Posted inଖେଳ

୨୦୩୨ ଅଲିମ୍ପିକ୍ସ ବିଡ୍‌ ଦାଖଲ କରିବ ଭାରତ

ବେଙ୍ଗାଲୁରୁ,୯ା୬: ୨୦୩୨ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କେବଳ ମୁମ୍ବାଇ ଓ ନୂଆଦିଲ୍ଲୀ ନୁହେଁ ବରଂ ବେଙ୍ଗାଲୁରୁ ମଧ୍ୟ ଏହି ମେଗା ଇଭେଣ୍ଟ ଆୟୋଜନ କରିବ ବୋଲି ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା କହିଛନ୍ତି। ଅଲିମ୍ପିକ୍ସ ଭଳି ଇଭେଣ୍ଟ ଆୟୋଜନ କରିବା ଲାଗି ସହରରେ ଗୋଟିଏ ଅନ୍ତର୍ଜାତୀୟ ବିମାନବନ୍ଦର ଦରକାର। ଦେଶର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରକୁ ମଧ୍ୟ ଏଥିନେଇ ଗୁରୁତ୍ୱ ଦିଆଯାଉଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସମୟ ରହିଛି। ୨୦୨୬ ୟୁଥ ଅଲିମ୍ପିକ୍ସ ଗେମ୍ସ ଆୟୋଜନ ଅଧିକାର ପାଇଁ ମଧ୍ୟ ବିଡ୍‌ ଦାଖଲ କରିବୁ। ଏହାବାଦ୍‌ ୨୦୩୦ ଏସିଆନ୍‌ ଗେମ୍ସ ଆୟୋଜନ ନିମନ୍ତେ ମଧ୍ୟ ଇଚ୍ଛା ପ୍ରକାଶ କରିଛୁ। ଏଣୁ ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ଶେଷ ହେବା ଦରକାର ବୋଲି ସେ ଏଠାରେ ଫିବା ଏସିଆ କପ୍‌ ବାସ୍କେଟବଲ ୨୦୨୧ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଯୋଗଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ବୁମ୍ରାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୧୧।୧୦: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୧୫ ଜଣିଆ ଟିମରେ...

ପୂର୍ବତନ ଅମ୍ପାୟାରଙ୍କୁ ଚୟନକର୍ତ୍ତା କମିଟିରେ ସାମିଲ କଲା ପାକିସ୍ତାନ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୦: ମୁଲତାନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଚୟନକର୍ତ୍ତା କମିଟିରେ ପରିବର୍ତନ ଆଣିଛି। ଏଠାରେ ଇଂଲଣ୍ଡ ପାକିସ୍ତାନକୁ...

ପାକିସ୍ତାନ ବୋଲରଙ୍କୁ ଶିଖାଯାଉଛି ବଲ୍‌ ଟାମ୍ପରିଂ! ପିସିବି ଉପରେ ବଡ଼ ଅଭିଯୋଗ ଆଣିଲେ…

ଇସଲାମାବାଦ,୧୧।୧୦: ଇଂଲଣ୍ଡ ବିପକ୍ଷ ମୁଲ୍‌ତାନ ଟେଷ୍ଟ ଶେଷ ହେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ବଲ ଟାମ୍ପରିଂ ଶିଖାଯାଉଥିବା ନେଇ ବଡ଼ ଅଭିଯୋଗ ଆସିଛି।...

ଜଣେ ଲେଗ୍‌ ସ୍ପିନର୍‌ରୁ କିଭଳି ଦ୍ରୁତ ବୋଲର୍‌ ହେଲେ ପାଣ୍ଡ୍ୟା? କାରଣ ଜାଣିଲେ…

ନୂଆଦିଲ୍ଲୀ,୧୧।୧୦: ଟିମ୍‌ ଇଣ୍ଡିଆର ଉଲ୍ଲେଖନୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୧୧ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ୩୧ ବର୍ଷୀୟ ପାଣ୍ଡ୍ୟା ଆଜି...

ଭାରତକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ନ ଖେଳିପାରନ୍ତି ରୋହିତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ...

ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ,୧୦ା୧୦: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା...

ଗୋଟିଏ ପାଳିରେ ୨ ଦ୍ୱିଶତକ: ବଡ଼ ରେକର୍ଡ କଲେ ରୁଟ୍‌-ବ୍ରୁକ୍‌

ମୁଲତାନ,୧୦।୧୦: ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଚମତ୍କାର ଇନିଂସ ଖେଳିଛନ୍ତି। ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଜୋ ରୁଟ...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡର ବଡ଼ ଚାଲ୍‌: ଅଡୁଆରେ ପଡ଼ିପାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୧୦: ଆଜିକାଲି ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri