Posted inଜାତୀୟ

୨୫ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ ମାସକୁ ଏକ କୋଟି କ୍ଷତିପୂରଣ: ଏନଜିଟି

ନୂଆଦିଲ୍ଲୀ,୨୬।୫: ବର୍ଜ୍ୟ ପ୍ଲାଷ୍ଟିକ୍‌ ନିଷ୍କାସନ ଯୋଜନା ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ତଥ୍ୟ ଦାଖଲ କରି ନ ଥିବାରୁ ୨୫ ରାଜ୍ୟ ସରକାରଙ୍କୁ ମାସିକ ଏକ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ ପଡ଼ିବ। ଏନେଇ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମୟ ସୀମା ୨୦୧୯ ଏପ୍ରିଲ୍‌ ୩୦ ଧାର୍ଯ୍ୟ କରାଯାଇଥିଲା। ତେବେ ଇତିମଧ୍ୟରେ କେବଳ ଆନ୍ଧ୍ରପ୍ରଦେଶ, ସିକିମ୍‌ ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାର ସେମାନଙ୍କର ଆକ୍ସନ ପ୍ଲାନ୍‌ ଦାଖଲ କରିଥିବା କୁହାଯାଉଛି। ଫଳରେ ମେ ୧ ଠାରୁ ସମ୍ପୃକ୍ତ ରାଜ୍ୟ ସରକାର ଏହି କ୍ଷତି ପୂରଣ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ। ଦେଶର ଆଣ୍ଡାମାନ ନିକୋବର, ଅରୁଣାଚଳପ୍ରଦେଶ, ଚଣ୍ଡିଗଡ଼, ଡାମନ୍‌ ଡିୟୁ, ଦାଦରା ନାଗର ହାଭେଲୀ, ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, କର୍ନାଟକ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକିମ୍‌, ତାମିଲ୍‌ନାଡୁ,ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୨୨ଟି ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ତେବେ ଆବଶ୍ୟକ ନିୟାମକ ଅଭାବରୁ ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରି ପାରୁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)…

ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ…

ବୋହୂ-ପୁଅ ସାବଧାନ! ବୃଦ୍ଧ ମା’-ବାପାଙ୍କୁ ହଇରାଣ କଲେ ହେବେ ସମ୍ପତ୍ତିରୁ ବେଦଖଲ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ, ୧୯।୮: ବରିଷ୍ଠ ନାଗରିକଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବୃଦ୍ଧଙ୍କ ଭରଣପୋଷଣ, ସୁରକ୍ଷା ଓ ସମ୍ମାନ ପାଇଁ…

ଛାତ୍ର ଆନ୍ଦୋଳନ ୨ ମାସ ପାଇଁ ସ୍ଥଗିତ, ସରକାରଙ୍କୁ ଦେଲେ ଅଲ୍ଟିମେଟମ୍‌

ନୂଆଦିଲ୍ଲୀ, ୧୯।୮: ରାଞ୍ଚିର ଜେପିଏସ୍‌ସି ଷ୍ଟାଡିୟମରେ ଜୁଲାଇ ୨୫ରୁ ଚାଲିଥିବା ଛାତ୍ର ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ଦୁଇ ମାସ ସ୍ଥଗିତ ରଖାଯାଇଛି। ଆନ୍ଦୋଳନକାରୀ ଛାତ୍ରମାନେ ଝାଡ଼ଖଣ୍ଡ ସରକାରଙ୍କୁ…

ପ୍ରଥମେ ଦେଲେ ଆଦେଶ, ଏବେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ ବିଜୟ: ଛାତ୍ରଙ୍କୁ ନେଇ…

ଚେନ୍ନାଇ, ୧୯।୮: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ସରକାର ଛାତ୍ରୀଛାତ୍ର ଓ ଯୁବପିଢ଼ିଙ୍କୁ ରାଜନୈତିକ ପ୍ରଦର୍ଶନରୁ ଦୂରେଇ ରଖିବା ନେଇ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶକୁ ପ୍ରତ୍ୟାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri