ଫୁଲବାଣୀ ଅଫିସ, ୩୦|୬-କନ୍ଧମାଳ ଜିଲା ଯୋଗାଣ ବିଭାଗର ଚାଲିଥିବା କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି। ଏକ ଟ୍ରାନ୍ସପୋର୍ଟକୁ କିପରି ଯୋଗାଣ ବିଭାଗ ସହଯୋଗ କରୁଛି ତାହା ଏକ ଚିଠିରୁ ସ୍ପଷ୍ଟ ହୋଇଛି। କାହିଁକି ଏବଂ କେଉଁ ସ୍ବାର୍ଥରେ ସେହି ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପିଡିଏସ୍(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଳ ବଣ୍ଟନ ଲାଗି ଟେଣ୍ଡର ଅନୁସାରେ କନ୍ଧମାଳ ଏବଂ ବୌଦ୍ଧ ଜିଲାର ମିଲରଙ୍କଠାରୁ ଚାଉଳ ଆଣି ପିଇଜି ଗୋଦାମରେ ରଖି ସେଠାରୁ ରିଟେଲ ସେଣ୍ଟର(ପଞ୍ଚାୟତ)କୁ ପଠାଯିବା ନିୟମ ରହିଛି। ମାତ୍ର ଏହାକୁ ଅଣଦେଖା କରାଯାଉଛି। ଟେଣ୍ଡରଧାରୀ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ଏହି ୨ ଜିଲାରୁ ଚାଉଳ ନ ଆଣି କଳାହାଣ୍ଡିରୁ ଆଣି ସିଧାସଳଖ ପଞ୍ଚାୟତକୁ ପଠାଉଛି। ଘଟଣା ସମ୍ପର୍କରେ ଖୋଦ ଜିଲା ଯୋଗାଣ ଅଧିକାରୀ ଗତ ୨୨ ତାରିଖରେ ଚିଠି କରି ଚାଉଳ କେବଳ କନ୍ଧମାଳ ଏବଂ ବୌଦ୍ଧରୁ ଆସିଲେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହି ଦୁଇଟି ଜିଲା ବ୍ୟତୀତ ଅନ୍ୟ କେଉଁଠାର ସିଏମ୍ଆର(କଷ୍ଟମ ମିଲ ରାଇସ) ଗ୍ରହଣ କରାଯିବ ନାହିଁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ୨ ଦିନ ପରେ ଅର୍ଥାତ ୨୪ ତାରିଖରେ ଅନ୍ୟ ଜିଲାର ସିଏମ୍ଆରକୁ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରୁଛନ୍ତି। ଯାହାକୁ ନେଇ ଟ୍ରାନ୍ସପୋର୍ଟ ଏବଂ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ସ୍ପଷ୍ଟ ବାରି ହୋଇପଡିଛି। କାରଣ ପିଇଜି ଗୋଦାମ ଏବଂ ଟେଣ୍ଡରଧାରୀ ଟ୍ରାନ୍ସପୋର୍ଟ ହେଉଛି ଜଣଙ୍କର। ଜିଲା ଯୋଗାଣ ଅଧିକାରୀ ଚିଠି ନଂ.୨୫୪ ତା.୨୨ା୬ା୧୯ରେ ସମ୍ପୃକ୍ତ ପିଇଜି ଗୋଦାମର ଆରଆରସି/ଡିଏସ୍ସି ଇନଚାର୍ଜ(ରାଇସ ରିସିଭିଂ ସେଣ୍ଟର କମ୍ ଡିପାର୍ଟମେଣ୍ଟାଲ ଷ୍ଟୋରେଜ ସେଣ୍ଟର) ଅର୍ଥାତ ବିଭାଗୀୟ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହେବ ତାହାଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ହେଲେ ମାତ୍ର ୨ ଦିନ ପରେ ସମ୍ପୃକ୍ତ ଟ୍ରାନ୍ସପୋର୍ଟର ସିଏମ୍ଆରକୁ ଖୋଦ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରିଛନ୍ତି। ଏ ନେଇ ଜିଲା ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକଙ୍କୁ ପଚାରିବାରୁ, ଆମେ ଚିଠି କରିଥିଲୁ, ଟେଲିଫୋନରେ ନିର୍ଦ୍ଦେଶ ଆସିଲା କଳାହାଣ୍ଡି ଚାଉଳ ଗ୍ରହଣ କରିବାକୁ, ତେଣୁ ଆମେ ତାହାକୁ ଗ୍ରହଣ କରିଛୁ। ତେବେ ଏଠାରେ କଥା ଉଠୁଛି ସରକାରୀ କାର୍ଯ୍ୟରେ ଟେଲିଫୋନରେ କ’ଣ କାହାକୁ ନିର୍ଦ୍ଦେଶ ଦିଆଯାଏ। ଏହା ସତ ନା ଏହା ପଛରେ ଆଉ କ’ଣ କାରଣ ରହିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଜିଲାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୬ତାରିଖରେ ପିଡିଏସ୍ ଟେଣ୍ଡରରେ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ସମ୍ପର୍କିତ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏଥିରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଜିଲାର ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ସିଙ୍ଗଲ ଟେଣ୍ଡର ବାତିଲ କରିବାକୁ ନିୟମ ରହିଥିବା ବେଳେ ଜିଲା ପ୍ରଶାସନ ଏବଂ ଯୋଗାଣ ବିଭାଗ ସବୁ ନିୟମକୁ ପଛରେ ପକାଇ ସମ୍ପୃକ୍ତ ଟ୍ରାନ୍ସପୋର୍ଟକୁ ପିଡିଏସ୍(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଲ ବଣ୍ଟନ ପାଇଁ ଟେଣ୍ଡର ପ୍ରଦାନ କରୁଛି। ଚଳିତ ବର୍ଷ ପିଡିଏସ୍ ଚାଉଳ ବଣ୍ଟନ ପାଇଁ ପୁଣି ସେହି ଟ୍ରାନ୍ସପୋର୍ଟକୁ ଏହା ଦେବା ପାଇଁ ସମସ୍ତ ପ୍ରସ୍ତୁିତି ଶେଷ ହୋଇଛି। ଏହି ଅନିୟମିତତାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିବା ଏବଂ ଉଭୟ ଲେଭଲ-୧ ଏବଂ ଲେଭଲ-୨ରେ ଏହି ଅନିୟମିତତା କରାଯାଇଛି ବୋଲି ଉଲ୍ଲେଖ ଥିଲା। ଶନିବାର ଯୋଗାଣ ବିଭାଗ ତରବରିଆ ଭାବେ ସିଙ୍ଗଲ ଟେଣ୍ଡର ହୋଇଥିବା ଲେଭଲ-୨ ଟ୍ରାନ୍ସପୋର୍ଟ ପାଇଁ ପୁଣି ଥରେ ଟେଣ୍ଡର ଆହ୍ବାନ କରିଛି।
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

