Posted inଖେଳ

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିପାରେ ଆଇଓଏ

ନୂଆଦିଲ୍ଲୀ,୨୨।୬: ୨୦୨୨ରେ ବର୍ମିଂହାମଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଓହରିଯାଇପାରେ। ପ୍ରତିଯୋଗିତାର ଇଭେଣ୍ଟ ତାଲିକାରେ ଶୁଟିଂ ଓ ଆର୍ଚେରି (ରିକର୍ଭ) ସାମିଲ ହେଉନାହିଁ। ଏହାକୁ ବିରୋଧ କରି ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହଟା ଓହରିବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଟିଏ ମାସ ମଧ୍ୟରେ ନିଷ୍ପତ୍ତି କରାଯିବ ବୋଲି ଦିଲ୍ଲୀଠାରେ ଅନୁଷ୍ଠିତ ଆଇଓଏର କାର୍ଯ୍ୟକାରୀ କମିଟି (ଇସି)ରେ ମେହଟା କହିଛନ୍ତି। ଆମେ ଏହାକୁ ବହୁତ ଗୁରୁତ୍ୱ ଦେଉଛୁ। ଶୁଟିଂରେ ଆମେ ସବୁଠୁ ଅଧିକ ପଦକ ପାଉ। ଏହି କ୍ରୀଡ଼ାର ଲମ୍ବା ଇତିହାସ ରହିଛି। ଇଭେଣ୍ଟକୁ ବାଦ୍‌ ଦିଆଯିବା ନିଷ୍ପତ୍ତି ନିଆଯାଇ ସାରିଛି ଓ ବଦଳାଇ ହେବ ନାହିଁ। କିନ୍ତୁ ଏହାକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌)ର ସଦସ୍ୟମାନେ ସ୍ପଷ୍ଟ କରିନାହାନ୍ତି ବୋଲି ମେହେଟା ଲଣ୍ଡନରୁ ଫୋନ ଯୋଗେ କହିଛନ୍ତି। ସିଜିଏଫ୍‌ ଏକ୍ସିକ୍ୟୁଟିଭ ବୋର୍ଡରେ ୨୦୨୨ ସଂସ୍କରଣରୁ ଶୁଟିଂ ଓ ଆର୍ଚେରୀ (ରିକର୍ଭ)କୁ ବାଦ୍‌ ଦେଇ ମହିଳା ଟି୨୦ କ୍ରିକେଟ, ପାରା ଟେବୁଲ ଟେନିସ ଓ ବିଚ ଭଲିବଲ ଇଭେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାକୁ ୭୧ ସଦସ୍ୟଙ୍କ ମଧ୍ୟରୁ ୫୧ ପ୍ରତିଶତ ଅର୍ଥାଥ ୩୬ ସଦସ୍ୟଙ୍କ ସମର୍ଥନ ଦରକାର, ଯାହାକି ଏବେ ଔପଚାରିକ ମାତ୍ର। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଶୁଟରମାନେ ୭ ସ୍ବର୍ଣ୍ଣ ସମେତ ମୋଟ ୧୬ ପଦକ ଜିତିଥିଲେ। ଆର୍ଚେରି କେବଳ ଦୁଇଟି ସଂସ୍କରଣରେ ସ୍ଥାନ ପାଇଛି। ଅନ୍ତିମ ଥର ୨୦୧୦ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀରେ ଏହି ଇଭେଣ୍ଟ ସାମିଲ ହୋଇଥିଲା। ଏଥିରେ ଭାରତ ୮ ପଦକ ଜିତିଥିଲା। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ତାଲିକାରେ ଅଷ୍ଟ୍ରେଲିଆ (୧୯୮) ଓ ଇଂଲଣ୍ଡ (୧୩୬) ପଛକୁ ୬୬ ପଦକ ସହ ଭାରତ ୩ୟ ସ୍ଥାନରେ ଥିଲା। ପରବର୍ତ୍ତୀ ସଂସ୍କରଣରେ ସମ୍ଭବତଃ କାନାଡା ଓ ନ୍ୟୁଜିଲାଣ୍ଡ ଭଳି ଦେଶ ଭାରତକୁ ଅତିକ୍ରମ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ଲୁହ ଦେଖି ତରଳିଲା ବିଦେଶୀ ବୋଲରଙ୍କ ହୃଦୟ

ନୂଆଦିଲ୍ଲୀ,୧।୧୨: ନିକଟରେ ଶେଷ ହୋଇଥିବା ଏକଦିବସୀୟ ବିଶ୍ୱକପ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଚମତ୍କାର ପ୍ରଦର୍ଶନ କରି ଆରମ୍ଭରୁ ସେମିଫାଇନାଲ ପର୍ଯ୍ୟନ୍ତ ସମସ୍ତ ୧୦ ଟି...

ଆଜି ଅଷ୍ଟ୍ରେଲିଆ ବନାମ ଭାରତ ୪ର୍ଥ ଟି-୨୦, କେଉଁଥିରେ ଏବଂ କିପରି ଦେଖିପାରିବେ ଲାଇଭ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୨: ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଡିସେମ୍ବର ୧ ଅର୍ଥାତ୍‌ ଶୁକ୍ରବାର ରାୟପୁରର ଶହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ...

ଗାନେମତ-ଅଙ୍ଗଦ ଯୋଡ଼ିଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୧ା୧୨ (ପି.ଟି.):ଯୁବ ଶୁଟର ଗାନେମତ ସେଖନ ଓ ତାଙ୍କ ପାର୍ଟନର ଅଙ୍ଗଦ ବୀର ସିଂ ବାଜଓ୍ବା ଏଠାରେ ଚାଲିଥିବା ନ୍ୟାଶନାଲ ଶୁଟିଂ ଚାମ୍ପିୟନଶିପ୍‌ରେ ମିକ୍ସଡ...

ସେଲ୍‌ ହକି ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୧।୧୨(ତପନ ସ୍ବାଇଁ):ତାମିଲନାଡୁର କୋଭିଲପଟ୍ଟିଠାରେ ଅନୁଷ୍ଠିତ ସର୍ବପ୍ରଥମ ହକି ଇଣ୍ଡିଆ ଏକାଡେମୀ ଚାମ୍ପିୟନଶିପ୍‌ (ଜୋନ-ବି)ରେ ସେଲ୍‌ ହକି ଏକାଡେମୀ ଡବଲ ଟାଇଟଲ ହାସଲ କରିଛି। ଏହି...

ଦିନିକିଆ ଦଳରେ ପ୍ରଥମଥର ଏହି ଖେଳାଳିଙ୍କୁ ଦେଖି ଖୁସିରେ ଝୁମିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୧।୧୨: ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଅର୍ଥାତ୍‌ ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା କରିଛି। ଦିନିକିଆ ଦଳରେ...

କୋହଲି-ରୋହିତଙ୍କୁ କାହିଁକି ମିଳିଲାନି ଦଳରେ ସ୍ଥାନ: ବିସିସିଆଇ କହିଲା କାରଣ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ଗସ୍ତ ସିରିଜ ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ଖେଳାଯାଇଥିବା ଦିନିକିଆ ଏବଂ...

ଆଇପିଏଲ୍‌ ୨୦୨୪ରେ ପାଣ୍ଡ୍ୟା ହୋଇପାରନ୍ତି ମୁମ୍ବାଇ ଅଧିନାୟକ ! ଅଶ୍ୱିନ କହିଲେ- ସହଜରେ ଗ୍ରହଣ କରିନେବେ ରୋହିତ

ଚେନ୍ନାଇ,୧।୧୨: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ପୂର୍ବ ଦୁଇ ସଂସ୍କରଣରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା...

ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ : ଦଳକୁ ଫେରିବେ ଶ୍ରେୟସ୍‌ ଆୟର

ରାୟପୁର,୩୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଶୁକ୍ରବାର ରାୟପୁରରେ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ ଜିତିବାକୁ ପ୍ରୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri