୨୦୨୦ରେ ଆସୁଛି ଫେସ୍‌ବୁକ୍‌ର କ୍ରିପ୍ଟୋକରେନ୍ସି ‘ଲିବ୍ରା’

ନୂଆଦିଲ୍ଲୀ,୧୮-୬: ସୋସିଆଲ ମିଡିଆ ଓ୍ବେବସାଇଟ ଫେସ୍‌ବୁକ୍‌ ୨୦୨୦ରେ ନିଜସ୍ବ କ୍ରିପ୍ଟୋକରେନ୍ସି ‘ଲିବ୍ରା’ ଲଞ୍ଚ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ସ୍ମାର୍ଟ ଡିଭାଇସ୍‌ ଜରିଆରେ ଉପଲବ୍ଧ ହେବାକୁ ଥିବା ଏହି ଲୋ କଷ୍ଟ୍‌ ଗ୍ଲୋବାଲ ପେମେଣ୍ଟ ସିଷ୍ଟମ ତିଆରି କରିବା କମ୍ପାନୀର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ସାରା ବିଶ୍ୱରେ ଏହାର ୨୦୦କୋଟି ୟୁଜର ଏହାକୁ ବ୍ୟବହାର କରିପାରିବେ ବୋଲି କମ୍ପାନୀ କହିଛି। ଲିବ୍ରାକୁ ପ୍ରାୟ ୨୫ ପାର୍ଟନର୍ସର ସମର୍ଥନ ରହିଛି। ଯେଉଁଥିରେ ନନ୍‌ ପ୍ରଫିଟେବଲ କମ୍ପାନୀ, ଫାଇନାନ୍ସିଆଲ ସର୍ଭିସେସ୍‌ ଏବଂ ଅନ୍‌ଲାଇନ ଇ-କମର୍ସ କମ୍ପାନୀ ରହିଛନ୍ତି। ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲର ଏକ ରିପୋର୍ଟ ଅନୁଯାୟୀ, ଏଥିରେ ଭିସା, ମାଷ୍ଟରକାର୍ଡ, ପେପଲ୍‌ ଓ ଓବର ଭଳି କମ୍ପାନୀ ସାମିଲ ହୋଇଛନ୍ତି। ସେମାନେ ଭେଞ୍ଚର କ୍ୟାପିଟାଲିଷ୍ଟ ଏବଂ ଟେଲିକମ୍‌ କମ୍ପାନୀଙ୍କ ସହିତ ମିିଶି କ୍ରିପ୍ଟୋକରେନ୍ସି ଲାଗି ୧ କୋଟି ଡଲାର ନିବେଶ କରିବେ। ଫେସ୍‌ବୁକ୍‌ର ଘୋଷଣା ଅନୁଯାୟୀ, କ୍ରିପ୍ଟୋକରେନ୍ସି ଲିବ୍ରାକୁ ରିଏଲ ଆସେଟ୍ସ ଓ ରେଗୁଲେଟର୍ସଙ୍କ ସମର୍ଥନ ରହିଛି। ବିବିସିର ରିପୋର୍ଟ ଅନୁଯାୟୀ, ଫେସ୍‌ବୁକ ନିଜର କ୍ରିପ୍ଟୋକରେନ୍ସି ଲାଗି ଆମେରିକା ଟ୍ରେଜେରୀ ଓ ବ୍ୟାଙ୍କ ଅଫ୍‌ ଇଂଲଣ୍ଡରୁ ଅନୁମତି ନେଇସାରିଛି। ଏହି କ୍ରିପ୍ଟୋକରେନ୍ସି ଫେସ୍‌ବୁକର ଡିଜିଟାଲ ଓ୍ବାଲେଟ ଓ ଅନ୍ୟ ସେବା ଜରିଆରେ ଉପଲବ୍ଧ ହେବ। ଏହାର ଓ୍ବାଲେଟ୍‌ର ନାମ କାଲିବ୍ରା ରଖାଯାଇଛି। ଭର୍ଚୁଆଲ କଏନକୁ ଡଲାର ଓ ୟୁରୋ ମୁଦ୍ରା ସହ ସମକକ୍ଷ କରି ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସ୍ଥାପନ ପାଇଁ ପ୍ରୟାସ କରାଯିବ। ଏହି ନୂଆ କ୍ରିପ୍ଟୋକରେନ୍ସି ଦ୍ୱାରା ବିଟ୍‌କଏନ ଭଳି ବ୍ଲକ୍‌ଚେନ ପ୍ରଯୁକ୍ତି ଆଧାରିତ ମୁଦ୍ରାରେ ଦେଖାଦେଉଥିବା ଅସ୍ଥିରତାରୁ ରକ୍ଷା ପାଇ ହେବ ବୋଲି ଫେସ୍‌ବୁକ୍‌ ମନେ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri