୨୬ ନଂ. ଜାତୀୟ ରାଜପଥରେ ଅଟକୁଥିବା ଗାଡ଼ିରୁ ତେଲ ଚୋରି: ପୋଲିସ ପ୍ରଶାସନର ନିଷ୍କ୍ରିୟତା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ପଟ୍ଟାଙ୍ଗୀ,୨୩।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମସ୍ତ ଛୋଟ ବଡ଼ ଗାଡ଼ିରୁ ବିଳମ୍ବିତ ରାତିରେ ତେଲ ଚୋରି ହେଉଛି। ଏ ନେଇ ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଅସାମାଜିକ ବ୍ୟକ୍ତି। ଉକ୍ତ ବ୍ଲକର ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ପୁନର୍ବାର ଏଭଳି ଏକ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁରଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଚାଉଳ ବୋଝେଇ ଟ୍ରକ୍‌(ସିଜି୦୪/ଏମ୍‌ବି-୬୪୬୬) ବିଳମ୍ବିତ ରାତିରେ ପଟ୍ଟାଙ୍ଗୀ ବ୍ଲକ ଦେଇ ଯାଉଥିବା ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଉପରୋକ୍ତ ବ୍ୟାଙ୍କ ନିକଟରେ ଅଟକି ରହିଥଲ। ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଗାଡ଼ିଭିତରେ ଶୋଇପଡ଼ିଥିଲେ। ସକାଳୁ ତେଲ ଟ୍ୟାଙ୍କିରେ ଲାଗିଥିବା ପାଇପ୍‌ ଓ କିଛି ନଟ୍‌ବୋଲ୍‌ଟ ତଳେ ପଡି ରହିଥିବା ସହ ଟ୍ରକ୍‌ରେ ସମସ୍ତ ଡିଜେଲ ଚୋରି ହୋଇଥିବା ଜାଣି ପୋଲିସ ନିକଟରେ ଡ୍ରାଇଭର ଅସିତ କୁମାର ପଣ୍ଡା ଲିଖିତ ଅଭିଯୋଗ କରିଥିବା କହିଥିଲେ । ଟ୍ରକ୍‌ ତେଲ ଟ୍ୟାଙ୍କିରୁ ପ୍ରାୟ ୩ଶହ ଲିଟର ଡିଜେଲ ଚୋରି ହୋଇଯାଇଥିଲ। ଏହାର ଆନୁମାନିକ ମୂଲ୍ୟ ୨୧,୬୦୦ଟଙ୍କାର ହେବ ବୋଲି ସେ କହିଛନ୍ତି।
ବିଗତ ଦିନରେ ଅନେକ ଥର ଏହିପରି ଚୋରି ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ଉପରେ କୌଣସି ଫରକ ପଡୁ ନ ଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋଗ୍ରାମ ଅଧିକାରୀ ବହିଷ୍କୃତ

ନୟାଗଡ଼ ଅଫିସ,୧୬।୧୧: ନୟାଗଡ଼ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରୋଗ୍ରାମ ଅଧିକାରୀ ଚୂଡ଼ାମଣି ମୁର୍ମୁଙ୍କୁ ବିଭାଗୀୟ ପ୍ରମୁଖ ସଚିବ ବହିଷ୍କୃତ କରିଛନ୍ତି। ଗତ ୬...

ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା...

ବେଆଇନ ମାଙ୍କଡା ପଥର ଖନନ ଚାଲିଛି; ଅଭିଯୋଗ କଲେ କୁଳଙ୍ଗ ଗ୍ରାମବାସୀ

ତେଲକୋଇ, ୭।୧୧(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନରେ ରାଇସୁଆଁ ପଞ୍ଚାୟତର କୁଳଙ୍ଗ ଗ୍ରାମର ଖେସରା ଜଙ୍ଗଲ ମଧ୍ୟରେ ଚାଲିଛି ବେଆଇନ ଭାବେ ମାଙ୍କଡା ପଥର ଖନନ। ମାଙ୍କଡା ପଥର...

ଅନୁଗୋଳ ବଜାରରେ କେଟିଏମ୍‌ ଆର୍‌ସି ୧୨୫

ଅନୁଗୋଳ ଅଫିସ, ୧୮।୭ – କେଟିଏମ୍‌ ପକ୍ଷରୁ ନୂଆ ଆର୍‌ସି ୧୨୫ ମଡେଲ ଅନୁଗୋଳ ବଜାର ପ୍ରବେଶ କରିଛି। ଏହି ମଡେଲ ଆର୍‌ସି ୧୬ କେଟିଏମ୍‌...

ଶିଳ୍ପବିହୀନ ଜିଲାରେ ରୋଜଗାର ଚିନ୍ତା

ବଲାଙ୍ଗୀର ଅଫିସ, ୧୫ା୬:  କରୋନା ସଂକ୍ରମଣ ସମସ୍ୟା ଠୁ ବି ଅଧିକ ଚର୍ଚ୍ଚାରେ ରହିଛି ବଲାଙ୍ଗୀର ଜିଲାର ପ୍ରବାସୀ ଶ୍ରମିକ ସମସ୍ୟା। କରୋନା ମହାମାରୀ ଅନେକ...

କୋଣାର୍କକୁ ମିଳିଲା ‘ଆଇକନିକ୍‌ ପର୍ଯ୍ୟଟନସ୍ଥଳୀ’ ମାନ୍ୟତା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା। କୋଣାର୍କକୁ ଏହି ମାନ୍ୟତା ମିଳିଲା । ମଙ୍ଗଳବାର ରାଜ୍ୟ ସଭାରେ ଏ ନେଇ କେନ୍ଦ୍ର ମନ୍ତ୍ରୀ...

ପୋକତୁଙ୍ଗାରେ କାଳବୈଶାଖୀ: ଉଡ଼ିଗଲା ଚାଳ ଓ ଛପର

ବନ୍ତଳା,୨୦।୫(ଡି.ଏନ.ଏ.)- ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ରବିବାର ରାତିରେ କାଳବୈଶାଖୀ ହୋଇଥିଲା। ଏଥିରେ ଗ୍ରାମର କେତେକ ପକ୍କା ଓ ମାଟି ଘର ଛପର ଭାଙ୍ଗିଯାଇଛି। ଏଥିସହିତ...

ଦିଗପହଣ୍ଡିରେ ମିଲ ଯୋଜନାର ଶୁଭାରମ୍ଭ

ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମିଲ’ ଯୋଜନାର ଶୁଭାରମ୍ଭ ହୋଇଛି। ବିଡ଼ିଓ ହଳଧର ଶବର ନିମଖଣ୍ଡି ପେଣ୍ଠ ପଞ୍ଚାୟତ...

Coronavirus Update


Archives

Model This Week

Why Dharitri