୨ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କାମାକ୍ଷାନଗର,୧୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ମାଣ୍ଡୁକୁରାଠାରେ ସୋମବାର ଅପରାହ୍ନରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ତୁମୁସିଙ୍ଗା ଥାନା ଧୋବାବାହାଳି ଗ୍ରାମର କପିଳ ବେହେରାଙ୍କ ପୁଅ ବିମଳ ବେହେରା (୨୩)। ଗୁରୁତରମାନେ ହେଲେ ଧୋବାବାହାଳିର କାଳିଆ ସାହୁ(୨୪), କଣ୍ଟାପାଳର ହୃଷିକେଶ ସାହୁ(୨୪), ଖଇରପଶି ଗ୍ରାମର ମନମୋହନ ନାୟକ(୨୩)।
ପୋଲିସ କହିଛି, ବିମଳ ଓ କାଳିଆ ଏକ ବାଇକରେ ସାଆନ୍ଦାରୁ ପଣ୍ଡୁଆ ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ହୃଷିକେଶ ଓ ମନମୋହନଙ୍କ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟବାସୀ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଅଁଳାବେରଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବିମଳଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନ୍ୟ ଗୁରୁତରଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ତୁମୁସିଙ୍ଗା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ କେସ ନଂ. ୮୦ /୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ କରିଡର ଏବେ ମରଣଯନ୍ତା :ହାତ ଟେକିଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ

ପାରାଦୀପ,୨୧।୧୦(ଡି.ଏନ୍‌.ଏ.): ପାରାଦୀପର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪ କି.ମି. ଟ୍ରକ୍‌ କରିଡର (ଟ୍ରକ୍‌ ଚଳାଚଳ କରୁଥିବା ରାସ୍ତା) ଏବେ ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ...

ଛତିଶଗଡ଼ ବ୍ୟବସାୟୀଙ୍କ ସୁନାଗହଣା ଲୁଟ୍‌ ମାମଲା: ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୨ା୧୧: ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଛତିଶଗଡ଼ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ହୋଇଛି। ସୋହେଲା...

ପ୍ରତାରଣା ଅଭିଯୋଗ, ଜେଲ ଗଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ,୮ା୭(ଡି.ଏନ୍‌.ଏ.)- ପୁଣି ଖାକିରେ କଳଙ୍କ। ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଦିନକୁ ଦିନ ସେମାନଙ୍କ ଉପରେ ପୋଲିସର ଅତ୍ୟାଚାର ବଢୁଛି। ବିବାହ ପ୍ରତିଶ୍ରୁତି ଦେଇ ଜଣେ...

ମୁଣ୍ଡ ଟେକିଲାଣି ଡି-ବ୍ରଦର୍ସ ଗ୍ୟାଙ୍ଗ୍‌

କଟକ ଅଫିସ,୧୩।୮: ଅନେକ ଦିନର ବ୍ୟବଧାନ ପରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଡି-ଗ୍ୟାଙ୍ଗ ସହରରେ ପୁଣି ମୁଣ୍ଡ ଟେକିଲାଣି। ଗ୍ୟାଙ୍ଗର ପୂର୍ବତନ ସଦସ୍ୟଙ୍କୁ ଫେରାଇଆଣି ଧଳସାମନ୍ତ...

ବରଗଡ଼ ଏସ୍‌ପିଙ୍କୁ ଡିଜିପି ଆୱାର୍ଡ

ବରଗଡ଼ ଅଫିସ୍‌,୨୯।୩: ବରଗଡ଼ ଏସ୍‌ପି ରାହୁଲ ଜୈନ ଡିଜିପି ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ଏହା ସହିତ ବରଗଡ଼ ଜିଲାରେ କାର୍ଯ୍ୟରତ କନଷ୍ଟେବଳ ସୁଧୀର ଭୋଇଙ୍କୁ...

ଘରୁ ଡାକିନେଇ ମାରିଦେଲେ

ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍‌.ଏ.): ଚନ୍ଦ୍ରଗିରି ନିକଟରେ ହାତଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଗୁରୁବାର ମୋହନା ପୋଲିସ ଜବତ କରିଥିଲା। ଶୁକ୍ରବାର ମୃତକଙ୍କ ପରିଚୟ ମିଳିଛି। ସେ ହେଲେ...

ଦିଗପହଣ୍ଡି ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

ଦିଗପହଣ୍ଡି,୩ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସିପିଆଇ ରାଜ୍ୟ କମିଟିର ଡାକରା କ୍ରମେ ବଡ଼ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।...

୨ ବର୍ଷ ପରେ ଫେରିଲେ ସବ୍ୟସାଚୀ

ଢେଙ୍କାନାଳ ଅଫିସ, ୨୫।୮ – ପ୍ରଶିକ୍ଷଣ ଦେବାକୁ ଯାଇ ଦକ୍ଷିଣ ଆଫ୍ରିକାରେ ଫସିଥିବା ଢେଙ୍କାନାଳ ସଦର ଥାନା ବେଲଟିକିରି ଗ୍ରାମର ରଞ୍ଜନ ନନ୍ଦଙ୍କ ଏକମାତ୍ର ପୁଅ...

Advertisement
Archives

Model This Week