୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏହି ସୂଚନା ଦେଇଛନ୍ତି । ଏଥିସହ ସମସ୍ତ ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ରେ ରାସ୍ତା ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାନ ସମୟରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ବୈଠକରେ ମୁଖ୍ୟତଃ ବାଲେଶ୍ୱର ଜିଲାର ୪ଟି ପୌରାଞ୍ଚଳର ସମୀକ୍ଷା କରାଯାଇଥିଲା। ବିଦ୍ୟୁତ ଖୁଣ୍ଟ ନଥିଲେ, ନୂତନ ଖୁଣ୍ଟ ବସାଯାଇ ଏହି ଆଲୋକୀକରଣ ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି କାର୍ଯ୍ୟ ସରିବ ବୋଲି କୁହାଯାଇଛି। ବାଲେଶ୍ୱର ଜିଲାର ବାଲେଶ୍ୱର, ସୋର ଓ ଜଳେଶ୍ୱର ପୌରପରିଷଦ ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳଯୋଗାଣ, ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ ସେଣ୍ଟର), ସ୍ମାର୍ଟ ପାର୍କ, ଶ୍ମଶାନ ଆଦି ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା । ସମୀକ୍ଷାରୁ ଜଣାଯାଇଛି ଯେ, ନୀଳଗିରିର ସୋନନଦୀରୁ ନୀଳଗିରି ବ୍ଳକ୍‌ ଓ ଏନ୍‌ଏସିକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥି ପାଇଁ ଏକ ବୃହତ୍‌ ପ୍ରକଳ୍ପ କରାଯାଇଛି । ଏହା ସହ ଉତ୍ସ ଓ ଷ୍ଟୋରେଜ୍‌ ଉନ୍ନତିକରଣ ପାଇଁ ଏଷ୍ଟିମେଟ୍‌ ପ୍ରଦାନ ଓ ନୀଳଗିରିର ଜଗନ୍ନାଥ ମନ୍ଦିରକୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ପାନୀୟ ଜଳର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଚେତନତା ନେଇ ଭିଡିଓ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଥରଥର। ଏହି ମାରାତ୍ମକ ରୋଗ ପାଇଁ କୌଣସି ଔଷଧ ନାହିଁ। ସଚେତନତା ହିଁ ଏକମାତ୍ର ପନ୍ଥା।...

ଆକ୍ରମଣ ଅଭିଯୁକ୍ତ ଗିରଫ

ତାଳଚେର,୪ା୧୧(ନି.ପ୍ର.)- ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ କଲିୟାରୀ ପୋଲିସ ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଅବିନାଶ ସାହୁଙ୍କୁ ରବିବାର...

ଏସ୍‌ପି ଅଫିସ ଘେରାଉ କଲା ଯୁବ କଂଗ୍ରେସ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଶୁକ୍ରବାର କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରା କରାଯାଇଛି। କଂଗ୍ରେସ କର୍ମୀମାନେ...

ମାଲ ବୋଝେଇ ଟ୍ରେନରେ ନିଆଁ

ସୋର, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ରେଳ ଷ୍ଟେଶନଠାରେ ସୋମବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍‌ ନିଅଁା ଲାଗିଯାଇଥିଲା। ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ...

ବନ୍ଦାପନା କରି ସ୍କୁଲରେ ପିଲାଙ୍କୁ ସ୍ବାଗତ

ଦଶମନ୍ତପୁର/ଡାବୁଗାଁ/ଜୟପୁର, ୧।୩(ଡି.ଏନ୍‌.ଏ./ନି.ପ୍ର.) – ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ସୋମବାର ସ୍କୁଲ ଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ...

କଟକରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି

କଟକ ଅଫିସ, ୧୨।୧୧: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରେ ଏହା...

ରାପ୍‌ ଗାଇଲେ ସୁରେଶ ରାଉତରାୟ

ଭୁବନେଶ୍ୱର, ୨୧। ୧୧(ବ୍ୟୁରୋ): ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଥମଥର ପାଇଁ ଗୀତ ଗାଇଛନ୍ତି। ତାହା ପୁଣି ରାପ୍‌। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ...

ସିମୁଳିଆରେ ବିଜେଡି ଆଗରେ

ଖଇରା, ୨୩।୫(ଡି.ଏନ.ଏ.)-ସିମୁଳିଆ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ୟ ରାଉଣ୍ଡ ଗଣତି ପରେ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

Advertisement
Archives

Model This Week