୧ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

ଗଣିଆ,୧୯ା୧୧(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ବୁରିଆପାଜୁ, ସେନେପେରି ଓ ଇଡେଇ ଗ୍ରାମରେ ୧ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ସୋମବାର ପୋଡି ନଷ୍ଟ କରାଯାଇଛି ା ଗଣିଆ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ମିତାଲି ପାତ୍ରଙ୍କ ଉପସ୍ଥିତିରେ ଖଣ୍ଡପଡା ଏସ୍‌ଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ନୟାଗଡ ଓ ଦଶପଲ୍ଲା ଅବକାରୀ ବିଭାଗ କର୍ମଚାରୀ, ଗଣିଆ ଥାନା କର୍ମଚାରୀ ଏବଂ ଡିଭିଏଫ୍‌ ଟିମ୍‌ ମିଳିତ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ ଉପାଡି ସେହି ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଉପାନ୍ତ ପାହାଡିଆ ଅଞ୍ଚଳ ହୋଇଥିବାରୁ ବାହାର ଚୋରା ବେପାରୀଙ୍କ ପ୍ରୋତ୍ସାହନରେ ଏଠାକାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷ କରାଯାଉଛି ା ଚୋରା ବେପାରୀମାନେ ଏଠାରୁ ବହୁ କମ୍‌ ମୂଲ୍ୟରେ ଗଞ୍ଜେଇ କିଣି ଦଶପଲ୍ଲା, ବୌଦ୍ଧ ଜିଲାର କୁଶଙ୍ଗ, ଚାରିଛକ ଓ କଟକ ଜିଲାର ନରସିଂହପୁର ଅଞ୍ଚଳ ଦେଇ ବାହରକୁ ଚାଲାଣ କରିଆସୁଛନ୍ତି। ପ୍ରତିବର୍ଷ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ଏହିପରି ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସ ସ୍ବାଇଁ ହତ୍ୟା ମାମଲା: ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନ ଖାରଜ

ଭଦ୍ରକ ଅଫିସ, ୨୬।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନକୁ ଭଦ୍ରକ...

ନିରାଡମ୍ବରରେ ହେଲା ଦେବଦମ୍ପତିଙ୍କ ବିବାହ

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- କରୋନା କଟକଣା ଯୋଗୁ ଧରାକୋଟଗଡ଼ର ପ୍ରମୁଖ ଯାତ୍ରା ଶୀତଳଷଷ୍ଠୀ ଚଳିତ ବର୍ଷ ନିରାଡମ୍ବରରେ ଶେଷ ହୋଇଛି। ଦୀର୍ଘବର୍ଷ ହେଲା ଏହିଦିନ ବାବା ଚନ୍ଦ୍ରଶେଖରଙ୍କ ସହ...

ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୪।୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲିଲେ ବିଧାୟକ

ପାଲଲହଡ଼ା, ୭ା୭(ଡି.ଏନ.ଏ.)- ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ରବିବାର ପାଲଲହଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଓ ମାଓ ଅଞ୍ଚଳ ନାଗିରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ...

ହୋଟେଲରେ ଦେହ ବ୍ୟବସାୟ: ୩ ଗିରଫ, ୫ ବଙ୍ଗୀୟ ଯୁବତୀ ଅଟକ

ପୁରୀ ଅଫିସ,୭ା୧୧- ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବାବେଳେ ବଳିଆପଣ୍ଡା ପୋଲିସ ଚଢାଉ କରି ୫ ବଙ୍ଗୀୟ ଯୁବତୀଙ୍କୁ ଅଟକ ରଖିଥିବାବେଳେ ୩ ଜଣ ଯୁବକଙ୍କୁ ଗିରଫ...

ନିସାହା ତୁଳସାକୁଁ ସାହାଯ୍‌ କଲା ଓଁଶ୍ରୀ ଯୁବକ ସଂଘ

  ମୋହନଗିରି,୧୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍‌କେ ୧୮ ଦିନ୍‌ ହେଲା ଘରର ପିଁଢ଼ାରୁ ପଡ଼ି...

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍‌ରେ ଅଂଶଗ୍ରହଣ କରିବେ ୫୦ ଦଳ

ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର...

ପୁରୀରୁ ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଲା

ପୁରୀ ଅଫିସ,୪ା୬: ପୁରୀ ଜିଲାରୁ ଗୁରୁବାର ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି।...

Advertisement
Archives

Model This Week