୨୪ ଘଣ୍ଟାରେ ୧,୦୭୪ ସୁସ୍ଥ

ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧,୦୭୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଏତେରୋଗୀ ସୁସ୍ଥ ହେବା ଘଟଣା ପ୍ରଥମ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ଯୁଗ୍ମସଚିବ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମୋଟ୍‌ ଆକ୍ରାନ୍ତଙ୍କ ୨୭.୫୨%। ଅଦ୍ୟାବଧି ୪୪,୨୩୪ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଥିବା ଅଗ୍ରଓ୍ବାଲ କହିଛନ୍ତି। ଟେଷ୍ଟିଂ କିଟ୍‌ର ଅଭାବ ନାହିଁ ଓ ଦିନକୁ ପ୍ରାୟ ୬୦ ହଜାର ଟେଷ୍ଟ କରାଯାଉଥିବା ସେ ପ୍ରକାଶ କରିଛନ୍ତି।
ଭାରତରେ କରୋନା ନେଲାଣି ୧,୪୪୧ ଜୀବନ। ମୋଟ ରୋଗୀଙ୍କ ମଧ୍ୟରେ ୩୦,୭୪୭ ଆକ୍ଟିଭ ମାମଲା ରହିଛି। ସବୁଠାରୁ ବଡ଼କଥା ହେଲା, ସୋମବାର ୧,୪୫୬ ନୂଆ ମାମଲା ସାମ୍ନାକୁ ଆସିଛି। ସଚେତନତା ସତ୍ତ୍ୱେ ଏତେମାତ୍ରାରେ ନୂଆରୋଗୀ ଚିହ୍ନଟ ହେବା ଚିନ୍ତାର ବିଷୟ। ମହାରାଷ୍ଟ୍ରରେ କେବଳ ୧୨, ୯୭୪ ଭୂତାଣୁ ସଂକ୍ରମିତ ଥିବା ବେଳେ ପ୍ରାଣ ହରାଇଲେଣି ୫୪୮ ଜଣ। ଗୁଜରାଟରେ ୫,୮୦୪ ସଂକ୍ରମିତ ଥିବା ବେଳେ ୩୧୯ ଲୋକଙ୍କ ଜୀବନ ଗଲାଣି। ସେହିଭଳି ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୪୯କୁ ବୃଦ୍ଧିପାଇଥିବା ବେଳେ ୬୪ ମୃତ୍ୟୁମୁଖରେ ପଡ଼ିଛନ୍ତି। ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ମୋଟ ୯ ହଜାର କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୨୩୦କୁ ବୃଦ୍ଧିପାଇଛି। କେବଳ ତାମିଲନାଡ଼ୁରେ ସୋମବାର ୫୨୭ ନୂଆରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନରେ ୩ ହଜାରରୁ ଅଧିକ ସଂକ୍ରମିତ ଥିବା ବେଳେ ୭୫ ଜଣ ଜୀବନ ହାରିଲେଣି। ପଶ୍ଚିମବଙ୍ଗରେ ୧,୨୬୦ ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୬୧ ଛୁଇଁଛି। ପଞ୍ଜାବରେ ୨୩, କର୍ନାଟକରେ ୨୭, ତେଲଙ୍ଗାନାରେ ୨୯, ଆନ୍ଧ୍ରପ୍ରଦେଶରେ ୩୩ ବ୍ୟକ୍ତି ଏହି ମହାମାରୀର ଶିକାର ହୋଇଛନ୍ତି। ଲକ୍‌ଡାଉନ୍‌ ଅବଧି ବୃଦ୍ଧି ସହ ସାମାଜିକ ଦୂରତ୍ୱ ରକ୍ଷାକରିବାକୁ ପରାମର୍ଶ ଦିଆଯାଇଥିଲେ ହେଁ ରୋଗୀ ସଂଖ୍ୟା କମିବାର ନାଁ ନେଉନାହିଁ। କେତେକ ରାଜ୍ୟରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପୁଣି ପ୍ରବାସୀଙ୍କ ଆଗମନ ଚିନ୍ତା ବଢ଼ାଇଦେଇଛି। ଯଦିଓ କୌଣସି ସଫଳ ଔଷଧ ଏପର୍ଯ୍ୟନ୍ତ ବାହାରିନି, ତଥାପି ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନର ସଫଳତା ଭୂତାଣୁ ଆକ୍ରାନ୍ତଙ୍କୁ ଆରୋଗ୍ୟକରିବାରେ କେତେକାଂଶରେ ସହାୟକ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କୋଟିଆ କମିଟି ବୈଠକ, ବିକାଶ କାର୍ଯ୍ୟର ସମୀକ୍ଷା କରିବେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): କୋରାପୁଟ ଜିଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆର କେତେକ…

ଅନ୍ଧକାରର ସୁଯୋଗ ନେଇ ୧୭ ଜଣ କଏଦୀ ଜେଲରୁ ଫେରାର, ଜେଲ କର୍ମଚାରୀଙ୍କ ଉପରେ ହୋଇଛି ଆକ୍ରମଣ

ଚେନ୍ନାଇ,୨୭।୧୦: ତାମିଲନାଡୁର ଥେନି ଜିଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଥେନି ଜେଲରୁ ୧୭ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ…

ମହାରାଷ୍ଟ୍ର ଏସ୍‌ଆଇଆର୍‌ରେ ୩୩% ଭୋଟର ବାଦ୍‌

ନୂଆଦିଲ୍ଲୀ,୨୭ା୧୦: ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଦେଖାଦେଇଥିବାବେଳେ ମହାରାଷ୍ଟ୍ରରେ ଭୋଟର ତାଲିକାରୁ ୩୩ ପ୍ରତିଶତ ଭୋଟରଙ୍କ ନାମ ବାଦ୍‌…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?