୨୦୧୪ଠାରୁ ଭାରତ ଜିତି ନାହିଁ ବଡ଼ ଟ୍ରଫି

ମାଞ୍ଚେଷ୍ଟର,୧୧ା୭(ପିଟି)- ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ ହୋଇଛି ଭାରତ। ପୂର୍ବରୁ ବାଂଲାଦେଶରେ ଖେଳାଯାଇଥିବା ୨୦୧୪ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା। ଏହାର ପର ବର୍ଷ ୨୦୧୫ ବିଶ୍ୱକପ୍‌ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଭାରତ ଅଭିଯାନ ଶେଷ କରିଥିଲା। ୨୦୧୬ରେ ଟି୨୦ ବିଶ୍ୱକପ୍‌ରେ ଆୟୋଜକ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ଓ୍ବେଷ୍ଟଇଣ୍ଡିଜଠାରୁ ହାରିଯାଇଥିଲା। ଏହାପରେ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ହରାଇଥିଲା ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଅନ୍ତିମ ଥର ଭାରତୀୟ ଦଳ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍‌

ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ,...

ରୋହିତଙ୍କ ରେକର୍ଡ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଟି୨୦ ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହେବାର ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଅରୁଣ...

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ

ବେଙ୍ଗାଲୁରୁ, ୪ା୧ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଧାନ୍ୟ ଜାରି ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଦଳ ୨-୧...

ମାତ୍ର ୯ମ ଯାଏ ପଢିଛନ୍ତି ଭାରତର ଏହି ଷ୍ଟାର୍‌ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ପାଠ ପଢ଼ାରେ ସେତେଟା ଭଲ ନୁହନ୍ତି। ଭାରତୀୟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା...

ପନ୍ତଙ୍କୁ ଡାକରା

ନୂଆଦିଲ୍ଲୀ, ୧୨।୬: ଦିଲ୍ଲୀ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବୁଧବାର ଇଂଲଣ୍ଡରେ ପହଞ୍ଚତ୍ଛନ୍ତି। ତାଙ୍କୁ ବ୍ୟାକ୍‌ଅପ ଖେଳାଳି ଭାବେ ଭାରତୀୟ ଦଳରେ ଯୋଗଦେବା ପାଇଁ ଡାକରା...

କରୋନା ମୁକାବିଲା: ୮ କୋଟି ଲେଖାଏ ଦାନ କଲେ ମେସି, ଗୁଆର୍ଡିଲୋ

ବାର୍ସିଲୋନା,୨୫।୩- କରୋନା ଭାଇରସ ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହି ଭାଇରସ ଯୋଗୁ ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହି ପରିସ୍ଥିତିର...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ: ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଭାରତ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଓ ବାଂଲାଦେଶ ରବିବାର ପରସ୍ପରକୁ ଭେଟିବେ। ସ୍ଥାନୀୟ...

ଅଲିମ୍ପିକ ହକି ଚାମ୍ପିୟନ ଡାନ୍‌ସନ ବେନେଟ୍‌ଙ୍କ ଅବସର

ଲଣ୍ଡନ, ୨୧ା୨ (ଏଏଫ୍‌ପି)- ଗେଟ୍‌ ବ୍ରିଟେନ ମହିଳା ଫିଲ୍ଡ ହକି ଅଧିନାୟିକା ଆଲେକ୍ସ ଡାନସନ୍‌ ବେନେଟ୍‌ ଗୁରୁବାର ଖେଳୁ ତାଙ୍କ ଅବସର ଘୋଷଣା କରିଛନ୍ତି। ୨୦୧୬...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *