୨ ଗାଡ଼ିରୁ ଜବତ ହେଲା ୧୮୭ କେଜି ଗଞ୍ଜେଇ: ବିହାରର ୨, ଉତ୍ତରପ୍ରଦେଶର ଗିରଫ

ମାଲକାନଗିରି/ଗୋବିନ୍ଦପାଲି, ୩।୬(ଡି.ଏନ୍‌.ଏ./ସ୍ବ.ପ୍ର.)
ମାଲକାନଗିରି ଜିଲା ମାଥିଲି ଥାନା ପୋଲିସ ରବିବାର ରାତିରେ ଗୋବିନ୍ଦପାଲି ଛକରେ ଯାଞ୍ଚ କରିବାବେଳେ ଦୁଇଟି ଗାଡିରୁ ୧୮୭କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ ପରେ କାର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାତିରେ ମାଥିଲି ଆଇଆଇସି ଜନ କୁଜୁର ଏବଂ ଅନ୍ୟ କର୍ମଚାରୀ ଗୋବିନ୍ଦପାଲ୍ଲୀ ଛକରେ ଯାନବାହାନ ଯାଞ୍ଚ କରୁଥିଲେ। ଏହି ସମୟରେ ଗୋଟିଏ ମାରୁତି ଓମନିରୁ ୮୧ କେଜି ଗଞ୍ଜେଇ ମିଳିଥିଲା। ଗାଡିରେ ଥିବା ବିହାର ଭେଲଡି ଗ୍ରାମର ମୋହନ ନାଥ(୪୯) ଓ ଶ୍ୟାମସୁନ୍ଦର ପାଠକ(୭୩)ଙ୍କୁ ପୋଲିସ ଗିରଫ କରିଛି। ମାଥିଲି ଥାନା କେସ୍‌ ନଂ ୯୬/୧୯ ଅନୁଯାୟୀ ସୋମବାର ଏହି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାପରେ ମଧ୍ୟ ପୋଲିସର ତଲାସି ଜାରି ରହିଥିବାବେଳେ କିଛି ସମୟ ପରେ ଅନ୍ୟ ଏକ ମାରୁତି ଡିଜାୟରରେ ୧୦୨ କେଜି ଗଞ୍ଜେଇ ମିଳିଥିଲା। ଏଥିରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବାଲିଆ ଜିଲା ତାଲାବାଜରାୟ ଗ୍ରାମର ନିରଜ କୁମାର ସାହା (୧୯) ଓ ଭିଟାଲପୁର ଗ୍ରାମର ଧନଞ୍ଜୟ ସୋନୀ(୩୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଟିକିରି, ୩୦।୧୨(ଡି.ଏନ୍‌.ଏ.): ଅନେକ ଦିନର ଦାବି ପରେ ରାୟଗଡ଼ା ଜିଲା କାଶୀପୁରରେ ଖୋଲାଯାଇଥିବା ଏକଲବ୍ୟ ବିଦ୍ୟାଳୟକୁ ଏବେ ୫୦ କି.ମି. ଦୂରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି...

ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

  ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦...

ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

ଗୁଣପୁର,୨୩।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବଲୀଳା ରଚିଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ସେହିପରି ଏକାଧିକ...

୪ ଜଣଙ୍କୁ ବିବାହକରି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗିରଫ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨୧ା୩- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କାର୍ଯ୍ୟରତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନ ୪ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗରେ ଗିରଫ...

ଜାଲ୍‌ନୋଟ କାରବାର : ଜଣେ ଅଭିଯୁକ୍ତ ଗିରଫ

ରାୟଗଡ଼ା ଅଫିସ,୯।୧୧: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ହରିଜନ ସାହିର ଦେବଜହନ ନାୟକ(୨୫)ନାମକ ଜଣେ ଯୁବକ ସୁନାମୁଦି ସାହିରେ ଏକ ଘରଭଡ଼ା ନେଇ ଜାଲ୍‌ନୋଟ...

କୋରାପୁଟ-କିରୁଣ୍ଡୁଲ ରେଳ ଲାଇନ୍‌ରେ ପଥର ଧସିଲା: ୩ ମୃତ, ୪ ଗୁରୁତର

ରାୟଗଡ଼ା ଅଫିସ,୬ା୫: କୋରାପୁଟ-କିରୁଣ୍ଡୁଲ ରେଳ ଲାଇନର ବୋରା କେଭ୍‌ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଚିରୁକାପଲ୍ଲୀ ରେଳଷ୍ଟେଶନଠାରେ ରେଳ ଲାଇନରେ ପଥର ଧସିବାରୁ ଏହି...

ସୂଚନା ଓ ଲୋକସମ୍ପର୍କ ଅଫିସ୍‌ ସିଲ୍‌

ରାୟଗଡ଼ା ଅଫିସ,୧୭ା୫: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ବଢ଼ୁଛି। ବିଭିନ୍ନ କାର୍ଯ୍ୟାଳୟରୁ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସେହିପରି ଜିଲା ସୂଚନା ଓ ଲୋକସମ୍ପର୍କ...

ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ...

Advertisement
Archives

Model This Week