୨୯. ୭୭ ଗ୍ରାମ ବ୍ରାଉନସୁଗାର, ୪ ବାଇକ୍‌ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ପୋଲିସ ଛଣଗିରିର ଦେଉଳି, ସିକୋ ବାଉତି ମନ୍ଦିର ସାହି ଉପରେ ବୁଧବାର ଚଢ଼ାଉ କରି ୨୯. ୭୭ ଗ୍ରାମ ବ୍ରାଉନସୁଗାର ଓ ୪ ବାଇକ୍‌ ଜବତ କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ଛଣଗିରିର ସଞ୍ଜୟ ମହାପାତ୍ର (୩୨) ଓ ସିକୋ ଦଳବେହେରାସାହିର ମାନସ କୁମାର ମାଝି(୩୦) ନାମକ ୨ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁସାରେ, ଛଣଗିରିର ଦେଉଳି ଓ ସିକୋ ବାଉତି ମନ୍ଦିର ସାହିରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଛଣଗିରିର ସଞ୍ଜୟଙ୍କଠାରୁ ୧୫.୯୩୦ ଗ୍ରାମ ବ୍ରାଉନସୁଗାର, ବାଇକ୍‌ (ନଂ. ଓଡି୦୫ ଏଡି ୮୪୫୬, ଓଡି ୦୨ ଏଏଚ ୬୯୮୬, ଓ ଓଡି ୦୨ ଏଏଚ ୮୬୫୩), ୧୨୫୦ ଟଙ୍କା ଜବତ ହୋଇଛି। ସଞ୍ଜୟଙ୍କ ନଁାରେ ୨୦ ବି ଏନ୍‌ଡିପିଏସ୍‌ ଆକ୍ଟ ଦଫାରେ ନଂ. ୯/୨୦ରେ ମାମଲା ରୁଜୁ କରାଯାଇଛି। ସେହିପରି ସିକୋ ଦଳବେହେରାସାହିର ମାନସଙ୍କଠାରୁ ୧୩. ୮୪୦ ଗ୍ରାମ ବ୍ରାଉନସୁଗାର, ବାଇକ୍‌ (ନଂ. ଓଡି ୦୨ ଲଏଏଜେ ୬୪୭୭) ଜବତ କରାଯାଇଥିଲା। ମାନସଙ୍କ ନଁାରେ ୨୦ ବି ଏନ୍‌ଡିପିଏସ୍‌ ଆକ୍ଟ ଦଫାରେ ନଂ. ୧୦/୨୦ରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ସତ୍ୟବ୍ରତ ଲେଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେୟା ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ

ଝାରସୁଗୁଡ଼ା ଅଫିସ,୩୦।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ...

ପ୍ରେମିକଙ୍କ ସହ ଯିବାକୁ ଜିଦ୍‌ ଧରିଲେ ମହିଳା; ବଜାର ଉପରେ ସ୍ବାମୀ ହଟହଟା

ଅନୁଗୋଳ ଅଫିସ, ୧୪।୬- ରଜ ପାଇଁ ସ୍ବାମୀଙ୍କ ସହ ଅନୁଗୋଳ ବଜାରକୁ କିଣାକିଣି କରିବାକୁ ଆସିଥିବା ଜଣେ ମହିଳା ପ୍ରେମିକଙ୍କ ସହ ଯିବାକୁ ଜିଦ୍‌ ଧରିବା...

୩ ରେଳ ଷ୍ଟେଶନରେ ହେବ ବାୟୋଗ୍ୟାସ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ବର୍ଜ୍ୟ ପରିଚାଳନା ପାଇଁ ପୁରୀ, କଟକ ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ବାୟୋଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ ହେବ। ଷ୍ଟେଶନରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି...

୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ...

ପରିବା ବ୍ୟବସାୟୀଙ୍କୁ ଗୁଳିମାଡ଼

ବାରଙ୍ଗ,୨୭।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ନନ୍ଦନକାନନ ଥାନା ଅଧିନସ୍ଥ ପଦାସାହି ଗ୍ରାମମୁଣ୍ଡରେ ସୋମବାର ସକାଳେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଢାଓ୍ବା ଗ୍ରାମର ସମୀର କାଣ୍ଡି ନାମକ ପରିବା ବ୍ୟବସାୟୀ...

ସ୍କୁଲ ରୂପାନ୍ତରୀକରଣ କାମରେ ଦୁର୍ନୀତି

ଡେରାବିଶ,୩।୭(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୁପାନ୍ତରିକରଣ କାମ କରୁଛନ୍ତି ା ତେବେ ଡେରାବିଶ ବ୍ଳକ ଅଧୀନରେ ସମୁଦାୟ...

କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ,...

ଡେରାବିଶରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ

ଡେରାବିଶ, ୨୬।୫(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାରେ ସୋମବାର ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ଡେରାବିଶ ବ୍ଲକର ବୋଲି ଜଣାପଡିଛି। ଡେରାବିଶ ବ୍ଲକ୍‌ରେ...

Advertisement
Archives

Model This Week