ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ ୨୦ ଜଣ ପେଷାଦାର ଜୁଆଡିଙ୍କୁ ବାନ୍ଧିଛି। ଚଢାଉବେଳେ ପୋଲିସ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି ପୋଲିସ ଉପରକୁ ଢେଲା ମାଡ଼ ହେବା ଫଳରେ ପୋଲିସ ଏଏସଆଇ ଦାସ ପଟ୍ଟନାୟକ ସମେତ କେତେକ କନଷ୍ଟେବଳ ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ କେତେକ ଜୁଆଡି ଖସି ପଳାଇଛନ୍ତି ।
ଜୁଆ ଆଡ୍ଡାରୁ ପୋଲିସ ୫ ଲକ୍ଷ ୪୪ ହଜାର ଟଙ୍କା ଜବତ କରିଛି। ସେହିପରି ଗୋଟିଏ କ୍ରେଟା କାର, ୧୫ ଗୋଟି ବାଇକ , ୧୯ଟି ଦାମୀ ମୋବାଇଲ ସହ ଖେଳ ସରଞ୍ଜାମ ଜବତ କରିଛି। ବେଆଇନ ଭାବେ ଜୁଆ ଖେଳିବା ସହ କାର୍ଯ୍ୟରତ ପୋଲିସକୁ ଆକ୍ରମଣ ଅଭିଯୋଗରେ ପୋଲିସ ୩୩୬/୨୬ ରେ ଏକ ମାମଲା ରୁଜୁ ହୋଇଛି। ଜୁଆଡିମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସଦର ଥାନା ଅନ୍ତର୍ଗତ ରୋହିଗାଁ’ରେ ଜୁଆ ଅଡ୍ଡା ଚାଲିଥିବା ଖବର ମିଳିବା ପରେ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ସଦର ଥାନା ଅଧିକାରୀ ସନ୍ତୋଷ ବେହେରାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ସେଠାରେ କରିଥିଲା। ପୋଲିସକୁ ଦେଖି ଜୁଆଡିମାନେ ଢେଲା ମାଡ଼ କରିଥିଲେ। ଏହାସତ୍ତ୍ୱେ ମଧ୍ୟ ପୋଲିସ ଉକ୍ତ ଅଡ୍ଡାକୁ ଚାରିପଟେ ଘେରି ଯାଇ ୨୦ ଜଣ ଜୁଆଡିଙ୍କୁ କାବୁ କରିଥିଲା। ସେଠାରେ କେଉଁ କେଉଁମାନେ ଏଭଳି ଜୁଆ ଖେଳ ଚଳାଉଥିଲେ ସେ ଦିଗରେ ପୋଲିସ ଏବେ ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily

