ମାଧପୁର, ୧୭।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାର ଉପକଣ୍ଠରେ ଥିବା ଏକମାତ୍ର ଗ୍ରାମ୍ୟବ୍ୟାଙ୍କ ଏଟିଏମ୍ ଦୀର୍ଘ ୨୫ ଦିନରୁ ଊର୍ଦ୍ଧ୍ୱ ହେବ ଖରାପ ହୋଇପଡ଼ିଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଏଟିଏମ୍ ଉପରେ ଆଖପାଖର ୫/୬ ପଞ୍ଚାୟତ ଲୋକେ ନିର୍ଭର କରନ୍ତି। ତେବେ ଏହା ଗ୍ରାମ୍ୟବ୍ୟାଙ୍କ ଏଟିଏମ୍ ହୋଇଥିବାରୁ ଏହା କେବଳ ଦିନବେଳା ଖୋଲା ରହିଥାଏ। ସେଥିରେ ପୁଣି ଅଧିକାଂଶ ସମୟ ଟଙ୍କାର ଅଭାବ ଦେଖାଦେଇଥାଏ। କିନ୍ତୁ ଏହା ୨୫ ଦିନରୁ ଊଦ୍ଧର୍ବ ହେବ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଲୋକେ ନାନା ଅସୁବିଧା ଭୋଗ କରୁଛନ୍ତି। ତେଣୁ କର୍ତ୍ତୃପକ୍ଷ ଏ ବିଷୟରେ ଚିନ୍ତାକରି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ବ୍ୟାଟେରି ଖରାପ ଅଛି, ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି ବୋଲି କହିଛନ୍ତି।
ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…
ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…
Archives

