୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି ବି ଅନେକ ଅଞ୍ଚଳରେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତର ନଟିଆ ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଅପହଞ୍ଚ ଆଦିବାସୀ ଇଲାକାରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ଓ କଲଭର୍ଟ ନିର୍ମାଣ କରାଗଲା। ମାତ୍ର ନିର୍ମାଣର ଦିନ କେଇଟା ନ ବିତୁଣୁ ଗତ ସେପ୍ଟେମ୍ବର ମାସରେ ହୋଇଥିବା ଅସରାଏ ବର୍ଷାରେ କଲଭର୍ଟଟି ଭୁଶୁଡ଼ି ପଡ଼ିଲା। ଫଳରେ ଏବେ ଏହି ଅଞ୍ଚଳକୁ ଯାତାୟାତ ବନ୍ଦ ହୋଇପଡ଼ିଛି। ଯାନବାହାନ ତ ଦୂରର କଥା ସାଇକେଲ ଯୋଗେ ମଧ୍ୟ ଯାତାୟାତ ସମ୍ଭବ ହେଉ ନାହିଁ। ଫଳରେ ସ୍ଥାନୀୟ ଲୋଚନସାହି, କେନ୍ଦୁପଦା, ବୁରୁଗୁଡ଼ାର ହଜାର ହଜାର ସଂଖ୍ୟାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅପରପକ୍ଷେ ଦୁଇ ମାସ ହେବ ପୋଲଟି ଭୁଶୁଡି ପଡ଼ିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଘସିପୁରା ବ୍ଳକ ଦ୍ୱାରା ୨୦୧୭/୧୮ ଆର୍ଥିକ ବର୍ଷରେ ଝିଙ୍କିପିଟା-ନଟିଆ ଲୋଚନସାହିକୁ କଲଭର୍ଟ ଓ ରାସ୍ତା ନିର୍ମାଣପାଇଁ ୩.୮ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ସ୍ଥାନୀୟ ଲୋକମାନଙ୍କ କହିବା ଅଭିଯୋଗ ଅନୁଯାୟୀ ଏହାର ନିର୍ମାଣ ସମୟରେ ବ୍ୟାପକ ଅନିୟମିତତା ହୋଇଥିବାରୁ କଲଭର୍ଟଟି ଭୁଶୁଡି ପଡ଼ିଥିଲା। ତୁରନ୍ତ ଏହି କଲଭର୍ଟ ମରାମତି କରି ଯାତାୟାତକୁ ସ୍ବଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅପରପକ୍ଷେ ଏନେଇ ଅନୁଧ୍ୟାନ କରାଇଯାଇ ଖୁବଶୀଘ୍ର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଲୋକ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ତଳୁ ମିଳିଲା ପୁରାତନ ଦୀପଷ୍ଟାଣ୍ଡ

ଚମ୍ପୁଆ/ଝୁମ୍ପୁରା/ପାଟଣା,୧।୬(ଡି.ଏନ.ଏ/ସ୍ବ.ପ୍ର.)-ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ଅଧୀନ ରସବନ୍ତଳା ଗ୍ରାମରୁ ପୁରାତନ କାଳରେ ବ୍ୟବହାର ହେଉଥିବା ସୌଖୀନଯୁକ୍ତ କାରୁକାର୍ଯ୍ୟ ସମ୍ପନ୍ନ ଏକ ଦୀପଷ୍ଟାଣ୍ଡ...

ମହିଳାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୮ା୧୨-ଚାକିରି କରାଇ ଦେବାକୁ କହି ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଖଜୁରିପଡା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ...

୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବମିଖାଲ ଅଞ୍ଚଳର ୧୫ ଚିହ୍ନଟ

ଭୁବନେଶ୍ୱର,୫।୪(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ରବିବାର ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ଜଣେ ଚିହ୍ନଟ ହୋଇଥିବା ବେଳେ ରାତିରେ ଆଉ ୧୫ଜଣଙ୍କ ରିପୋର୍ଟ...

ବିମାନ ବନ୍ଦରରୁ ୪୮ ଖଣ୍ଡ ସୁନା ଜବତ

ଭୁବନେଶ୍ୱର, ୨୧। ୧(ବ୍ୟୁରୋ): କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୨୧୫. ୬୦୦ ଗ୍ରାମ ଓଜନର ୪୮ ଖଣ୍ଡ ସୁନା ଜବତ କରାଯାଇଛି। ଏହି...

ପ୍ରିନ୍ସିପାଲ, ଶିକ୍ଷକଙ୍କ ଆକାଉଣ୍ଟରୁ ୬.୫ଲକ୍ଷ ଲୁଟ

ଭୁବନେଶ୍ୱର,୨୯ା୮ବ୍ୟୁରୋ): ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଦୁଇଜଣ ବ୍ୟକ୍ତି। ସାଇବର ଠକମାନେ ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର...

ସୀମାନ୍ତ ସିଲ୍‌ ପରେ ଉତ୍ତେଜନା: ୩୭ ବଙ୍ଗୀୟ ଶ୍ରମିକଙ୍କୁ ଫେରାଇ ଦେଲା ପଶ୍ଚିମବଙ୍ଗ

ଭୋଗରାଇ, ୩।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତକୁ ଗତ ୨୩ତାରିଖରୁ ପ୍ରଶାସନ ପକ୍ଷରୁ ସିଲ୍‌...

ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ: ଗୁହାରି ଶୁଣିବାକୁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ, ଏସ୍‌ପି

ନୂଆପଡା ଅଫିସ/କୋମନା,୧୭।୯(ଡି.ଏନ.ଏ.) ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ଜିଲାବ୍ୟାପି ଅସନ୍ତୋଷ ଦୃଢୀଭୂତ ହେଉଥିବା ବେଳେ ଜିଲା ପ୍ରଶାସନ ଏହାର ଗୁରୁତ୍ୱକୁ ଉପଲବ୍ଧି କରିଛି । ନୂଆପଡ଼ା...

ନିଅଁ ଖୋଳା ଗାତରେ ପଡ଼ି ଦେଢ଼ବର୍ଷର ଶିଶୁମୃତ

କାମାକ୍ଷାନଗର,୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କେରଜୋଳି ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଘର ନିର୍ମାଣ ପାଇଁ ଖେଳାଯାଇଥିବା ନିଅଁ ଗାତରେ ପଡ଼ି ଜଣେ ଦେଢ଼ବର୍ଷର...

Coronavirus Update


Archives

Model This Week

Why Dharitri