୨୫ ପର୍ଯ୍ୟଟକଙ୍କୁ ଛାଡ଼ି ମଦ୍ୟପ ଡ୍ରାଇଭର ଫେରାର

ଗୋପ,୨୨।୨(ଡି.ଏନ.ଏ.): ଚେନ୍ନାଇରୁ ପୁରୀ-କୋଣାର୍କ ବୁଲି ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କୁ ମଦ୍ୟପ ଡ୍ରାଇଭର ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟରେ ଛାଡ଼ିଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ କୌଣସି ଅଘଟନ ଘଟିଥିବା ଅନୁମାନ କରି ଡ୍ରାଇଭରକୁ ଗୋଡ଼ାଇଥିଲେ ମଧ୍ୟ ଧରିବାରେ ଅସଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଚେନ୍ନାଇ ମଦୁରାଇ ଅଞ୍ଚଳର କୁବେରନ ଚନ୍ଦ୍ରଙ୍କ ନେତୃତ୍ୱରେ ୮ଜଣ ପୁରୁଷ ଓ ୧୭ ଜଣ ମହିଳା ପର୍ଯ୍ୟଟକ ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ସହିତ ଆଉ କେତେକ ପର୍ଯ୍ୟଟନସ୍ଥଳୀ ବୁଲି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଫେରୁଥିଲେ। ଭୁବନେଶ୍ୱରର ଟ୍ରାଭେଲ୍‌ ଏଜେନ୍‌ସିର ଓଡି୩୩ପି-୩୭୦୬ ଗାଡ଼ିର ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବାରୁ ଠିକ୍‌ ଭାବରେ ଗାଡ଼ି ଚଳାଇ ପାରି ନ ଥିଲା। ଫଳରେ ଗାଡ଼ିରେ ଥିବା ମହିଳା ପର୍ଯ୍ୟଟକମାନେ ହୋ ହଲ୍ଲା କରିବା ସହ ମଦ୍ୟପ ଡ୍ରାଇଭରକୁ ଗାଡ଼ି ରଖିବାକୁ କହିଥିଲେ। ଫଳରେ ଡ୍ରାଇଭର ଜଣଙ୍କ ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟ ରାସ୍ତାକଡ଼ରେ ଗାଡ଼ି ରଖି ହଠାତ୍‌ ଦୌଡ଼ି ପଳାଇଥିଲେ। ଖବରପାଇ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ିର ମାଲିକଙ୍କୁ ଡାକିଥିଲେ। ପ୍ରାୟ ୧ ଘଣ୍ଟା ପରେ ପର୍ଯ୍ୟଟକମାନେ ଘଟଣାସ୍ଥଳରୁ ଭୁବନେଶ୍ୱର ଫେରିଥିବା ଥାନାଧିକାରୀ ସାହୁ ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ‘୫-ଟି’ ସଚିବ:ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଝାରସୁଗୁଡ଼ା ଅଫିସ/ ଲଖନପୁର,୮।୧(ଡି.ଏନ୍‌.ଏ.):‘୫-ଟି’ ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଉତ୍ତମ...

ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା: ଶୌଚାଳୟ, ଆବାସ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଦିଗପହଣ୍ଡି,୧୮ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ୨୫ ପଞ୍ଚାୟତ ଅଧୀନ ଗାଁ ଗୁଡ଼ିକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ବୈଠକ ଶନିବାର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।...

ନବୀନଙ୍କ ରାଜନୈତିକ ତୀର୍ଥଯାତ୍ରା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ନେଇ ଏବେ ଚାରିଆଡ଼େ ଆଲୋଚନା। ସୋମବାର ସେ ନୂଆଦିଲ୍ଲୀରୁ ଇଟାଲି ଅଭିମୁଖେ ଯାତ୍ରାକରି ଭାଟିକାନ୍‌ ସିଟିରେ କ୍ୟାଥଲିକ୍‌ଙ୍କ...

ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ୧୦ ଲକ୍ଷ ଟଙ୍କା

କଟକ ଅଫିସ,୯।୧୦: କେନ୍ଦୁଝର ଜିଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିିନିୟର) ବିଧାନ ସାହୁଙ୍କ କାରରୁ ୧୦ ଲକ୍ଷ ଟଙ୍କା ମିଳିଛି।...

ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର...

ଶିକ୍ଷକ ପଦବୀ ପୂରଣ ଦାବି: ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା

ବାହାନଗା,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି।...

୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଏବେ ଦୁର୍ବଳ ହେଉଛି ମୌସୁମୀ। ତେଣୁ ବର୍ଷାର ପରିମାଣ କମିଯାଇଛି। ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ହେଉଛି। ତେବେ ଜୁଲାଇ ପ୍ରଥମ...

ପଦୋନ୍ନତି ପାଇଲେ ୪ ବରିଷ୍ଠ ରାଜସ୍ବ ସହାୟକ

ବରଗଡ଼,୨ା୯: ବରଗଡ଼ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ବରିଷ୍ଠ ରାଜସ୍ବ ସହାୟକଙ୍କ ପଦୋନ୍ନତି ସହିତ ବଦଳି ହୋଇଛି। ଏହି କ୍ରମରେ ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

Advertisement
Archives

Model This Week