Posted inଖେଳ

୨୦୧୧ରେ କ୍ରିକେଟ ପଡ଼ିଆରେ ଘଟିଥିଲା ଏମିତି ଘଟଣା : ଯାହା ଦେଖି ଡରି ଯାଇଥିଲେ ଦର୍ଶକ

କାର୍ଲିଫର୍ନିଆ: ଆସନ୍ତା ୩୦ ତାରିଖରେ ଆରମ୍ଭ ହେବ ବିଶ୍ୱକପ୍‌ ୨୦୧୯। ବିଶ୍ୱକପ୍‌କୁ ନେଇ ସମସ୍ତ କ୍ରିକେଟପ୍ରେମୀ ବେଶ୍‌ ଉତ୍ସାହିତ ଅଛନ୍ତି। ଖାସ୍‌ ଏଥିପାଇଁ କ୍ରିକେଟ ସହିତ ଯୋଡ଼ା ହୋଇଥିବା କିଛି ଘଟଣାକୁ ମନେ ପକାଇବା। ୨୦୧୧ ରେ କାର୍ଲିଫର୍ନିଆ ରୋଜ୍‌ ବାଉଲରେ ଅନୁଷ୍ଠିତ ହୋଇଥିବା ସାଉଥ୍‌ ଇଲେକ୍ଟ୍ରିକ୍‌ ପ୍ରିମିୟର କ୍ରିକେଟ ଲିଗ୍‌ରେ ଏମିତି ଏକ ଖବର ଯୋଡ଼ି ହୋଇ ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଲିଗ୍‌ରେ ଡିଭିଜନ ୧ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିଲା। ସାଉଥ୍‌ ବିଲ୍‌ଟସ ଏବଂ ହମ୍ପ୍‌ଶାୟାର କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ ଚାଲିଥିଲା। ଏହି ସମୟରେ ପଡ଼ିଆରେ ଏମିତି ଏକ ଘଟଣା ଘଟିଲା ଯେଉଁଥିପାଇଁ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା। ପଡ଼ିଆରେ ଏମିତି ଏକ ଜିନିଷ ଥିଲା ଯାହା ଦେଖିବା ପରେ ଖେଳାଳିଙ୍କ ନିରାପତ୍ତା ରକ୍ଷା ପାଇଁ ହେଲିକପ୍ଟରେ ପାଟ୍ରୋଲିଂ କରିବାକୁ ପଡ଼ିଥିଲା। ପ୍ରକାଶ ଯେ, ହମ୍ପଶାୟାର କ୍ରିକେଟ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୨୫୬ ରନ୍‌ ସଂଗ୍ରହ କରିଥିଲା। ସାଉଥ୍‌ ବିଲ୍‌ଟସ ୨୫୭ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ସାଉଥ ବିଲଟସକୁ ୪୩ ବଲ୍‌ରେ ୨୭ ରନ୍‌ର ଆବଶ୍ୟକ ଥିଲା।

କିନ୍ତୁ ଏହି ସମୟରେ ଆଣ୍ଡିୟସ ପାଟି କରି କହିଲେ କି, ଏକ ଧଳା ବାଘ ପଡ଼ିଆ ଭିତରକୁ ପଶି ଆସିଛି। ଏହା ଶୁଣି ତୁରନ୍ତ ଖେଳାଳିମାନଙ୍କୁ ପଡ଼ିଆରୁ ବାହାର କରି ଦିଆଗଲା। ପୋଲିସ ଅଧିକାରୀମାନେ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଗେଇ ଆସିଲେ। ଏପରିକି ଚିଡ଼ିଆଖାନାର ମଧ୍ୟ ସହାୟତା ନେଲେ। କ୍ୟାମେରା ଧରି ପଡ଼ିଆରେ ପହଞ୍ଚିଗଲେ। ହେଲିକପ୍ଟର ଯୋଗେ ଉପରୁ ବାଘ ଖୋଜିବାରେ ଲାଗିପଡ଼ିଲେ। କିନ୍ତୁ ଧଳା ବାଘ ନଜର ଆସିଲା ନାହିଁ। ସିସିଟିଭିରେ ବାଘ ଚେହେରା ଦେଖିବାକୁ ପାଇଲେ। ପୋଲିସ ବାଘକୁ ସ୍ପଷ୍ଟ କରି ନେଲା ମାତ୍ର ଏହା ଅସଲି ବାଘ ନ ଥିଲା। ଏକ ଖେଳନା ଥିଲା। ଏହି ଘଟଣା କ୍ରିକେଟ ଇତିହାସରେ ଏକ ଅଜବ ଘଟଣା। ଯାହାକୁ ଆଜିପର୍ଯ୍ୟନ୍ତ ଦର୍ଶକ ମନେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?