Posted inଖେଳ

୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ ଅଷ୍ଟ୍ରେଲିଆର ପରାମର୍ଶ

ସିଡନୀ, ୨୪।୩- ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ଅଷ୍ଟ୍ରେଲିଆ ହୃଦୟଙ୍ଗମ କରିଛି। ଫଳରେ ୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ ଅଷ୍ଟ୍ରେଲିଆନ ଅଲିମ୍ପିକ ଅଫିସିଆଲମାନେ ନିଜ ଦେଶର ଆଥଲେଟମାନଙ୍କୁ ପରାମର୍ଶ ଦେଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି (ଏଓସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅର୍ଥାତ୍‌ ଜୁଲାଇରେ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଜୁଲାଇରେ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି ବୋଲି ଅଷ୍ଟ୍ରେଲିଆନ ଚିଫ୍‌ ଡି ମିଶନ ଇଆନ ଚେଷ୍ଟେରମ୍ୟାନ କହିଛନ୍ତି। ଆଥଲେଟମାନ ପ୍ରସ୍ତୁତି ଚାଲୁ ରଖିଥିଲେ ମଧ୍ୟ ଚାପରେ ରହୁଛନ୍ତି। ତେଣୁ ସେମାନଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି ହେବା ସହ ଚ୍ୟାଲେଞ୍ଜ ମଧ୍ୟ ରହିଛି ବୋଲି ଏଓସି ମୁଖ୍ୟ କାର୍ଯ୍ୟନିର୍ବାହୀ ମ୍ୟାଟ କାରୋଲ କହିଛନ୍ତି। ଏବେ ଆଥଲେଟ୍‌ମାନେ ଦେଶ କିମ୍ବା ବିଦେଶରେ ଏକାଠି ହୋଇପାରିବେ ନାହିଁ। ଆଥଲେଟ୍‌ମାନେ ବିଦେଶରେ ଓ ଦେଶର ବିଭିନ୍ନ ସ୍ଥାନରେ ଅଭ୍ୟାସ ଜାରି ରଖିଛନ୍ତି। ତେବେ ଟ୍ରାଭେଲ ରେଷ୍ଟ୍ରିକ୍‌ଶନ ଜାରି ହୋଇଥିବାରୁ ସମସ୍ୟା ଉପୁଜିଛି। ଏଓସିର ଏହି ନିଷ୍ପତ୍ତିକୁ ସୁଇମିଂ ଅଷ୍ଟ୍ରେଲିଆ ମୁଖ୍ୟ ଲେହ ରସେଲ ସମର୍ଥନ କରିଛନ୍ତି। ଆସନ୍ତାବର୍ଷ ପର୍ଯ୍ୟନ୍ତ ଅଲିମ୍ପିକ୍ସ ସ୍ଥଗିତ ରଖାଗଲେ ଭଲ ହେବ ବୋଲି ଚେଷ୍ଟରମ୍ୟାନ କହିଛନ୍ତି। ଏହା ହୋଇପାରିଲେ ବିଶ୍ୱବ୍ୟାପୀ ଆଥଲେଟ୍‌ମାନେ ଠିକ୍‌ ରୂପେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିପାରିବେ। ସାରା ବିଶ୍ୱ ଏକାଠି ହୋଇପାରିଲେ ଅଲିମ୍ପିକ୍ସ ସଫଳ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?