୨୩ରୁ ତ୍ରୟୋଦଶ ଯୋଗିନୀ ମହୋତ୍ସବ ଅରୁଣା ମହାନ୍ତି ପାଇବେ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୩ା୧୨(ଡି.ଏନ୍‌.ଏ)- ଆସନ୍ତା ୨୩ତାରିଖରେ ତ୍ରୟୋଦଶ ଯୋଗିନୀ ମହୋତ୍ସବ ରାଜଧାନୀ ଉପକଣ୍ଠ ପ୍ରସିଦ୍ଧ ତନ୍ତ୍ରପୀଠ ବାଳକାଟୀର ମହାମୟୀ ଚଉଷଠି ଯୋଗିନୀଙ୍କ ମନ୍ଦିର ପ୍ରାଙ୍ଗଣରେ ୩ଦିନ ଧରି ଅନୁଷ୍ଠିତ ହେବ। ଭୁବନେଶ୍ୱର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଏବଂ ବାଲିଅନ୍ତା ପଞ୍ଚୟତ ସମିତି ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ମହୋତ୍ସବକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାବାର ପ୍ରଥମ ପ୍ରସ୍ତୁତି ବୈଠକ ଭୁବନେଶ୍ୱରସ୍ଥିତ ସ୍ପେଶାଲ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଡିଏମ୍‌ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲୀ, ଉପଜିଲାପାଳ ଦେବବ୍ରତ ସାହୁ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ତହସିଲଦାର ରଶ୍ମିରେଖା ପ୍ରଧାନ, ଉମାଦେଇବ୍ରହ୍ମପୁର ସରପଞ୍ଚ ସୁକାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଚଳିତବର୍ଷ ମହୋତ୍ସବ ପାଇଁ ୨୫ଲକ୍ଷ ଟଙ୍କାର ବ୍ୟୟଅଟକଳ କରାଯାଇଥିବା ନୃତ୍ୟ ପ୍ରତିଭାର ସଭାପତି ଅଧ୍ୟାପକ ଡ.ରଜନୀ ରଞ୍ଜନ ସୂଚନା ଦେଇଛନ୍ତି। ତ୍ରୟୋଦଶ ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ ଖ୍ୟାତନାମା ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତି ପାଇବେ ବୋଲି ବୈଠକରେ ସମ୍ପାଦିକା ଶ୍ରୀମତି ପଣ୍ଡା କହିଛନ୍ତି। ଏଥିସହ ଚଳିତବର୍ଷ ଚଉଷଠି ଯୋଗିନୀ ସଙ୍ଗୀତ ସମ୍ମାନ ପ୍ରଫେସର ରାମହରି ଦାସ, ଚିତ୍ରକଳା ସମ୍ମାନ ପ୍ରଦ୍ୟୁମ୍ନ ଦାଶ, ନାଟ୍ୟସୁଧା ସମ୍ମାନ ଅଭିନେତା ଉତ୍ତମ ମହନ୍ତି, ସାହିତ୍ୟ ସମ୍ମାନ ହରପ୍ରସାଦ ଦାଶ, ଯୁବ ସାହିତ୍ୟ ସମ୍ମାନ ଇପ୍‌ସିତା ଷଢ଼ଙ୍ଗୀକୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତା ଟଙ୍କା ବାଣ୍ଟୁଥିଲେ: ବିଜେଡି

ଭୁବନେଶ୍ୱର,୬।୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ନିଶ୍ଚିତ ଜାଣି ଦଳୀୟ ନେତାମାନେ ହତାଶ ହୋଇ ପଡ଼ିଛନ୍ତି। ସୋମବାର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା...

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୬ ପୋଲିସ କର୍ମଚାରୀ ନିଲମ୍ବିତ

ସମ୍ବଲପୁର ଅଫିସ,୧୧।୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ତାଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତଥିବା ୬ ପୋଲିସ...

ରାଜ୍ୟ ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା: ହେବ ଅଭୟାରଣ୍ୟ, ବେକରେ ଲାଗିବ ରେଡିଓ କଲାର

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ବିଗତ ଦିନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ହେଉ ଅଥବା ଟ୍ରେନ୍‌ ଧକ୍କାରେ ହାତୀଙ୍କ ଅକାଳ ମୃତ୍ୟୁକୁ ନେଇ ରା୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସରକାର...

ଜେଲରେ ପୁଞ୍ଜିଲାଲଙ୍କୁ ନିର୍ଯାତନା

ବଲାଙ୍ଗୀର ଅଫିସ, ୨୪ା୧୦-ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିବା ପୁଞ୍ଜିଲାଲ ମେହେରଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ଓକିଲ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୮।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୨୦ ଜଣ ଥିବାବେଳେ ଯାଜପୁରରୁ ୪୬,...

୭ ପ୍ରକଳ୍ପକୁ ସିଙ୍ଗଲ୍‌ ଓ୍ବିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟ ସରକାର ୭ ପୁଞ୍ଜିନିବେଶ ପ୍ରକଳ୍ପକୁ ମଙ୍ଗଳବାର ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୧୦୩୬.୩୯ କୋଟି ଟଙ୍କା ବିନିଯୋଗ ହେବ। ଏହାଦ୍ୱାରା ୨୭୭୮...

କାର୍ଯ୍ୟରେ ଅବହେଳା: ଫାଣ୍ଡି ଅଧିକାରୀ ସମେତ ୪ କନଷ୍ଟେବଳ ନିଲମ୍ବିତ

ମାଲକାନଗିରି/କୁଡୁମୁଲୁଗୁମ୍ମା,୧୮ା୮(ଡି.ଏନ.ଏ.): କାର୍ଯ୍ୟରେ ଅବହେଳା ଯୋଗୁ ମାଲକାନଗିରି ଜିଲା ଓର୍କେଲ ଥାନା ଅଧୀନରେ ଥିବା କୁଡୁମୁଲୁଗୁମ୍ମା ଫାଣ୍ଡିର ଫାଣ୍ଡି ଅଧିକାରୀ କମଳ ଲୋଚନ ନାୟକ ଓ ୪...

୨୬ରୁ ପୁଣି ବଢିବ ଶୀତ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୬ରୁ ଶୀତ ବଢିବ। ଆଗାମୀ ୨ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ। ପାଗ ମଧ୍ୟ ଶୁଖିଲା ରହିବ। ଏ...

Advertisement
Archives

Model This Week