୨୦୨ ପ୍ରବାସୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଇଏନ୍‌ଏସ୍‌ ମଗର

ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି। ରବିବାର ନୌସେନାର ଜାହାଜ ଆଇଏନ୍‌ଏସ୍‌ ମଗର ୨୦୨ ପ୍ରବାସୀଙ୍କୁ ନେଇ ଭାରତ ମୁହାଁ ହୋଇଛି। ଏଥିରେ ୨୪ ଜଣ ମହିଳା, ୨ ଗର୍ଭବତୀ ମହିଳା, ୨ ଶିଶୁ ରହିଛନ୍ତି। ଇତିମଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍‌ ଜଲାଶ୍ୱ ମାଳଦ୍ୱୀପର ମାଲେ ବନ୍ଦରରୁ ୬୯୮ ଭାରତୀୟଙ୍କ ନେଇ କୋଚି ବନ୍ଦରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବୁ ବି କଲେଣି ରାଜନୀତି

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ,...

ଥାଣେ, କୋଏମ୍ବାଟୁରରୁ ଫେରିଲେ ୭୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ମହାରାଷ୍ଟ୍ରର ଥାଣେ ଏବଂ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଟ୍ରେନରେ ବୁଧବାର ୭୬୩ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଷ୍ଟେଶନ ପରିସରରେ ସେମାନଙ୍କ ସ୍କ୍ରିନିଂ ସହ...

ସାଇକେଲ ପଛରେ ପିତାଙ୍କୁ ବସାଇ ୧୨ଶହ କିଲୋମିଟର ଯାତ୍ରା କରିଥିବା ବିହାର ଯୁବତୀଙ୍କୁ ପ୍ରଶଂସା କଲେ ଇଭାଙ୍କା

ଦରଭଙ୍ଗା,୨୩।୫: ଲକ୍‌ଡାଉନ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି କ୍ରମରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର...

ଖେଳ ପଡିଆରୁ ରାଜନୀତି ମଇଦାନ

ଇମ୍ଫାଲ,୨୧ ।୩: ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା)କୁ ନିର୍ବାଚନରେ ବିଜୟୀ କରିବାରେ ଏନ୍ ବିରେନ ସିଂଙ୍କର ଖୁବ୍ ଅବଦାନ ରହିଛି । ପ୍ରଥମେ...

ଦେଶରେ ୧୫୧, ବିଦେଶରେ ୨୭୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ, ୧୯।୩ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୫୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କ...

ଫେରିପାରେ କଟକଣା

ନୂଆଦିଲ୍ଲୀ, ୨୨।୨: ଗତ ୭ ଦିନ ମଧ୍ୟରେ କରୋନା ଭୂତାଣୁରେ ୮୭,୭୧୧ ଜଣ ସଂକ୍ରମିତ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣର ଦ୍ୱିତୀୟ ଲହର ନେଇ...

ଆର୍‌ଜେଡିକୁ ଧକ୍କା: ଉପାଧ୍ୟକ୍ଷ ପଦ ଛାଡିଲେ ରଘୁବଂଶ

ପାଟନା,୨୩।୬: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ଲାଗିଛି ଶକ୍ତ ଧକ୍କା। ଆର୍‌ଜେଡିର ୫ ବିଧାନ ପରିଷଦ...

ଫେବୃୟାରୀରେ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି ହ୍ବାଟସଆପ…

ନୂଆଦିଲ୍ଲୀ,୨।୪ : ଫେବୃଆରୀରେ ହ୍ବାଟସଆପ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଯାହା ଗତ ମାସରେ ନିଷିଦ୍ଧ ହୋଇଥିବା ଆକାଉଣ୍ଟ ସଂଖ୍ୟାଠାରୁ ଅଧିକ। ଜାନୁଆରୀରେ...

Advertisement
Archives

Model This Week