୨୦୨୧ ମାର୍ଚ୍ଚରେ ସରିବ ଓଡ଼ିଶା ଜନଗଣନା

ଭୁବନେଶ୍ୱର, ୬ା୭ (ବ୍ୟୁରୋ): ଓଡ଼ିଶାରେ ଜନଗଣନା ୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜନଗଣନା ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ଉପରେ ଆଲୋଚନା କରିଛନ୍ତି।
ଭାରତ ସରକାରଙ୍କ ଜନଗଣନା ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରଦା ପ୍ରସ୍ତାବିତ କାର୍ଯ୍ୟଯୋଜନା ବିଷୟରେ ସୂଚନା ଦେଇଛନ୍ତି। ପ୍ରସ୍ତାବର ବିଭିନ୍ନ ଦିଗକୁ ବିଚାର କରି ଜନଗଣନାକୁ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣନାକୁ ନିର୍ଭୁଲ ଏବଂ ସଦ୍ୟତମ କରିବା ପାଇଁ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଏକ ମୋବାଇଲ୍‌ ଆପ୍‌ର ପ୍ରୟୋଗ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ଏଥର ଜନଗଣନାକୁ ତହସିଲଓ୍ବାରି କରାଯିବ। ପୂର୍ବରୁ ଏହା ଥାନାଓ୍ବାରି କରାଯାଉଥିଲା। ଜିଲା ମାଜିଷ୍ଟ୍ରେଟମାନେ ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟମାନେ ଜିଲା ଜନଗଣନା ଅଧିକାରୀଭାବେ କାର୍ଯ୍ୟ କରିବେ। ସମୁଦାୟ ଗଣନା କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ। ୨ଟି ପର୍ଯ୍ୟାୟର କାର୍ଯ୍ୟକୁ ୨୦୨୧ ମାର୍ଚ୍ଚରେ ଶେଷ କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟର ୩ ସ୍ଥାନରେ ଜନଗଣନା କୌଶଳଗୁଡିକର ପରୀକ୍ଷାମୂଳକ ପ୍ରୟୋଗ( ପ୍ରିଟେଷ୍ଟ) କରାଯିବ। କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ, ବଲାଙ୍ଗୀର ଜିଲାର ପୁଇନ୍ତଳା ଏବଂ ଖୋର୍ଦ୍ଧା ଜିଲାର ଭୁବନେଶ୍ବର ମହାନଗର ନିଗମରେ ଏହା ପରୀକ୍ଷାମୂଳକ ଭାବେ କାର୍ଯ୍ୟ କରାଯିବ। ଏହି ପ୍ରିଟେଷ୍ଟ ଚଳିତ ବର୍ଷ ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ମଧ୍ୟରେ ସାରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟୋଦୟରୁ ରାତି ୯ ଯାଏ ଖୋଲାରହିବ ଦେଶର ୧୦ କୀର୍ତ୍ତିରାଜି: ତାଲିକାରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶର ୧୦ ପ୍ରମୁଖ ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ।...

୬ ଘଣ୍ଟା ରାଇକିଆ-ଜି.ଉଦୟଗିରି ରାସ୍ତା ଅବରୋଧ

ରାଇକିଆ,୧୭ା୧୨(ଡ଼ି.ଏନ.ଏ.)-ରାଇକିଆ ସାପ୍ତାହିକ ହାଟକୁ ନେଇ ୨ ପଞ୍ଚାୟତ ମଧ୍ୟରେ ଳାଗି ରହିଥିବା ବିବାଦ ଥମୁନି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସୋମବାର ହାଟରେ ବାଧା ସୃଷ୍ଟି...

ବଢୁଛି ଅଭିଯୋଗ, ଶୁଣିବାକୁ ନାହାନ୍ତି ଅଧିକାରୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୭: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତ ଅଞ୍ଚଳରେ ୫ଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଜିଲା ପ୍ରଶାସନ ନିକଟରେ ଶୁକ୍ରବାର...

୧୬ନଂ ଏନ୍‌ଏଚ୍‌ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌, ବାଇକ: ଦମ୍ପତି ଗୁରୁତର

ଧର୍ମଶାଳା,୫ା ୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଗୁରୁବାର ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବା...

ପିପିଇ କିଟ୍‌ ଠକେଇର ଶିକାର ଅଶ୍ୱିନୀ ହସ୍ପିଟାଲ

ଭୁବନେଶ୍ୱର,୬ା୬ (ବ୍ୟୁରୋ): ସଂକ୍ରମଣ ରୋକିବା କ୍ଷେତ୍ରରେ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌ (ପିପିଇ)ର ଜରୁରୀ ଆବଶ୍ୟକତା ରହିଛି। କରୋନା ମହାମାରୀ ପାଇଁ ଏବେ ଏସବୁ କିଟ୍‌ର ଚାହିଦା...

ଭୁଲ୍‌ କରି ପୋଲିସ ନିନ୍ଦିତ

ଭୁବନେଶ୍ୱର, ୨୯ା୭: ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ରୋକିବା ପୋଲିସର କାର୍ଯ୍ୟ। ହେଲେ ଅଧିକାଂଶ କ୍ଷେତ୍ରରେ ପୋଲିସ ଏସବୁ କାର୍ଯ୍ୟ ଠିକ୍‌ ଭାବେ କରୁ...

୩ ଦିନ ପାଇଁ ବନ୍ଦ ହେଲା ଜିଆଇଇଟି ବିଶ୍ୱବିଦ୍ୟାଳୟ

ଗୁଣପୁର,୮ା୪: ରାୟଗଡ଼ା ଜିଲା ଗୁଣପୁରସ୍ଥିତ ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଗୁଣପୁର...

ଏଏସ୍‌ଆଇ ଅଜାଣତରେ ଜିପିଆର୍‌ଏସ୍‌

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ ଓ ଖନନ କାର୍ଯ୍ୟ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) ହୋଇ ନ ଥିଲା।...

Advertisement
Archives

Model This Week