Posted inଜାତୀୟ

୨୦ ଅନୁପ୍ରବେଶ ପଥରେ ବହୁସ୍ତରୀୟ ସୁରକ୍ଷା: ଆତଙ୍କବାଦୀଙ୍କ ଗଳାବାଟ ବନ୍ଦ

ଜମ୍ମୁ,୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ଭାରତ-ପାକିସ୍ତାନ ସୀମା ଦେଇ ଆଉ ଆସିପାରିବେନି ସଶସ୍ତ୍ର ଆତଙ୍କବାଦୀ। ସେମାନଙ୍କ ଗଳାବାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦକରି ଦିଆଯାଇଛି। ସୁରକ୍ଷା ସଂସ୍ଥାଗୁଡ଼ିକ ଆତଙ୍କବାଦୀଙ୍କ ୨୦ଟି ଅନୁପ୍ରବେଶ ପଥକୁ ଚିହ୍ନଟ କରି ସେଠାରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଗୋଇନ୍ଦା ସୂଚନାନୁସାରେ କଶ୍ମୀର ଉପତ୍ୟକା ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ର ଗୁଲମାର୍ଗ, ବଣ୍ଡିପୋରା ଓ ବାରାମୁଲାର ବୋନିୟାର ଦେଇ ୬୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଅନୁପ୍ରବେଶ କରିସାରିଛନ୍ତି। ସେହିପରି ପୀର ପଞ୍ଚଲ ରେଞ୍ଜ୍‌ର ଦକ୍ଷିଣ ଅଞ୍ଚଳ ଦେଇ ୨୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ଆତଙ୍କବାଦୀ କଶ୍ମୀରକୁ ଆସିଛନ୍ତି। ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା କଠୁଆ, ସାମ୍ବା, ଜମ୍ମୁ, ରାଜୌରି, ପୁଞ୍ଚ୍‌ ଆଦି ୨୦ଟି ପଥକୁ ଚିହ୍ନଟ କରାଯିବା ପରେ ବନ୍ଦ କରିଦିଆଯାଇଛି। ଅନୁପ୍ରବେଶ ନିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ସହ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ତର୍ଜାତୀୟ ସୀମା (ଆଇବି) ଏବଂ ଏଲ୍‌ଓସିରେ ସେନା ଏବଂ ବିଏସ୍‌ଏଫ୍‌ ବ୍ୟତୀତ ଗ୍ରାମ ପ୍ରତିରକ୍ଷା କମିଟିକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପୋଲିସକୁ ସକ୍ରିୟ କରାଯାଇଛି। ଅନେକ ସ୍ଥାନରେ ଚେକ୍‌ପଏଣ୍ଟ ଖୋଲାଯିବା ସହ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି। ସୀମାରେ ସନ୍ଦିଗ୍ଧ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଥାନା ଓ ପୋଲିସ ପୋଷ୍ଟଗୁଡ଼ିକୁ ସତର୍କ କରାଯାଇଛି। ପିଓକେର ଲଞ୍ଚ୍‌ପ୍ୟାଡ୍‌ରେ ଥିବା ଆତଙ୍କବାଦୀମାନେ ନଦୀ, ନାଳ, ଜଙ୍ଗଲ ଓ ଜନଶୂନ୍ୟ ଅଞ୍ଚଳ ଦେଇ ଅନୁପ୍ରବେଶ କରିବା ପାଇଁ ଅପେକ୍ଷରେ ଥିବାବେଳେ ସେମାନଙ୍କ ବାଟ ବନ୍ଦ କରାଯାଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri