ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇପାରି ନାହିଁ। ଟୋକନ ପାଇବା ପରେ ନିର୍ଦ୍ଧାରିତ ଦିବସରେ ଚାଷୀମାନେ ଧାନ କ୍ରୟ କେନ୍ଦ୍ର (ମଣ୍ଡି)କୁ ଧାନ ଆଣୁଛନ୍ତି। ମାତ୍ର ମଣ୍ଡିକୁ ଯେଉଁ ଅନୁପାତରେ ଧାନ ଆସୁଛି, ସେହି ଅନୁପାତରେ ତାକୁ କିଣାଯାଉ ନାହିଁ କିମ୍ବା ମଣ୍ଡିରୁ ଉଠାଯାଉ ନାହିଁ। ମିଲର୍ସ ମଣ୍ଡିକୁ ଆସିଲେ ଯାଇ ତାକୁ କିଣାଯାଇ ଉଠାଯାଉଛି। ଏଭଳି ସ୍ଥିତିରେ ଜିଲାର ମଣ୍ଡିଗୁଡିକରେ ଦିନଦିନ ଧରି ବିକ୍ରି ଅପେକ୍ଷାରେ ବହୁ ପରିମାଣର ଧାନ ପଡ଼ିରହୁଛି। ଧାନ ବିକ୍ରି ହେବା ଆଶାରେ ଚାଷୀ ଅନ୍ୟ କାମଧନ୍ଦା ଛାଡ଼ି ମଣ୍ଡିକୁ ଧାଉଁଛନ୍ତି, ମାତ୍ର ବିକ୍ରି ନ ହେବା ଯୋଗୁ ଚାଷୀମାନଙ୍କୁ ପୁଣି ନିରାଶ ହୋଇ ଘରକୁ ଫେରିବାକୁ ପଡୁଛି। ଅନ୍ୟପଟେ ଚାଷୀଙ୍କୁ ମିଳିଥିବା ଟୋକନରେ ଉଲ୍ଲେଖିତ ଧାନବିକ୍ରି ଦିବସ ଅର୍ଥାତ ଟୋକନର ଅବଧି ସରି ବସୁଛି। ଏହାକୁ ନେଇ ଜିଲାର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଭଳି ଅଭିଯୋଗ ନେଇ ବୁଧବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ରେମତା ଧାନ କ୍ରୟ କେନ୍ଦ୍ର ଉପରେ ନିର୍ଭରଶୀଳ ଚାଷୀମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମଣ୍ଡିରୁ ଧାନ ବିକ୍ରି ହେଉ ନ ଥିବା ଏବଂ ଉଠୁ ନ ଥିବା ପ୍ରତିବାଦରେ ସେମାନେ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଥିଲେ। ସାଙ୍ଗରେ ଆଣିଥିବା ମୁଢି ସେଠାରେ ଖାଇଥିଲେ। ଏହା ସହିତ ଧାନ ବିକ୍ରି ଏବଂ ଉଠାଣ ଦାବିରେ ସେମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଭାଗୀୟ ଅଧିକାରୀମାନେ ଧାରଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ମଣ୍ଡିରୁ ଧାନ ଉଠାଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଅଡ଼ି ବସିଥିଲେ। ପରେ ଧାନ ଉଠାଣ ପାଇଁ ମଣ୍ଡିକୁ ମିଲର୍ସଙ୍କ ଗାଡ଼ି ପହଞ୍ଚିଥିବା ନେଇ ସୂଚନା ପାଇବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ ଏବଂ ସିଧାସଳଖ ଗ୍ରାମର ଧାନ କ୍ରୟ କେନ୍ଦ୍ରକୁ ଯାଇଥିଲେ। ତେବେ ଏହି ଧାନ ଉଠାଣ ନିୟମିତ ହେବ ନା ଧାରଣା ହଟାଇବା ପାଇଁ ମଣ୍ଡିକୁ ମିଲର୍ସଙ୍କ ଗାଡି ପଠାଗଲା, ସେ ନେଇ ଚାଷୀମାନେ ଏବେ ମଧ୍ୟ ସନ୍ଦୀହାନରେ ଅଛନ୍ତି। ଆଗକୁ ଧାନ ଉଠାଣ ଜାରି ନ ରହିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ରେମତା ଧାନ କ୍ରୟ କେନ୍ଦ୍ରରୁ ଧାନ ଉଠାଣ ପାଇଁ ୫ମିଲର୍ସଙ୍କୁ ଦାୟିତ୍ୱ ଦିଆଯାଇଛି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ଜଣେ ମିଲର୍‌ ଧାନ ଉଠାଉ ଥିବାବେଳେ ଅନ୍ୟ ମିଲର୍ସ ଧାନ ଉଠାଣ ପାଇଁ ଉକ୍ତ ଧାନ କ୍ରୟ କେନ୍ଦ୍ରକୁ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଏହି ଧାନ କ୍ରୟ କେନ୍ଦ୍ରରୁ ଏପର୍ଯ୍ୟନ୍ତ ମାତ୍ର ୨୬୯ କୁଇଣ୍ଟାଲ ଧାନ କିଣାଯାଇ ତାକୁ ଉଠାଯାଉଛି। ଅନ୍ୟପକ୍ଷରେ ଏଠାରେ ବୁଧବାର ସୁଦ୍ଧା ଆହୁରି ୩୮୯୬ ପ୍ୟାକେଟ ଧାନ ବିକ୍ରି ଅପେକ୍ଷାରେ ପଡିରହିଛି। ସେହିପରି ଅଞ୍ଚଳର ଚାଷୀମାନଙ୍କ କ୍ଷେତ, ଖଳାରେ ପ୍ରାୟ ୩୨ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ଏବେ ମଧ୍ୟ ରହିଛି। ଟୋକନ ପାଇ ନ ଥିବା ଯୋଗୁ କେତେକ ଚାଷୀ ସେହି ଧାନମଣ୍ଡିକୁ ଆଣିପାରି ନ ଥିବାବେଳେ ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଆସି ନ ଥିବା ଯୋଗୁ ସେମାନଙ୍କ ଧାନ କ୍ଷେତ, ଖଳାରେ ପଡିଛି। ଫଳରେ ଏବେଠାରୁ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ହୋଇ ପଡିଲେ ଚାଷୀମାନେ ଆଗକୁ ଧାନ ବିକ୍ରିବଟାରେ ଆହୁରି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। କେବଳ ରେମତା ଧାନ କ୍ରୟ କେନ୍ଦ୍ର ନୁହେଁ, ଜିଲାର ସବୁ ଧାନ କ୍ରୟ କେନ୍ଦ୍ରରେ ଏଭଳି ସମସ୍ୟା ଲାଗି ରହିଛି ଏବଂ ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri