Posted inଜାତୀୟ

୨,୨୨୦ ନାବାଳକ ଗାଡ଼ି ଚାଳକଙ୍କୁ ଧରିଲା ପୋଲିସ

ହାଇଦ୍ରାବାଦ,୧୯।୬: ଦେଶରେ ବେପାରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ଅଧିକ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ହାଇଦ୍ରାବାଦ ସହରରେ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବିନା ଲାଇସେନ୍ସଧାରୀ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଥିମଧ୍ୟରେ ସର୍ବାଧିକ ନାବାଳକ ଥିବା ଜଣାପଡ଼ିଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ଚଳିତ ବର୍ଷ ୨ହଜାର ୨ଶହ ୨୦ ନାବାଳକଙ୍କୁ ବିନା ଲାଇସେନ୍ସରେ ଗାଡି ଚଲାଉଥିବା ବେଳେ ଧରିଛି। ଧରାପଡ଼ିଥିବା ନାବାଳକଙ୍କ ମଧ୍ୟରେ ପ୍ରାୟ ୧ ହଜାର ୭ଶହ ୩୨ଟି ମାମଲାର ଚାର୍ଜଶିଟ୍‌ ଦାଖଲ କରାଯାଇଛି। ସେମାନଙ୍କ ଉପରେ କୋର୍ଟ ୧,୬୧,୭୦୦ଟଙ୍କାର ଜରିମାନା ଲଗାଇଛନ୍ତି। ଚଳିତ ବର୍ଷ କୋର୍ଟ କୌଣସି ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରି ନ ଥିବା ବେଳେ ଗତ ବର୍ଷ କିଛି ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିଲା। ତେବେ ଏହି ଅଭିଯାନରେ ଯେତେ ପର୍ଯ୍ୟନ୍ତ ନାବାଳକଙ୍କୁ ଲାଇସେନ୍ସ ନ ମିଳିଛି ସେତେ ପର୍ଯ୍ୟନ୍ତ ଗାଡ଼ି ଚଳାଇବା ପାଇଁ ସେମାନଙ୍କ ଉପରେ କଟକଣା ଜାରି ରହିବ ବୋଲି ବୋଲି ହାଇଦ୍ରାବାଦ ସିଟିର କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଦଳାଚକଟା

ହାଇଦ୍ରାବାଦ୍‌,୧।୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଥରେ ରବିବାର ଦଳାଚକଡା ହୋଇଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଚାରି ଦିନ...

ସ୍ବାମୀ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ, କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୪ା୨: ରୋଜଗାର କରୁ ନ ଥିବା ବେକାର ସ୍ବାମୀଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇ ପାରିବ ନାହିଁ। ସେ ନିଜେ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ...

ଏୟାରପୋର୍ଟ ତଳେ ଅତ୍ୟାଧୁନିକ ନିର୍ମାଣ

ନୂଆଦିଲ୍ଳୀ, ୩ା୮: ଜିନଜିଆଙ୍ଗ ପ୍ରାନ୍ତ ନିକଟ ତାଶକୁରଗାନ୍‌ଠାରେ ଚାଇନା ନିର୍ମାଣ କରୁଥିବା ବିମାନବନ୍ଦରକୁ ମଧ୍ୟ ଏସିଆରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଅସ୍ତ୍ର ଭାବେ ବ୍ୟବହାର କରିବାକୁ...

ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା...

ଶାରୀରିକ ସମ୍ପର୍କ ପରେ ବିବାହ ପାଇଁ ମନା କରିବା ଠକାମି ନୁହେଁ, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ, ୨୩।୧୨: କୌଣସି ମହିଳାଙ୍କ ସହିତ ଦୀର୍ଘ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ମନା କରିବା ଠକାମି ନୁହେଁ। ଏକ...

ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’

କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ...

ଚର୍ଚ୍ଚାରେ ଟିଏମ୍‌ସି ପୋଷ୍ଟର: ମମତା ‘ଦୁର୍ଗା’, ମୋଦି ‘ମହିଷାସୁର’

କୋଲକାତା,୧୮।୨: ରାଜ୍ୟରେ ଏକ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ପୋଷ୍ଟରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦୁର୍ଗା’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

କୋଲକାତାରେ ହେବ ଟାୟାର ପାର୍କ

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାରେ ଏକ ଟାୟାର ପାର୍କ ପ୍ରତିଷ୍ଠା ହେବ। ଅଦରକାରୀ ଟାୟାରରୁ ଏଠାରେ ବିଭିନ୍ନ କଳାକୃତି ନିର୍ମାଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ...

Advertisement
Archives

Model This Week