ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା ଯୋଗୁ ମାଟି ଉର୍ବର ହେବା ସହ ଲଙ୍ଗଳ ମାଟି କାଟିବା ଯୋଗୁ ଚାଷୀଙ୍କ ମନରେ ବହୁତ ଖୁସି ଦେଖିବାକୁ ମିଳୁଛି। ଧାନ ଫସଲ ପାଇଁ ଅକ୍ଷୟ ତୃତୀୟାରୁ ଅଖିମୁଠି ଅନୁକୂଳ କରାଯାଇଥିଲେ ସୁଦ୍ଧା ପ୍ରଚଣ୍ଡ ରୌଦ୍ର ତାପରେ ମାଟି ଟାଣ ହୋଇରହିଥିଲା। ଫଳରେ ଚାଷୀ ଧାନ, ମକା, ସୋରିଷ, ତିଳା (ତୈଳ ଜାତୀୟ ଫସଲ )ଭଳି ଫସଲ ପାଇଁ ବିହନ ବୁଣିବା ସମ୍ଭବ ହୋଇ ନ ଥିଲା। ଏବେ ବର୍ଷା ଯୋଗୁ ଏହି ଚାଷ ପାଇଁ ଜମିରେ ଚାଷ ସହ ଜମିକୁ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି।

ସେହିପରି ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଚଳିତ ବର୍ଷ ଚାଷୀଙ୍କୁ ସମସ୍ତ ସହଯୋଗ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବ୍ଲକ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକ କହିଛନ୍ତି। ସେ କହିଛନ୍ତି, ଚଳିତବର୍ଷ ଅଞ୍ଚଳରେ ୪ ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ ଜମି ପ୍ରସ୍ତୁତ କରାଯାଉଥିବା ବେଳେ ୨ ହଜାର ହେକ୍ଟର ଜମିରେ ମକା ଚାଷ, ୧ ହଜାର ହେକ୍ଟର ଜମିରେ ସୋରିଷ ଓ ୩ ଶହ ୫୦ ହେକ୍ଟର ଜମିରେ ତିଳା (ତୈଳ ଜାତୀୟ ଫସଲ )ଚାଷ କରାଯିବାକୁ ଲକ୍ଷ ରଖାଯାଇଛି । ପ୍ରାୟ ୮ ହଜାର ଚାଷୀ ଏହି ଚାଷ କରିବାକୁ ନିଜ ଜମି ପ୍ରସ୍ତୁତ ଚଳାଇଥିବା କୁହାଯାଇଛି।

ସେହିପରି ଚଳିତ ବର୍ଷ ରାଜ୍ୟ ସରକାର ଓଡିଶାରେ ଦାରିଙ୍ଗବାଡି ବ୍ଲକକୁ ନୂତନ ଯୋଜନାରେ ସାମିଲ କରାଇଛନ୍ତି। ବଳଭଦ୍ର ଜୈବିକ ଚାଷ ମିଶନରେ ପ୍ରଥମଥର ପାଇଁ ଉକ୍ତ ବ୍ଲକ ସାମିଲ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୩ ଶହ ୫୨ ହେକ୍ଟର ଜମିରେ ଏହି ଜୈବିକ ସାର ବ୍ୟବହାର କରାଯାଇ ଚାଷୀ ତାର ମନମୁତାବକ ବିହନ ବ୍ୟବହାର କରି ପନିପରିବା, କ୍ଷୁଦ୍ରଦାନା, ଧାନ, ମକା,ତିଳା, ସୋରିଷ ଆଦି ଚାଷ କରିପାରିବେ ଏଥିରେ ଜୈବିକ ସାର ନିମାସ୍ତର, ବ୍ରହ୍ମସ୍ତ୍ର, ଜୀବମୃତ, ବିଜା ମୃତ, ହାଣ୍ଡି ଖତ ବ୍ୟବହାରକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ସମସ୍ତ ପଞ୍ଚାୟତରେ ତାଲିମ ପ୍ରଦାନ କରାଯିବ ବୋଲି କୃଷି ଅଧିକାରୀ ସୀତାଂଶୁ କୁମାର ମଲିକ କହିଛନ୍ତି। ଜୈବିକ ଚାଷ ଦ୍ୱାରା ଅମଳ ହେବାକୁ ଥିବା ଫସଲକୁ ବଜାରରେ ଚଢା ଦରରେ ବିକ୍ରି ହେବ। ଜୈବିକ ଚାଷରୁ ଅମଳ ହେଉଥିବା ଖାଦ୍ୟ ଶସ୍ୟ ଖାଇବା ଦ୍ୱାରା ଲୋକଙ୍କୁ ଯେକୌଣସି ରୋଗ ତଥା କ୍ୟାନ୍ସର ରୋଗ ଭଳି ଭୟଙ୍କର ରୋଗ ହେବା ଆଶଙ୍କା କମିବ ବୋଲି ସରକାର ଏଭଳି ବଡ଼ ପଦକ୍ଷେପ ନେଉଥିବା କୃଷି ଅଧିକାରୀ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri