୨୬ କି.ମି. ଚାଲିଲେ ୫୪ ଛାତ୍ର

ତୁମୁଡିବନ୍ଧ,୫ା୧୨(ଡି.ଏନ୍‌.ଏ.)- ଦୀର୍ଘଦିନଧରି ଶିକ୍ଷକ ପଦବୀ ପୂରଣ ହେଲାନି, ପାଠ ପଢାରେ ବହୁ ଅସୁବିଧା ହେଲା, ଶେଷରେ ଛାତ୍ରମାନେ ପାହାଡ଼ ପର୍ବତ ଘେରା ୨୬ କି.ମି. ରାସ୍ତା ଚାଲିଚାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନକୁ ଗୁହାରି ଜଣାଇଲେ। ଏପରି ଏକ ଅଭାନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକରେ।
ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତରେ ରହିଛି ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୩୭୫ ଛାତ୍ରୀଛାତ୍ର ପଢନ୍ତି। ୧୪ ଜଣ ଶିକ୍ଷକ ପଦବୀ ଥିବାବେଳେ ମାତ୍ର ୬ ରୁ ୭ ଜଣ ଶିକ୍ଷକ ଅଛନ୍ତି। କୌଣସି କାମରେ ଜଣେ ୨ଜଣ ଶିକ୍ଷକ ଅନୁପସ୍ଥିତ ରହିଲେ ଉକ୍ତଦିନ ପାଠପଢା ଗୁରୁତର ବାଧାପ୍ରାପ୍ତ ହୋଇଥାଏ। ବିଜ୍ଞାନ ଏବଂ ଗଣିତ ଶିକ୍ଷକ ନ ଥିବାରୁ କଳା ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିକ୍ଷାଦାନ କରୁଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କୁ ପାଠ ବୁଝିବାରେ ଅସୁବିଧା ହେଉଛି। ବାରମ୍ବାର ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିଲା। ଶେଷରେ ବୁଧବାର ଭୋର ୩ଟାରୁ ପ୍ରବଳ ଶୀତରେ ୫୪ଜଣ ଛାତ୍ର ଜଙ୍ଗଲଘେରା ରାସ୍ତାରେ ୨୬ କି.ମି. ଚାଲିଚାଲି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ୫ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ମୁଖ୍ୟରାସ୍ତାରେ ଚାଲିଚାଲି ଆସୁଥିଲେ ମଧ୍ୟ ପ୍ରଶାସନ ପାଖରେ କୌଣସି ଖବର ନଥିଲା।

ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରେ ୫୪ଜଣ ଛାତ୍ର ଶିକ୍ଷକ ଦାବିରେ ୨୬ କି.ମି ବାଟ ଚାଲିଛନ୍ତି। ଗତ ମଙ୍ଗଳବାର ରାତି ୩ ଟାରେ ବିଦ୍ୟାଳୟ ହଷ୍ଟେଲରୁ ବାହାରି ଛାତ୍ରମାନେ ଚାଲିଚାଲି ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।#Belghar #Kandhamal #Tumudibandh #Protest #Teacher #Students #School #Education

Dharitri ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಬುಧವಾರ, ಡಿಸೆಂಬರ್ 4, 2019

ତେବେ ଛାତ୍ରମାନେ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବାପରେ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯିବା ସହ ବିସ୍କୁଟ ଏବଂ ପାଣି ବ୍ୟବସ୍ଥା କରାଯାଇଥିଲା। ତୁମୁଡ଼ିବନ୍ଧ ଭାରପ୍ରାପ୍ତ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ବିଏସ୍‌ଏସ୍‌ଓ) ମନୋଜ କୁମାର ସାହୁ ଓ ଜନମଙ୍ଗଳ ଅଧିକାରୀ ଏକଗାଡ଼ି କରି ଛାତ୍ରମାନଙ୍କୁ ବିଦ୍ୟାଳୟକୁ ନେଇଥିଲେ। ସେଠାରେ ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ଯାଇ ବା ଆଲୋଚନା ପରେ କୃର୍ଷ୍ଣଚନ୍ଦ୍ର ବଳିଆରସିଂଙ୍କୁ ଅସ୍ଥାୟୀ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ। ଦିନେ ଦୁଇଦିନ ମଧ୍ୟରେ ଆଉ କେତେଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଦାବିପୂରଣ ନହେଲେ ପୁଣି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଅଭିଭାବକ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଫୁଲବାଣୀ ଅଫିସ,୨୭ା୬: କନ୍ଧମାଳ ଜିଲା ଫୁଲବାଣୀ ପେଞ୍ଜିସାହି ନିକଟରୁ ୩.୫୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହା ସହିତ ଏକ ବାଇକ ନମ୍ବର ଓ ୧୨...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଦାରିଙ୍ଗବାଡି,୧୯ା୧୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବହୁ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି।...

ପରିବାରର ବୋଝ ନୁହନ୍ତି ଦିବ୍ୟାଙ୍ଗ

ଫୁଲବାଣୀ ଅଫିସ,୪ା୧୨-ଦିବ୍ୟାଙ୍ଗମାନେ ପରିବାର କିମ୍ବା ସମାଜର ବୋଝ ନୁହଁନ୍ତି ବୋଲି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରକାଶ କରଛନ୍ତି।...

ମହାପ୍ରୟାଣ ଗାଡି ମିଳିଲାନି: ଅଟୋରେ ବୁହାହେଲା ମୃତଦେହ

ରାଇକିଆ,୨ା୮(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଶନିବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁପରେ ମହାପ୍ରୟାଣ ଗାଡି ନ ମିଳିବାରୁ ଅଟୋରେ...

ଜି. ଉଦୟଗିରିରେ ମା’ଙ୍କ ମହାସପ୍ତମୀ ପୂଜା

ଜି.ଉଦୟଗିରି,୫।୧୦(ଡି.ଏନ୍‌.ଏ.):  କନ୍ଧମାଳ ଜିଲା ଜି. ଉଦୟଗିରି ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଶନିବାର ଅନୁଷ୍ଠିତ ହେଉଛି। ଶୁକ୍ରବାର ରାତିରେ...

ପଶ୍ଚିମବଙ୍ଗରେ ହିନ୍ଦୁ ପରିବାରକୁ ହତ୍ୟା ଘଟଣା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଜରଙ୍ଗ ଦଳର ଦାବିପତ୍ର

ଫୁଲବାଣୀ ଅଫିସ, ୧୯ା୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ପ୍ରକାଶ ପାଲ ଏବଂ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସହ ୮ ବର୍ଷର ନିଷ୍ପାପ ପୁଅକୁ ଅତି ଜଘନ୍ୟ ଭାବେ...

ଗାଳି ଗୁଲଜ କରି ଶିକ୍ଷକ ନିଲମ୍ବିତ

ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ ଅଫିସ,୬ା୨: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ କନ୍ଧମାଳ ଜିଲା ଭେଟକୋଲ ଘାଟି ଏହି ଦୁର୍ଘଟଣା ଘଟିଛି।...

Advertisement
Archives

Model This Week