Posted inଖେଳ

୧୯ ବର୍ଷରୁ କମ୍‌ ଦଳର କୋଚ୍‌ ପଦ ଦୌଡ଼ରେ ସାକଲିନ

କରାଚୀ,୧୪।୮(ପିଟି): ଦେଶର ୧୯ ବର୍ଷରୁ କମ୍‌ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରେ ସାମିଲ ହୋଇଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ସାକଲିନ ମୁସ୍ତାକ। ଆଗାମୀ ବର୍ଷ ହେବାକୁ ଥିବା ଜୁନିୟର ବିଶ୍ୱକପ୍‌ ଲାଗି ପ୍ରସ୍ତୁତ ହେଉଥିବା ଦଳର କୋଚ୍‌ ପଦ ପାଇଁ ପିସିବି ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା। ଏଥିଲାଗି ୧୬୯ ଦିନିକିଆ ଓ ୪୯ ଟେଷ୍ଟରେ ମୋଟ ୪୯୬ ଉଇକେଟ ନେଇଥିବା ୪୨ ବର୍ଷୀୟ ସାକଲିନ ଆବେଦନ କରିଛନ୍ତି। ମୁଁ ଜୁନିୟର ଦଳର ମୁଖ୍ୟକୋଚ୍‌ ପଦ ପାଇଁ ଆବେଦନ କରିଛି। ଆସନ୍ତା ସପ୍ତାହରେ ମୋର ସାକ୍ଷାତକାର ଅଛି। ପାକିସ୍ତାନ କ୍ରିକେଟକୁ ମୁଁ ଏବେ ମଧ୍ୟ ଅବଦାନ ଦେଇପାରିବି ବୋଲି ଅନୁଭବ କରିବା ପରେ ପଦ ପାଇଁ ଆବେଦନ କରିଛତ ବୋଲି ସାକଲିନ କହିଛନ୍ତି। ଇସିବିଠାରୁ ୩ୟ ଲିବେଲ କୋଚ୍‌ ସାର୍ଟିଫିକେଟ ପାଇଥିବା ପୂର୍ବତନ ସ୍ପିନର ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ ଓ ବାଂଲାଦେଶ ସହ ପରାମର୍ଶଦାତା ଭାବେ କାର୍ଯ୍ୟ କରିସାରିଛନ୍ତି। ଏବେ ସେ ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଦଳ ସହ ସ୍ପିନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଇଦ୍‌ ଛୁଟି ପରେ ପିସିବି ସିନିୟର ଦଳର ମୁଖ୍ୟ କୋଚ୍‌ ପାଇଁ ମଧ୍ୟ ବିଜ୍ଞପନା ବାହାର କରିବା ନେଇଆଶା କରାଯାଉଛି। ବୋର୍ଡ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଓ୍ବେଷ୍ଟଇଣ୍ଡିଜ ଦଳର ପରାମର୍ଶଦାତା ଭାବେ କର୍ଯ୍ୟ କରୁଥିବା ସାକଲିନଙ୍କ ସାଥି ସ୍ପିନର ମୁସ୍ତାକ ଅହମ୍ମଦ ପାକିସ୍ତାନ ଦଳର ମୁଖ୍ୟ କୋଚ୍‌ ଲାଗି ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ବିସିସିଆଇ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଓ ଭାରତ ଏ’ ସଫଳତା ପାଇବା ପରେ ପିସିବି ସମାନ ରଣନୀତି ଆପଣେଇବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମିଥ୍‌, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍‌

ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି...

ସିଏସ୍‌କେ ପାଇଁ ଆହୁରି ୧୦ ବର୍ଷ ଖେଳିବେ ଜାଡେଜା!

ନୂଆଦିଲ୍ଲୀ,୫।୨: ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିବାରେ ୧୦ ବର୍ଷ ପୂରଣ କରିଛନ୍ତି ବିସ୍ଫୋରକ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଫ୍ରାଞ୍ଚାଇଜ୍‌ ପକ୍ଷରୁ ଜାଡେଜାଙ୍କ ପୂର୍ବର ଆଉ...

ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଛନ୍ତି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ, ୧୪ା୪ (ପି.ଟି.)-କରୋନା ଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏହି ସମୟରେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ଅନ୍‌ଲାଇନ୍‌ରେ...

ନାଚିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ ଭାରତୀୟ ଦଳର ପୂର୍ବତନ ଲେଗ୍‌...

ଶର୍ଟଲିଷ୍ଟରେ ‘ପେସେନ୍ସ ଇନ୍‌ ଲକ୍‌ଡାଉନ୍‌’

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି):କୋଭିଡ-୧୯ରୁ ଶିକ୍ଷାକୁ ନେଇ ପ୍ରଥମଥର ପାଇଁ ଅନ୍‌ଲାଇନ୍‌ରେ ଏକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି। ଏଥିରେ ୩୫ଟି ଦେଶ ଅଂଶଗ୍ରହଣ କରିଛନ୍ତି।...

ସେମିଫାଇନାଲରୁ ଓହରିଲେ ସେରେନା

ମେଲବୋର୍ନ, ୬ା୨ (ଏପି)-ସେରେନା ଓ୍ବିଲିୟମ୍ସ ଅଷ୍ଟ୍ରେଲିଆନ ଓପନ ଟ୍ୟୁନ୍‌ ଅପ୍‌୍‌ ଟୁର୍ନାମେଣ୍ଟ ସେମିଫାଇନାଲରୁ ଓହରିଯାଇଛନ୍ତି। ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ଏହି ନିଷ୍ପତ୍ତି...

ବୋସ୍‌ଫୋରସ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ଜରିନ, ସୋଲାଙ୍କି

ନୂଆଦିଲ୍ଲ,୨୦।୩(ପି.ଟି.): ଭାରତୀୟ ମହିଳା ବକ୍ସର ନିଖାତ ଜରିନ ଆଉ ଏକ ବିପର୍ଯ୍ୟୟ ଘଟାଇ ତୁର୍କୀର ଇସ୍ତାନବୁଲ୍‌ରେ ଚାଲିଥିବା ବୋସଫୋରସ ବକ୍ସିଂ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

କାମକୁ ଫେରିଲେ ଗାଙ୍ଗୁଲି: କହିଲେ, ଭୟଭୀତ ହୋଇଯାଇଥିଲି

ନୂଆଦିଲ୍ଲୀ,୧୭।୨: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ପୁଣି କାର୍ଯ୍ୟକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ...

Advertisement
Archives

Model This Week