କେସିକା ମେଟାଲିକ୍ସ ଲିମିଟେଡର ଗ୍ରାଉଣ୍ଡ ବ୍ରେକିଂ ହୋଇପାରି ନଥିଲାବେଳେ ମଙ୍ଗଳବାର ଅପରାହ୍ନ ସାଢେ ୪ଟାରେ ଡାର୍ସେଲ ଲଜିଷ୍ଟିକ ହବ୍‌କୁ ଜମି ହସ୍ତାନ୍ତର ସହ ଶୁଭକାର୍ଯ୍ୟ ସ୍ଥଗିତ ରହିଛି। ଦାନଗଦି ତହସିଲ ଅଧୀନ ୧୦ ଏକର ଜମିରେ ହେବାକୁ ଥିବା ଡାର୍ସେଲ କମ୍ପାନୀକୁ ସ୍ଥାନୀୟ ଯଖପୁରା ଗ୍ରାମବାସୀ ଗୋଚର ଓ ଖେଳପଡିଆ ପାଇଁ ଉଦ୍ଦିଷ୍ଟ ଜମିକୁ ଆଦୌ ହସ୍ତାନ୍ତର କରାଯିବ ନାହିଁ ବୋଲି କହି ବିରୋଧ କରିଥିଲେ। ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାବାଦ୍‌ ଯେତେ ଶିଳ୍ପ କମ୍ପାନୀ ଆସୁଥିଲେ ହେଁ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରୁଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟୁଥିବା ଏଥିରୁ ସ୍ପଷ୍ଟ ମନେହୋଇଛି। ତେବେ କରୋନା ଭୂତାଣୁ ମୁକାବିଲା ପାଇଁ ଜିଲାସାରା ୧୪୪ ଧାରା ଜାରି ହୋଇଥିବାବେଳେ ଦାନଗଦି ତହସିଲ ପକ୍ଷରୁ ଜମି ମାପଚୁପ ତଥା ଶୁଭକାର୍ଯ୍ୟ କରାଯିବା ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଶିଳ୍ପ କାରଖାନା ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ ଓ ଖଣିସଂସ୍ଥାଗୁଡିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି। ନବେ ଦଶକରେ ଯେଉଁ ପରିମାଣରେ ଲୋକେ ଶିଳ୍ପକୁ ସ୍ବାଗତ କରିଥିଲେ ସେଭଳି ପରିସ୍ଥିତି ଆଉ ଦେଖିବାକୁ ମିଳୁନାହିଁ। କେସିକା ସିମେଣ୍ଟ ଓ ଡାର୍ସେଲ ହବ କମ୍ପାନୀ ଉପରେ ଲୋକଙ୍କ ବିଦ୍ରୋହରୁ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି। ଶିଳ୍ପ ସ୍ଥାନୀୟ ଗରିବ ଲୋକଙ୍କ ପାଇଁ ନୁହେଁ, ବରଂ ଧନୀ, ଦଲାଲ ଓ ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଙ୍କର, କଳିଙ୍ଗନଗରରେ ବହୁତ ଶିଳ୍ପ ହେଲା, ଆଉ ଶିଳ୍ପର ଆବଶ୍ୟକତା ନାହିଁ ବୋଲି ନାରା ଶୁଣିବାକୁ ମିଳିଛି।
ଯାଜପୁର ଜିଲା କଳିଙ୍ଗନଗର ଏକ ବୃହତ୍‌ ଶିଳ୍ପ ହବ୍‌ ଭାବେ ପରିଗଣିତ ହେବ ବୋଲି ରାଜ୍ୟ ସରକାର ବିଭିନ୍ନ ସମୟରେ ନିଷ୍ପତ୍ତି ନେଉଛନ୍ତି। ଏଥିପାଇଁ ରାଜ୍ୟ ତଥା ଦେଶ ବାହାରୁ ଡାଉନଷ୍ଟ୍ରିମ ଶିଳ୍ପଗୁଡିକ ଆକର୍ଷିତ ହେଉଛନ୍ତି। ଏହିକ୍ରମରେ ଗତ ୭ ତାରିଖରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁସାରେ ୯ମ ପର୍ଯ୍ୟାୟରେ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମରେ କେସିକା ମେଟାଲିକ୍ସ ଲିଃକୁ ବିରୋଧ କରାଯାଇଥିଲା। ସ୍ଥାନୀୟ ନେତା ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦେଣନେଣ ନ ଛିଡିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ୍‌ କାର୍ଯ୍ୟ ସମ୍ପନ୍ନ ହୋଇ ପାରି ନ ଥିବା ସେତେବେଳେ ଆଲୋଚନା ହୋଇଥିଲା। କିନ୍ତୁ ଡାର୍ସେଲ କମ୍ପାନୀକୁ ବିରୋଧ କରିବା ପଛରେ ଅନ୍ୟସବୁ କାରଣ ରହିଛି ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ ମଶାଣି, ଖେଳପଡ଼ିଆ ଓ ଗୋଚର ଜମିକୁ କମ୍ପାନୀ ହାତକୁ ଟେକି ଦିଆଯିବ ନାହିଁ ବୋଲି ପ୍ରଭାବିତ ଲୋକ ଅଟଳ ରହିଥିଲେ। ପ୍ରସ୍ତାବିତ ଡାର୍ସେଲ କମ୍ପାନୀ ଜମି ପାର୍ଶ୍ୱରେ ସାଇଜର ଲଜିଷ୍ଟିକ ପାର୍କ ନିର୍ମାଣ ଚାଲିଛି। ଜଙ୍ଗଲ ଜମିରେ ଏହି କମ୍ପାନୀ ନିର୍ମାଣ ଚାଲିଥିବା ଅଭିଯୋଗ କରି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୪୨/୨୦୧୯ (ଇଜେଡ) ନମ୍ବରରେ ଏକ ମାମଲା ରୁଜୁ ହୋଇଛି, ଯାହାକି ବିଚାରାଧୀନ ରହିଛି। ଏ ସଂକ୍ରାନ୍ତରେ ଦାନଗଦି ତହସିଲର ଅତିରିକ୍ତ ତହସିଲଦାର ନାରାୟଣ ଦୀକ୍ଷିତଙ୍କୁ ପଚାରିବାରେ ସେ କହିଛନ୍ତି, ଜମି ମାପଚୁପ କରି ଡାର୍ସେଲ କମ୍ପାନୀକୁ ହସ୍ତାନ୍ତର କରିବାକୁ କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରଦର୍ଶିତ ହେବ ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚଳିତ ବର୍ଷ ମେ ୩ରେ ଓଡ଼ିଶା ଉପକୂଳ ସାମୁଦ୍ରିକ ଝଡ ଫନୀ ଦ୍ୱାରା ଘୋର ପ୍ରଭାବିତ ହୋଇଥିଲା। ଏହାକୁ ମୁକାବିଲା କରିବା ପାଇଁ...

ଆଜି ରାଜ୍ୟରେ ୨୦୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ ରବିବାର ୨୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୩୭ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

ଅପମୃତ୍ୟୁ ମାମଲାର ତଦନ୍ତ ପରେ ହତ୍ୟା ମାମଲା ରୁଜୁ କଲା ପୋଲିସ୍‌

ବୈପାରିଗୁଡା,୨୩ା୬ (ଡି.ଏନ୍‌.ଏ.): ୨ ବର୍ଷ ତଳର ଏକ ଅପମୃତ୍ୟୁ ମାମଲାର ତଦନ୍ତ ପରେ ବୈପାରିଗୁଡା ପୋଲିସ ଏହାକୁ ହତ୍ୟା ମାମଲାରେ ପରିଣତ କରି ଏକ ହତ୍ୟା ମାମଲା...

ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧।୫ – କରୋନା ସଙ୍କଟ ସମୟରେ ଢେଙ୍କାନାଳ ଜିଲାରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।...

ବର ପ୍ରସେଶନ ଉପରେ ଚଢ଼ିଗଲା ଟ୍ରକ: ୫ ମୃତ ୮ ଆହତ

କେନ୍ଦୁଝର,୨୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ...

କବିବରଙ୍କ ସାହିତ୍ୟ କୃତି ଅତୁଳନୀୟ

ସୋର, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଦାରପୁର ଗ୍ରାମରେ କବିବର ରାଧାନାଥ ରାୟଙ୍କର ଜନ୍ମପୀଠରେ ୧୭୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କବିବର...

ଗେମ୍‌ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର

ବାହାନଗା,୧୯ା୬: ମୋବାଇଲରେ ଗେମ୍‌ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...

ଚାଲି ଚାଲି ଯାଉଥିଲେ ୨ ଯୁବକ: ଉଠାଇନେଇ କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତିକଲା ଗଞ୍ଜାମ ପୋଲିସ

ଗଞ୍ଜାମ,୧୧।୪(ଡି.ଏନ୍‌.ଏ.): ବ୍ୟାଗ ଧରି ବ୍ରହ୍ମପୁରରୁ ଭୁବନେଶ୍ୱର ଚାଲି ଚାଲି ଯାଉଥିବା ଦୁଇ ଯୁବକଙ୍କୁ ଶନିବାର ଗଞ୍ଜାମ ପୋଲିସ କାବୁକରି କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତି କରିଛି। ଉଭୟ ଯୁବକ...

Advertisement
Archives

Model This Week