୨ କାର ମୁହାଁମୁହିଁ ଧକ୍କା : ସ୍ବାମୀ, ସ୍ତ୍ରୀଙ୍କ ଜୀବନ ଗଲା, ୪ ଗୁରୁତର

ଭାପୁର,୨୨।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଜରିପାଳ ନିକଟରେ ଶନିବାର ଅପରାହ୍ନରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ(୭୩) ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତ୍ତିଙ୍କ ଘର ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଏକ ବୋଲେରୋ (ନଂ.ଓଡ଼ି୦୨ବିଏ ୪୪୦୦) ସହିତ ଓ୍ବାଗନର କାର (ନଂ.ଓଆର୦୨ବିଏସ୭୧୫୦)ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଓ୍ବାଗନରରେ ଯାଉଥିବା ଦମ୍ପତ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ବୋଲେରୋରେ ବସିଥିବା ବାସନ୍ତୀ ପଟ୍ଟନାୟକ(୫୫), ଗୁଗୁଲୁ ପଟ୍ଟନାୟକ(୨୮), ନିତିଶ ପଟ୍ଟନାୟକ(୧୦), ଆରୁତ ପଟ୍ଟନାୟକ(୮) ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଭାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବାସହ ମୃତକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କ ହାତରେ ହକି ଷ୍ଟିକ୍‌

ଢେଙ୍କାନାଳ ଅଫିସ, ୧୨।୫: ପଡ଼ିଆକୁ ଫେରିବ ହକି ଚମକ। ହାତରେ ହକି ଷ୍ଟିକ୍‌ ଧରି ଦକ୍ଷତା ପ୍ରଦର୍ଶନ କରିବେ ମହିଳା କ୍ରୀଡ଼ାବିତ୍‌। କେବଳ ଜିଲା ନୁହେଁ, ଜାତୀୟ...

ଉଠିଲା ମୃତହାତୀ, ୫୫ନଂ. ଏନ୍‌ଏଚ୍‌ରେ ସ୍ବାଭାବିକ ହେଲା ଯାନବାହନ ଚଳାଚଳ

ଢେଙ୍କାନାଳ ଅଫିସ,୩୦।୧: ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ପୋଡ଼ପଡ଼ା ଛକ ୫୫ନଂ. ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଟ୍ରକ୍‌ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ...

ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ

କାମାକ୍ଷାନଗର, ୨ ।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ...

କମ୍ପୁଛି ପ୍ରଚାର ମଇଦାନ

ଢେଙ୍କାନାଳ ଅଫିସ, ୧୪ା୨: ଜୋର୍‌ ଧରିଛି ପ୍ରଚାର। କମ୍ପୁଛି ମଇଦାନ। ଚାଲିଛି ଆରୋପ-ପ୍ରତ୍ୟାରୋପ। ଏସବୁ ଭିତରେ ବିକାଶର ସ୍ବପ୍ନ ଦେଖାଇ ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ।...

ସରିଲା ଭୋଟ, ଫଳାଫଳକୁ ଅପେକ୍ଷା

ଢେଙ୍କାନାଳ ଅଫିସ,୪ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସୋମବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ମୋଟ୍‌ ମତଦାନ ହାର ୮୮ ପ୍ରତିଶତ...

ବିଧାୟକଙ୍କ ଅଚାନକ ସ୍କୁଲ ପରିଦର୍ଶନ, କାଗଜପତ୍ର ଯାଞ୍ଚ

ବଇଣ୍ଡା,୨୩।୯(ଡି.ଏନ.ଏ)-କିଶୋରନଗର ବ୍ଲକ ଜାମ୍ବୁନାଳୀ ପଞ୍ଚାୟତ ଜାମ୍ବୁନାଳୀ ସରକାରୀ ଉ.ପ୍ରା ବିଦ୍ୟାଳୟକୁ ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଅଚାନକ ଗସ୍ତ କରିଛନ୍ତି। ବିଦ୍ୟାଳୟ ଶ୍ରେଣୀଗୃହକୁ ଯାଇ...

ବିଦ୍ୟାଳୟ ଖୋଲିବା ଦାବିରେ ତେଜିଲା ଆନ୍ଦୋଳନ

ଢେଙ୍କାନାଳ,୪।୮(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଗ୍ରାମ ପଞ୍ଚାୟତ ବନ୍ଧନୂଆଗାଁରେ ୩ ବର୍ଷ ହେଲା ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ...

ରୋବୋ ପଦ୍ଧତି ରୋକିବ ଦୁର୍ଘଟଣା

ଢେଙ୍କାନାଳ ଅଫିସ, ୨୭।୧୧: ୱାଗନ ଅନଲୋଡିଂ ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଢେଙ୍କାନାଳ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ ‘ର ମ୍ୟାଟେରିଆଲ ହାଣ୍ଡଲିଂ ସିଷ୍ଟମ୍‌ ଅପରେଶନ’ରେ ରୋବୋ...

Advertisement
Archives

Model This Week