Posted inଫୁରସତ

୨ ବର୍ଷ ଧରି ପ୍ଲାଷ୍ଟିକ୍‌ ଗଛରେ ଦେଉଥିଲେ ପାଣି

କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଗୋର୍ଡେନିଂ କରିବାକୁ ବହୁତ ଭଲ ଲାଗେ। ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ସେମାନଙ୍କର ଉଚିତ ଧ୍ୟାନ ନେବା ଯେପରି ତାଙ୍କର ପ୍ରଥମ କର୍ତ୍ତବ୍ୟ। ଜଳବାୟୁ ପରିବର୍ତ୍ତନ ଯୋଗୁ ବଢ଼ୁଥିବା ପ୍ରଦ୍ୟୁଷଣ ପାଇଁ ବର୍ତ୍ତମାନ ଲୋକେ ସଜାଗ ହେଲେଣି। ଗଛକୁ ବଞ୍ଚାଇବା ପାଇଁ ଇକୋ ଫ୍ରେଣ୍ଡଲି ଜିନିଷ ଉପରେ ଗୁରୁତ୍ୱ ଦେଉଛନ୍ତି। ଅକ୍ସିଜେନ ବଢ଼ାଇବା ପାଇଁ ଲୋକମାନେ ଘର ବାହାରେ ଓ ଭିତରେ ଗଛ ଲଗାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା ସେଲୀ ଓ୍ବିଲ୍‌କ୍ସେ ନାମ୍ନୀ ଜଣେ ମହିଳା ଗତ ୨ବର୍ଷ ଧରି ଏକ ଗଛର ବହୁ ଯତ୍ନ ନେଉଥିଲେ। ପ୍ରତିଦିନ ଗଛକୁ ପାଣି ଦେବା ସେ କିଭଳି ସତେଜ ରହିବ ସେନେଇ ବହୁ ଯତ୍ନ ସହକାରେ କାର୍ଯ୍ୟ କରୁଥିଲେ। ନିଜ କାର୍ଯ୍ୟ ଏପଟ ସେପଟ ହୋଇପାରେ ହେଲେ ସେଲୀ ଗଛ ଯତ୍ନ ନେବାରେ କେବେ କୌଣସି ଅବହେଳା କରୁ ନ ଥିଲେ। ଉକ୍ତ ଗଛଟି ସୁନ୍ଦର ଦେଖାଯାଉଥିବା ବେଳେ ସେଲୀଙ୍କ ପ୍ରିୟ ମଧ୍ୟ ରହିଥିଲା। ହେଲେ ଦିନେ ତାଙ୍କୁ ଜଣାପଡ଼ିଲା ତାହା ଅସଲି ନୁହଁ ପ୍ଲାଷ୍ଟିକ୍‌ର ଗଛ। ସୂଚନା ମୁତାବକ ସେଲୀ ୨ବର୍ଷ ପୂର୍ବରୁ ଏକ ଗଛକୁ ଘରକୁ ଆଣିଥିଲେ। ଦେଖିବାକୁ ବହୁ ସୁନ୍ଦର ହୋଇଥିବା ବେଳେ ଏହାକୁ ସେ ରୋଷେଇ ଘରର ଝରକାରେ ଲଗାଇଥିଲେ। ପ୍ରତିଦିନ ସେ ଗଛରେ ପାଣି ଦେବା ସହ ପତ୍ରଗୁଡିକୁ ଭଲରେ ପୋଛିଥାନ୍ତି। ଯଦି ଏହି ସବୁ କାର୍ଯ୍ୟ ଆଉ କିଏ କରେ ତେବେ ସେଲୀ ବିରକ୍ତି ପ୍ରକାଶ କରିଥାନ୍ତି। କାରଣ ଉକ୍ତ ଗଛକୁ ସେ ନିଜେ ଯତ୍ନ ନେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଗୋଟିଏ ଦିନ ସେଲୀ ଉକ୍ତ ଗଛର ଗମ୍‌ଲାକୁ ବଦଳାଇବାକୁ ଚିନ୍ତା କରିଥିଲେ। ଏଥିପାଇଁ ସେ ଏକ ଅନ୍ୟ ଗମ୍‌ଲା ଆଣିଥିଲେ। ଅନ୍ୟ ଗମ୍‌ଲାରେ ଗଛ ଲଗାଇବାକୁ ଯାଉଥିବା ବେଳେ ସେତେବେଳେ ତାଙ୍କୁ ଜଣାପଡ଼ିଥିଲା ଯେ, ଏହା ପ୍ଲାଷ୍ଟିକ ବା ଥର୍ମୋକଲ୍‌ର ଗଛ। ସେହି ସମୟରେ ସେଲୀ ନିରାଶ ହୋଇଯାଇଥିଲେ। ୨ବର୍ଷ ଧରି ଯେଉଁ ଗଛକୁ ଏତେ ଯତ୍ନ ନେଉଥିଲେ ତାହା ପ୍ଲାଷ୍ଟିକର ବୋଲି କିପରି ଜାଣିପାରିଲେ ନାହିଁ ସେନେଇ ଚିନ୍ତା ପ୍ରକଟ କରିଥିଲେ। ଏନେଇ ସେଲୀ ଫେସ୍‌ବୁକ୍‌ରେ ଶେୟାର କରିଥିଲେ। ଏହାପରେ ୟୁଜର୍ସଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri