୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୨ ଲୁହାପଥର, ୨ ମାଙ୍ଗାନିଜ୍‌ ଓ ୬ ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିର ନିଲାମ କରାଯିବ। ସେହି ଖଣିଗୁଡ଼ିକ ହେଲା ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ ଲୁହାପଥର ଖଣି, ସିଲଜୋରା-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍‌, ଜିିଲିଂ-ଲଙ୍ଗଲୋଟା ଲୁହାପଥର, ଜରିବାହାଲ ଲୁହାପଥର, ରୋଇଡା-୨, ଜୁରୁରି ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌, ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍‌, ଗାନୁଆ, ଗୋରୁମହିଷାଣି, ବାଦାମପାହାଡ଼, ଯଯାଙ୍ଗ ଲୁହାପଥର, ନଦୀଡିହ ଲୁହାପଥର (ବିଆଇସିଓ), ବଲଦା ଲୁହାପଥର, କଟାସାହି ମାଙ୍ଗାନିଜ୍‌, କାନ୍ଥେର-କୋଇଡା ମାଙ୍ଗାନିଜ୍‌, ନଦୀଡିିହ ଲୁହାପଥର ଓ ମାଙ୍ଗାନିଜ୍‌, ତେହେରାଇ ଲୁହାପଥର ଓ ମାଙ୍ଗାନିଜ୍‌, କୋଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ଇତ୍ୟାଦି।
ତେବେ ରାଜ୍ୟ ସରକାର ଠାକୁରାଣୀ, ରୋଇଡା-୨, ଗାନୁଆ ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌ ଖଣିକୁ ସ୍ପଞ୍ଜ୍‌ ଆଇରନ ଉତ୍ପାଦନ, ପିଗ୍‌ ଆଇରନ ଷ୍ଟିଲ୍‌ ଓ ପିଲେଟ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକ ପାଇଁ ସଂରକ୍ଷିତ ରଖିଛନ୍ତି। ଏହି ଖଣିଗୁଡ଼ିକ ଇ-ନିଲାମ ଜରିଆରେ କରାଯିବ। ଖଣିଗୁଡ଼ିକ ପାଇଁ ଫାଇନାନ୍ସିଆଲ ବିଡ୍‌ କେବଳ ଅନ୍‌ଲାଇନ କିମ୍ବା ଡିଜିଟାଲ ଫର୍ମାଟ୍‌ରେ ଆବେଦନ କରାଯିବ। ଯୋଗ୍ୟ ବିବେଚିତ ଆବେଦନକାରୀଙ୍କଠାରୁ ବୈଷୟିକ ବିଡ୍‌ ଉଭୟ ଡିଜିଟାଲ ଏବଂ ଫିଜିକାଲ ଫର୍ମାଟ୍‌ରେ ଗ୍ରହଣ କରାଯିବ। ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ (https:www.mstccommerce.com/auctionhome/mlcl/index.jsp) ଓ୍ବେବ୍‌ସାଇଟରେ ପଞ୍ଜୀକୃତ ହେବାକୁ ପଡ଼ିବ। ଯେଉଁମାନେ ଏହି ପ୍ରକ୍ରିୟାରେ ସଫଳ ହେବେ ସେମାନଙ୍କୁ ଇ-ନିଲାମରେ ଅଂଶଗ୍ରହଣ କରିବାକୁ ଲଗ୍‌ଇନ୍‌ ଆଇଡି ଓ ପାସ୍‌ଓ୍ବାର୍ଡ ପ୍ରଦାନ କରାଯିବ। ୨୦୧୯ ଡିସେମ୍ବର ୩୦ ସୁଦ୍ଧା ନିଲାମ ସମ୍ପର୍କିିତ କାଗଜପତ୍ର କିଣିବାକୁ ଶେଷତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ୨୦୨୦ ଜାନୁୟାରୀ ୩ ମଧ୍ୟାହ୍ନ ୧୨ଟା ସୁଦ୍ଧା ଟେଣ୍ଡର ପାଇଁ ଆବେଦନ କରିବାକୁ ସ୍ଥିର କରାଯାଇଛି। ଯେଉଁ ଆବେଦନକାରୀ ୨୦୧୯ ଅକ୍ଟୋବର ୪ ଓ ୧୪ରେ ଏକ ନିର୍ଦ୍ଦିଷ୍ଟ ଖଣି ପାଇଁ ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଟେଣ୍ଡର କାଗଜପତ୍ର କିଣିଥିଲେ ସେମାନଙ୍କୁ ଆଉ ଟେଣ୍ଡର ଫି’ ଦେବାକୁ ପଡ଼ିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ୨୦ ଖଣିର ନିଲାମ ପାଇଁ ୨୦୧୯ ଅକ୍ଟୋବର ୪ ଓ ୧୪ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ୧୭୬ ଜଣ ବିଡର ଭାଗନେଇଥିଲେ। ରୋଇଡା-୨ ପାଇଁ ୨୧ ଜଣ ବିଡର ଆବେଦନ କରିଥିବା ବେଳେ ନୂଆଗାଁ ଖଣି ପାଇଁ ୧୫, ଠାକୁରାଣୀ ପାଇଁ ୧୫, ଜିିଲିଂ-ଲଙ୍ଗଲୋଟା ପାଇଁ ୨୪, ଜୁରୁରି ପାଇଁ ୨୨, ଗାନୁଆ ପାଇଁ ୧୨, ଜରିବାହାଲ ପାଇଁ ୨୫, ମହୁଲସୁଖା ପାଇଁ ୧୮, ନାରାୟଣପୋଷି ପାଇଁ ୧୨, ସିଲଜୋରା-କାଳିମାଟି ଖଣି ପାଇଁ ୧୨ ଜଣ ବିଡର ଆବେଦନ କରିଥିଲେ। ୨୦୧୯ ନଭେମ୍ବର ୧୮ରେ ଏହିସବୁ ଖଣି ପାଇଁ ଟେକ୍ନିକାଲ ବିଡ୍‌ ଖୋଲାଯାଇଥିଲା। ଏହି ବିଡ୍‌ ଖୋଲିବା ପରେ ଜଣାପଡ଼ିଲା ଯେ, ଗୋଟିଏ ଖଣି ପାଇଁ ଜଣେ ବିଡର ବିଭିନ୍ନ ନାମରେ ୫ରୁ ୬ଟି ଟେଣ୍ଡର ପକାଇଛନ୍ତି। ଫଳରେ ଖଣି ନିଲାମରେ ସ୍ବଚ୍ଛତା ରହି ନ ଥାଆନ୍ତା। ଖଣି ପାଇବାକୁ ପ୍ରତିଯୋଗିତା ସୀମିତ ରହିଯାଇଥାଆନ୍ତା। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ମଧ୍ୟ ହରାଇବାକୁ ପଡ଼ିଥାଆନ୍ତା। ଏହି ଘଟଣା ଜଣାପଡ଼ିବା ପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଦୁଇଟି ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ଖଣି ବିଭାଗ ଉକ୍ତ ନିଲାମ ପ୍ରକ୍ରିୟାକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲୋଡ଼ିଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେବା ପରେ ୨୦୧୯ ଡିସେମ୍ବର ୨ରେ ଟେଣ୍ଡରକୁ ଇସ୍ପାତ ଓ ଖଣି ବିଭାଗ ବାତିଲ କରିଦେଇଥିଲା। ତେବେ ଯେଉଁ ବିଡରମାନେ ଖଣି ପାଇଁ ଅମାନତ ରାଶି ବାବଦରେ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲେ, ସେମାନଙ୍କୁ ତାହା ଫେରାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ସମିତିସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮ା୨: ନିଖୋଜ ସମିତିସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଶୁକ୍ରବାର ସକାଳୁ ଉଦ୍ଧାର କରାଯାଇଛି। ସିମିଳିଆ ଓଭର ବ୍ରିଜ୍‌ ନିକଟରୁ ପୋଲିସ ଉଦ୍ଧାରକରିଛି। ବନ୍ଧୁକ...

ପ୍ଲାଷ୍ଟିକ ଅଣ୍ଡା ବିକି ବ୍ୟବସାୟୀ ଅଟକ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପ୍ଲାଷ୍ଟିକ ଅଣ୍ଡା ବିକ୍ରି କରୁଥିବା ଅଭିଯୋଗରେ ନୟାପଲୀ ଥାନା ପୋଲିସ ଜଣେ ବ୍ୟବସାୟୀକୁ ଅଟକ ରଖିଛି। ଏପିରିକି ପୋଲିସ ତାଙ୍କୁ ପଚରାଉଚରା କରିବା ସହ...

କରୋନା: ତଥ୍ୟ ଦେବେ ଘରୋଇ ହସ୍ପିଟାଲ, ହୋଟେଲ,ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ଓ ହୋଟେଲ କର୍ତ୍ତୃପକ୍ଷଙ୍କ ପାଇଁ ନୂଆ ଏସ୍‌ଓପି...

ଘୂର୍ଣ୍ଣିବଳୟ : ୮ଜିଲାରେ ବର୍ଷା ଝଡ଼ ସମ୍ଭାବନା

ଭୁବନେଶ୍ୱର,୩୦।୪ (ବ୍ୟୁରୋ): ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର...

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ: ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ ହଜାର ୭୪୭ ମତଦାତା

ଡେରାବିଶ, ୨୦।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ...

ଭାଜପା-ବିଜେଡିର ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍‌ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...

ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଜିଲାପାଳ:ବକେୟା କାର୍ଯ୍ୟ ଶୀଘ୍ର ସାରିବାକୁ ତାଗିଦ

ଅନୁଗୋଳ ଅଫିସ, ୨।୯ ରବିବାର ରାତିରେ ଖୋଲାଥିବା ଅନୁଗୋଳ ତହସିଲ କାର୍ଯ୍ୟାଳୟରୁ ଫାଇଲ ନେଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୋମବାର ପୂର୍ବାହ୍ନରେ ଉକ୍ତ କାର୍ଯ୍ୟାଳୟରେ...

୩ ମାସ ହେବ ମିଳୁନି ଟଙ୍କିକିଆ ଚାଉଳ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପୋଖରିଆପଡା ପଞ୍ଚାୟତରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ହୋଇଥିବା ଗୁରୁବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ...

Advertisement
Archives

Model This Week