୨୦ ବର୍ଷରେ ବୁଟୁ-ଲକ୍ଷ୍ମୀଧର ଯୋଡ଼ିଚା’ ଦୋକାନ ଦେଇଛି ସାହାରା :ଏକାଠି ଭଡା ଘର ନେଇ ସପରିବାର ରହୁଛନ୍ତି

କେନ୍ଦୁଝର, ୧୬ା୭ (ସ୍ବ.ପ୍ର.)- ସେମାନେ ଥିଲେ ପରସ୍ପର ଅପରିଚିତ। ଗ୍ରାମ ଅଲଗା ା କାମ ବି ଅଲଗା । ପରିସ୍ଥିତି ସେମାନଙ୍କୁ ଏକାଠି କଲା। ଆଜିକୁ ୨୦ ବର୍ଷ ଧରି ସହଭାଗିତା ଭିତ୍ତିରେ ଏକାଠି ହୋଇ ସେମାନେ ଏକ ଚା’ ଦୋକାନ କରି ପରିବାରର ଗୁଜରାଣ ମେଣ୍ଟାଇ ଆସୁଛନ୍ତି। ସହଭାଗିତା ଜରିଆରେ କାମକରି ସଫଳତା ପାଇବା ସମ୍ଭବ ଏକଥା ସେମାନେ ପ୍ରମାଣକରି ଦେଖାଇ ପାରିଛନ୍ତ, ଯାହା ଅନ୍ୟମାନଙ୍କ ଲାଗି ଦୃଷ୍ଟାନ୍ତ ସାଜିଛି। ଏହି ଦୁଇବନ୍ଧୁ ହେଲେ ଲକ୍ଷ୍ମୀଧର ନାୟକ ଓ ବୁଟୁ ନାୟକ । ଅଞ୍ଚଳବାସୀ ସେମାନଙ୍କୁ ପ୍ରଶଂସା କରି ବୁଟୁ-ଲକ୍ଷ୍ମୀ ଯୋଡି ବୋଲି କହନ୍ତି। ଉତ୍ତମ ସ୍ବଭାବ ଓ ବ୍ୟବହାର ଲାଗି ଦୁଇବନ୍ଧୁ ସହରରେ ବେଶ୍‌ ଚର୍ଚ୍ଚାରେ ରହି ଆସିଛନ୍ତି।
କେନ୍ଦୁଝର ସହର ଡେଲି ମାର୍କେଟ ନିକଟ ଅଜନ୍ତା ଗଳିରେ ରହିଛି ସେମାନଙ୍କ ଛୋଟ ଚା’ ଦୋକାନ। ଦୁଇବନ୍ଧୁ ପରସ୍ପର ବୁଝାମଣା ରଖି ଏହି ଚା’ ଦୋକାନ ଚଳାଇ ଅନେକ ସ୍ଥାୟୀ ଗ୍ରାହକ ସୃଷ୍ଟି କରି ପାରିଛନ୍ତି। ଅଧିକାଂଶ ସମୟରେ ଦୋକାନରେ ଭିଡ ଜମିଥାଏ। ଉତ୍ତମ ବ୍ୟବହାର ଓ ସାଧୁତା ସେମାନଙ୍କ ବ୍ୟାବସାୟିକ ସଫଳତାର ଚାବିକାଠି ବୋଲି କହନ୍ତି, ଲକ୍ଷ୍ମୀଧର ଓ ବୁଟୁ ।
ପାଳିକରି ଏକ ଭିନ୍ନ ଢଙ୍ଗରେ ସେମାନେ ଚା’ଦୋକାନ ଖୋଲି ପରିଚାଳନା କରିଆସୁଛନ୍ତି। ଗୋଟିଏ ସପ୍ତାହ ଜଣେ ଦାୟିତ୍ୱରେ ରହିଲେ, ଆର ସପ୍ତାହକୁ ଆଉ ଜଣେ ରହନ୍ତି। ଦାୟିତ୍ୱରେ ଥିବା ସପ୍ତାହରେ ଯାହା ରୋଜଗାର ହୁଏ, ତାକୁ ସେହି ବନ୍ଧୁ ନେଇଥାନ୍ତି। ଉତ୍ତମ ବୁଝାମଣା ଯୋଗୁ ଦୁହିଁଙ୍କ ମଧ୍ୟରେ ଏ ନେଇ କେବେ ବି ଦ୍ୱନ୍ଦ୍ୱ ଦେଖାଦେଇ ନାହିଁ । ସେମାନେ ପରସ୍ପର ସୁଖଦୁଃଖର ସାଥୀ ହୋଇ ଚଳି ଆସିଛନ୍ତି।
ଲକ୍ଷ୍ମୀଧରଙ୍କ ଘର ହରିଚନ୍ଦନପୁର ବ୍ଲକ ମିଶ୍ରମାଳ ଗ୍ରାମରେ। ୪ର୍ଥ ଶ୍ରେଣୀରୁ ପାଠପଢା ଛାଡି ସେ ଘରୁ ଚାଲିଆସି ଏଣେତେଣେ ବୁଲି ବିଭିନ୍ନ ହୋଟେଲରେ କିଛି ବର୍ଷ କାମ କରଥିଲେ। ପରେ ଆସାମ ଯାଇ ଏକ ସଂସ୍ଥାରେ ୬ ମାସ କାମ କରିଥିଲେ। ଏଠାରେ ହୋଟେଲରେ କାମ କରିବା ବେଳେ ବୁଟୁଙ୍କ ସହିତ ମିଶିଥିଲେ ଲକ୍ଷ୍ମୀଧର। ବୁଟୁଙ୍କ ଘର ମୟୂରଭଞ୍ଜ ଜିଲା ମହାଦେବଦେଉଳି ଗ୍ରାମରେ। ସେ କେନ୍ଦୁଝରର ଏକ ଲଜରେ କାମ କରୁଥିଲେ ା ଉଭୟ ଘରଛାଡି ଏଠାକୁ ଆସି ବଞ୍ଚିବା ପାଇଁ ସଂଘର୍ଷ କରୁଥିବାରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଶେଷରେ ସେମାନେ ଉଭୟ ମିଶି ଏକ ଚା’ ଦୋକାନ କରିବାକୁ ନିଷ୍ପତ୍ତିି ନେଇଥିଲେ। ସେବେଠାରୁ ଆଉ କେହି ପଛକୁ ଫେରି ଚାହିଁ ନାହାନ୍ତି।
ଲକ୍ଷ୍ମୀଧର ୮ ବର୍ଷ ହେବ ବିବାହ କରିଛନ୍ତି । ତାଙ୍କର ଗୋଟିଏ ଝିଅ ଅଛି। ବୁଟୁ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ନେଇ ରହୁଛନ୍ତି। ଉଭୟ କେନ୍ଦୁଝର ସହରରେ ଏକ ଭଡାଘର ନେଇ ମିଳିମିଶି ରହୁଛନ୍ତି। ସେମାନଙ୍କ ସ୍ଥାୟୀ ଦୋକାନ ନ ଥିବାରୁ ରାସ୍ତା କଡରେ ଅସ୍ଥାୟୀ ଭାବେ ପଲା ମାରି ଚା’ ବିକିି ଆସୁଛନ୍ତିି। ରାସ୍ତା ସମ୍ପ୍ରସାରଣ ଲାଗି ସେମାନଙ୍କୁ ବାରମ୍ବାର ବିସ୍ଥାପିତ ହେବାକୁ ପଡିଛି। ଅର୍ଥାଭାବ ଯୋଗୁ ଅମାନତ ଜମା ଦେଇ ସ୍ଥାୟୀ ଦୋକାନ ଖୋଲିବାକୁ ସମର୍ଥ ହୋଇ ନାହାନ୍ତି। ମନ ମିଶିଲେ ଏବଂ ଆଗ୍ରହ ଥିଲେ ସବୁକିଛି ସମ୍ଭବ ଏବଂ ଛୋଟକାଟ୍‌ର ବ୍ୟବସାୟ କରି ପେଟପାଟଣା ପୋଷିବା ଅସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri