Posted inଜାତୀୟ

୨୦୨୧ରେ ହେବ ଚମତ୍କାର

ଚେନ୍ନାଇ,୨୨-୧୧:୨୦୨୧ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ବେଳେ ରାଜ୍ୟ ରାଜନୀତିରେ ଚମତ୍କାର ହେବ ବୋଲି ଗୁରୁବାର ସୁପରଷ୍ଟାର ରଜନୀକାନ୍ତ ଦୋହରାଇଛନ୍ତି। ଜାତି, ସମ୍ପ୍ରଦାୟ ଓ ଆଧ୍ୟାମତ୍ିକ ରାଜନୀତି କେବେ କାମ କରିବନାହିଁ ବୋଲି ମନ୍ତ୍ରୀ ଡି. ଜୟକୁମାର ମନ୍ତବ୍ୟ ଦେଇଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ରଜନୀକାନ୍ତ ଏପରି କହିଛନ୍ତି। ଆସନ୍ତାବର୍ଷ ନିଜ ରାଜନୈତିକ ଦଳ ଆରମ୍ଭ କରିବାକୁ ଯାଉଥିବା ରଜନୀକାନ୍ତ ପୂର୍ବରୁ କହିସାରିଛନ୍ତି ଯେ, ତାଙ୍କ ଦଳ ଆଧ୍ୟାମତ୍ିକ ରାଜନୀତି ଉପରେ ଗୁରୁତ୍ୱ ଦେବ। ତାମିଲନାଡ଼ୁର ଜନସାଧାରଣ ଚମତ୍କାର ଓ ବିସ୍ମୟକୁ ୧୦୦% ସୁନିଶ୍ଚିତ କରିବେ ବୋଲି ଚେନ୍ନାଇ ବିମାନବନ୍ଦରରେ କହିଛନ୍ତି। ଆବଶ୍ୟକ ହେଲେ ରଜନୀକାନ୍ତ ଓ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ ରାଜନୀତିରେ ହାତ ମିଳାଇବେ ବୋଲି ସଙ୍କେତ ଦେଇସାରିଛନ୍ତି। ଅନ୍ୟପକ୍ଷରେ ଶାସକ ଏଆଇଏଡିଏମ୍‌କେ ପୁନର୍ବାର କ୍ଷମତାକୁ ଫେରିବ ବୋଲି ରଜନୀକାନ୍ତ କହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ କଟାକ୍ଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ନଲବାଡିରୁ ବହୁପରିମାଣରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ

ଗୁଆହାଟି,୬ ।୨: ଆସାମର ନଲବାଡି ଜିଲାରେ ସିଆରପିଏଫର ଯବାନ ଓ ଆସାମ ପୋଲିସର ମିଳିତ ଅଭିଯାନରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି...

ଦୈନିକ ସଂକ୍ରମଣ ୪୦ ହଜାର ଉପରେ, କେରଳ ବଢ଼ାଇଲା ଚିନ୍ତା…

ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ଅଜିତଙ୍କ ନିଯୁକ୍ତି ଅସାମ୍ବିଧାନିକ: ପାଓ୍ବାର ଗୋଷ୍ଠୀ

ନୂଆଦିଲ୍ଲୀ,୯।୯: ଅଜିତ ପାଓ୍ବାର ରାଷ୍ଟ୍ରୀୟତାବାଦୀ କଂଗ୍ରେସ(ଏନ୍‌ସିପି)ର ଜାତୀୟ ଅଧ୍ୟକ୍ଷ ନୁହଁନ୍ତି ଏବଂ ତାଙ୍କ ନିଯୁକ୍ତି ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ ନିର୍ବାଚନ କମିଶନଙ୍କୁ ଜଣାଇଛି। ଅଜିତ...

୨ ହଜାର ମୁହାଁ ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୮୮୭ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ନିର୍ବାଚନରେ ଉପହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ବିକାଶ ପାଇଁ ଖର୍ଚ୍ଚ ହେଉ ଟଙ୍କା, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୧।୮ : ନିର୍ବାଚନ ସମୟରେ ମାଗଣା ଉପହାର ଦେବା ଏବଂ ମାଗଣା ବିଦ୍ୟୁତ, ଜଳ ବଣ୍ଟନ ଆଦି ରାଜନୈତିକ ଦଳର ପ୍ରତିଶ୍ରୁତିକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା...

ଟିକାକରଣ ଯୋଗୁ ଦେଶରେ ସୃଷ୍ଟି ହୋଇଛନ୍ତି ୨ ଭିନ୍ନ ଭିନ୍ନ ବର୍ଗ, କହିଲେ ହାଇକୋର୍ଟ…

କୋଚି,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ମହାମାରୀ ବିରୋଧରେ ଲଢ଼େଇ ଅନ୍ତର୍ଗତ ଟିକାକରଣ ଅଭିଯାନ ଦେଶବ୍ୟାପୀ ଜାରି ରହିଛ। ଏପରିସ୍ଥଳେ କେରଳ...

‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…

ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ...

ଆଇନ ମନ୍ତ୍ରଣାଳୟର ଅଧିକାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୫: ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଶାସ୍ତ୍ରୀ ଭବନର ଗୋଟିଏ ମହଲାକୁ ଆଶିଂକ ଭାବେ ସିଲ୍‌ କରାଯାଇଥିବା ସୂଚନା...

Advertisement
Archives

Model This Week