୨୪ ଘଣ୍ଟା ପରେ ଜେଲରୁ ମୃତଦେହ ଉଦ୍ଧାର: ପରିବାର ଲୋକେ ଥାନାରେ ଦେଲେ ଏତଲା, ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୨୦ା୧୧ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜେଲରେ ବିଚାରାଧୀନ କଏଦୀ ପ୍ରଦୀପ ବେହେରାଙ୍କ ଆତ୍ମହତ୍ୟା କରିବାର ୨୪ ଘଣ୍ଟା ପରେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଆତ୍ମହତ୍ୟା ଘଟଣାରେ ସେମାନଙ୍କ ପରିବାରବର୍ଗ ସନ୍ଦେହ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ମୃତକ ପ୍ରଦୀପଙ୍କ ବାପା ପ୍ରଭାକର ବେହେରା ଓ ଗ୍ରାମବାସୀ ଏନେଇ ଟାଉନ ଥାନାରେ ଏତଲା ଦେବାସହ ଜିଲାପାଳ ଆଶୀଷ ଠାକ୍‌ରେଙ୍କୁ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜେଲରେ କଡ଼ା ସୁରକ୍ଷା ସତ୍ତ୍ୱେ ପ୍ରଦୀପଙ୍କ ଆତ୍ମହତ୍ୟା ଘଟଣା ସେମାନଙ୍କୁ ଚକିତ କରିଛି। ଏଥିପାଇଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ତେଲକୋଇ ଥାନା ଅଞ୍ଚଳର ପ୍ରଦୀପଙ୍କୁ ପୋଲିସ ଏକ ବଳାତ୍କାର ମାମଲାରେ ଗିରଫ କରି ଗତ ଜୁଲାଇରେ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେ ଜେଲ ହାଜତରେ ରହିଆସୁଥିଲେ। ସୋମବାର ସନ୍ଧ୍ୟାରେ ସେ ଜେଲ ପରିସରରେ ଥିବା ଷ୍ଟାଫଙ୍କ ବିଶ୍ରାମ କୋଠରିରେ ପଶି ଏକ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏନେଇ ଜେଲ କର୍ତ୍ତୃପକ୍ଷ ଟାଉନ ଥାନାକୁ ଜଣାଇବା ସହ ତେଲକୋଇ ପୋଲିସ ଜରିଆରେ ପରିବାର ଲୋକଙ୍କୁ ଜଣାଇଥିଲେ। ଟାଉନ ଥାନା ପୋଲିସ ଦୀର୍ଘ ୨୪ ଘଣ୍ଟା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ କୋଠରି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଯାଇଛି। ଜେଲ ଡିଆଇଜି (ସମ୍ବଲପୁର) ଅମୀୟ ପଟ୍ଟନାୟକ ଅପରାହ୍ନରେ କେନ୍ଦୁଝର ଜେଲ ପରିଦର୍ଶନ କରି ଘଟଣା ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ଏହେସାନ୍‌: ଅଖା ସିଲେଇ କରି ପରିବାର ଚଳାଉଛନ୍ତି

ଚମ୍ପୁଆ,୪।୧୨(ମହେଶ୍ୱର ଦାସ): ରବିବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ...

ମହୁମାଛି ଆକ୍ରମଣରେ ୩ ଗୁରୁତର

ଘସିପୁରା,୩ା୧୨(ନିରଞ୍ଜନ ସାହୁ): ମହୁମାଛି ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ...

ପାଟ୍ରୋଲିଂ ଇନ୍‌ଚାର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ସକାଳେ ଘଟଗାଁ ଥାନା ବାଲିଯୋଡ଼ି ଗ୍ରାମ ନିକଟରେ ଏନ୍‌ଏନ୍‌ ୨୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ...

ଧାନଖଳା ଜଗିଥିବା ବେଳେ ଜଣଙ୍କୁ ଦଳିଦେଲା ହାତୀ

କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଭେଜିଡିଡି ଗ୍ରାମରେ ଧାନଖଳା ଜଗିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ...

୩୦ ଫୁଟ ଉଚ୍ଚରୁ ଡେଇଁ ଆତ୍ମହତ୍ୟା କଲେ ପ୍ଲାଣ୍ଟ ଶିଫ୍ଟ ଇନ୍‌ଚାର୍ଜ

ବଡ଼ବିଲ,୩ା୧୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିଥାନା ଅନ୍ତର୍ଗତ ଲୋଇଡ଼ାପଦାସ୍ଥିତ ଏକ ପ୍ଲାଣ୍ଟର ସିଫ୍ଟ ଇନ୍‌ଚାର୍ଜ ୩୦ ଫୁଟ ଉଚ୍ଚରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ...

ବିଜେଡି ବୈଠକରେ କଂଗ୍ରେସ ନେତା ଆକ୍ରୋଶର ଶିକାର

ପାଟଣା,୩ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଜିଏନ୍‌ ହାଇସ୍କୁଲ ସମ୍ମୁଖରେ ରବିବାର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କର୍ମୀ ସମ୍ମିଳନୀ ରାସ୍ତାକଡ଼ରେ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri