Posted inଖେଳ

୨୧ ବର୍ଷରୁ କମ୍‌ ଫୁଟ୍‌ବଲ: ସ୍ପେନ୍‌ ୫ମ ଥର ୟୁରୋପ ଚାମ୍ପିୟନ

ଉଡିନେ (ଇଟାଲି), ୧ା୭ (ଏଏଫ୍‌ପି)- ଗତଥରର ଚାମ୍ପିୟନ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରି ସ୍ପେନ୍‌ ୨୧ ବର୍ଷରୁ କମ୍‌ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛି। ବିଜୟୀ ଦଳ ପକ୍ଷରୁ ଫାବିଏନ ରୁଇଜ୍‌ (୭ମ ମିନିଟ) ଓ ଡାନି ଓଲେ୍‌ମୋ (୬୯ତମ ମିନିଟ) ଗୋଲ ସ୍କୋର କରିଥିଲେ। ପରାଜିତ ଦଳ ପକ୍ଷରୁ ମ୍ୟାଚ ଶେଷ ହେବାକୁ ଆଉ ୨ ମିନିଟ ସମୟ ବକି ଥିବାବେଳେ ନାଦିମ ଆମ୍‌ରି ଏକ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଦ୍ୱାରା ଦୁଇ ବର୍ଷ ପୂର୍ବେ ଫାଇନାଲରେ ଜର୍ମାନୀ ନିକଟରୁ ୧-୦ ଗୋଲରେ ପରାଜୟର ପ୍ରତିଶୋଧ ନେଇ ପାରିଛି ସ୍ପେନ୍‌। ୨୦୧୩ ପରେ ସ୍ପେନ୍‌ ପୁଣି ଚାମ୍ପିୟନ ହୋଇପାରିଛି। ଏଥିସହିତ ୫ଥର ୨୧ ବର୍ଷରୁ କମ୍‌ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଟାଇଟଲ ଜିତିବାରେ ଇଟାଲୀ ସହିତ ସମକକ୍ଷ ହୋଇ ପାରିଛି। ଜର୍ମାନୀ କୋଚ୍‌ ଷ୍ଟିଫାନ୍‌ କୁଞ୍ଜ୍‌ କହିଛନ୍ତି ମ୍ୟାଚ ଜିତିପାରି ନ ଥିବାରୁ ଆମେ ଦୁଃଖିତ, କିନ୍ତୁ ସ୍ପେନ ଆମଠାରୁ ଭଲ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତ ହୋଇଥିଲା ଧୋନୀଙ୍କ ଭବିଷ୍ୟବାଣୀ

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଖେଳକୁ ଭଲ ଭାବେ ପଢିବା ଏବଂ ଖେଳାଳିଙ୍କୁ ସେମାନଙ୍କର ଶକ୍ତି ଏବଂ ଦୁର୍ବଳତା ଅନୁସାରେ ବ୍ୟବହାର କରିବାର...

୨୨ ବର୍ଷରେ ପନ୍ତ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶୁକ୍ରବାର ୨୨ ବର୍ଷରେ ପାଦ ଦେଇଛନ୍ତି। ୪ ଅକ୍ଟୋବର ୧୯୯୭ରେ ଜନ୍ମ ହୋଇଥିବା ଏହି ଖେଳାଳି...

କିଏ ସେହି ଡାରିଲ ମିଚେଲ? ଇଂଲଣ୍ଡ ବିପକ୍ଷରେ ଚୌକା-ଛକା ବର୍ଷା କରି…

ଆବୁଧାବି,୧୧।୧୧: ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ହାରିବାର ପ୍ରତିଶୋଧ ନେଇଛି ନ୍ୟୁଜିଲ୍ୟାଣ୍ଡ। ବୁଧବାର ଏଠାକାର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାକୁ କେନ ୱିଲିୟମସନଙ୍କ...

ବିଶ୍ୱ ବ୍ୟାଡମିଣ୍ଟନ୍‌ ର଼୍ୟାଙ୍କିଙ୍ଗ୍‌: ନବମସ୍ଥାନକୁ ଉଠିଲେ ରାଙ୍କିରେଡ୍ଡୀ- ସେଟ୍ଟୀ

ନୂଆଦିଲ୍ଲୀ,୭।୮(ପି.ଟି.)- ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଡିମିଣ୍ଟନ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଉନ୍ନତି କରିଛନ୍ତି। ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ...

ବ୍ୟାଟ୍‌ରେ ଏହି କ୍ରିକେଟର୍‌ଙ୍କ ମୁଣ୍ଡ ଫଟାଇବାକୁ ଚାହୁଁଥିଲେ ଶୋଏବ ଅଖତର

ଲାହୋର,୨୪।୮: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ତାଙ୍କ ସାଥୀ ଖେଳାଳି ତଥା ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବିଷୟରେ ଏକ ବଡ଼ ଖୁଲାସା...

ଫିଟ୍‌ ଥିଲେ ଓପନିଂ କରିବେ ଓ୍ବାର୍ନର

ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍‌ନେସକୁ ନେଇ ରିସ୍କ ନେବାକୁ ଚାହୁଁ...

କମ୍‌ ମୂଲ୍ୟରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ: ପ୍ରତିକ୍ରିୟା ରଖି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ କହିଲେ ଏଭଳି

ନୂଆଦିଲ୍ଲୀ, ୨୪।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳାଳି ନିଲାମରେ ଅଷ୍ଟ୍ରେଲିୟାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ...

ଆଇଏସ୍‌ଏଲ୍‌: ବିଜୟ ସହ ଓଡ଼ିଶାର ଅଭିଯାନ ଶେଷ

ବାମ୍ବୋଲିମ୍‌,୨୮।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ବିଜୟ ସହ ଅଭିଯାନ ଶେଷ କରିଛି। ଲିଗ୍‌ରେ ଓଡ଼ିଶା ତା’ର ବିଂଶତମ ତଥା ସଂଘର୍ଷପୂର୍ଣ୍ଣ...

Advertisement
Archives

Model This Week