୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା ୧୯ ତାରିଖରେ ଭଙ୍ଗାଯିବ। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ ନିର୍ମାଣକୁ ଉଚ୍ଛେଦ କରାଯିବ। ତେବେ ଏଥିରେ କେତେକ ସରକାରୀ ନିର୍ମାଣ ଯଥା ସିଂହଦ୍ୱାର ପୋଲିସ ଫାଣ୍ଡି, ଶ୍ରୀମନ୍ଦିର ସିଂହଦ୍ୱାର ସୂଚନା କେନ୍ଦ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା କେନ୍ଦ୍ରର କୋଠା ମଧ୍ୟ ରହିଛି। ତେବେ ଏ ସବୁକୁ ଉଚ୍ଛେଦ କରାଯିବ। ଭକ୍ତଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର ଏବଂ ପୋଲିସ ଫାଣ୍ଡି ଜରୁରୀ ଥିବାରୁ ଏହି କୋଠା ଉଚ୍ଛେଦ ପରେ କିପରି ଭକ୍ତଙ୍କୁ ଏହାର ସେବା ମିଳିବ ସେଥିଲାଗି ଯୋଜନା କରିଛି ଜିଲା ପ୍ରଶାସନ। ଏଥିଲାଗି ଶନିବାର ଏକ କଣ୍ଟେନର ଅଣାଯାଇ ସିଂହଦ୍ୱାର ନିକଟରେ ରଖାଯାଇଛି। ଆହୁରି ଦୁଇଟି କଣ୍ଟେନର ମଧ୍ୟ ଆସିବ। ଏହି କଣ୍ଟେନରରେ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି କାର୍ଯ୍ୟକ୍ଷମ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ କହିଛନ୍ତି, ଆସନ୍ତା ୧୯ ତାରିଖରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କରାଯିବ। ତେଣୁ ସୂଚନା କେନ୍ଦ୍ର ଏବଂ ପୋଲିସ ଫାଣ୍ଡି କାର୍ଯ୍ୟକ୍ଷମ କରିବା ପାଇଁ ୩ଟି କଣ୍ଟେନର ଅଣାଯିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ କଣ୍ଟେନରେ ଆସିଥିବା ବେଳେ ଆଉ ୨ଟି ଆସିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...

୨୨ରେ ଜିଲାପାଳ ଅଫିସ ଘେରିବ କଂଗ୍ରେସ

ଯାଜପୁର ଟାଉନ,୨୧।୧୧(ଡି.ଏନ.ଏ.): ଜିଲା କଂଗ୍ରେସ ପକ୍ଷରୁ ଆସନ୍ତା ୨୨ତାରିଖ ଜିଲାପାଳଙ୍କ ଅଫିସ ଘେରାଉ କରାଯାଇ ଗଣଧାରଣା ଦିଆଯିବ ବୋଲି ଜିଲା କଂଗ୍ରେସ ସଭାପତି ମନୋଜ କୁମାର...

ବିଭିନ୍ନ ଦାବି ନେଇ ମୋଦିସେନା ସେବାସଂଘର ଧାରଣା

ଚାନ୍ଦବାଲି,୮।୭(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଅଧୀନସ୍ଥ ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଦିସେନା ସେବା ସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ...

ଅଧାପନ୍‌ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍‌ ଲାଗି ଡହକ୍‌ବିକଲ ଲରିଆବାହାଲବାସୀ

ଡୁଙ୍ଗୁରିପାଲି, ୩ା୬(ଡି.ଏନ୍‌.ଏ) : କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିରୁ ସହର ତକ୍‌ ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ଅନେକ ଯୋଜନା...

ଅଦିନିଆ ବର୍ଷା ଉଜାଡ଼ିଲା ଫସଲ

ବାଙ୍ଗିରିପୋଷି,୨୨।୧୧(ଡି.ଏନ.ଏ.)- ଅଦିନିଆ ବର୍ଷାରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଫସଲ ଉଜୁଡ଼ି ଯାଇଛି। ଶୁକ୍ରବାର ଅପରାହ୍ନରେ ଓ ଶନିବାର ସକାଳେ ବର୍ଷା ଲାଗି ରହିଥିଲା।...

କୂଳ ଖାଉଛି ବୁଢ଼ାବଳଙ୍ଗ :ଆତଙ୍କିତ ଅବସ୍ଥାରେ ୧୫ ପରିବାର

ବାଲେଶ୍ୱର ଅଫିସ, ୨୪।୮(ମାନସ ବିଶ୍ୱାଳ) -ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ପଞ୍ଚାୟତ ଦହପଡ଼ା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀ କୂଳ...

ଆଇନ ସହାୟତା କ୍ଲିନିକ

କଟକ ଅଫିସ,୨୪ା୬: ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ନୂତନ ଆଇନ୍‌ ସହାୟତା କ୍ଲିନିକ୍‌ କୋଠା ଉଦ୍‌ଘାଟିତ ହୋଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି...

ମୂଷାପାଲି ପଞ୍ଚାୟତକୁ ମଦମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

କୋକସରା,୨୮ା୫(ଡି.ଏନ୍‌.ଏ.): ଦିନକୁ ଦିନ ଗ୍ରାମାଞ୍ଚଳରେ ଦେଶୀ ମଦଭାଟି ଛତୁ ଫୁଟିଲା ଭଳି ଖୋଲୁଥିବାରୁ ଗାଁ ଗାଁରେ ମଦ୍ୟପଙ୍କ ଦୌରାତ୍ମ୍ୟ ସହ ଗାଁ ପରିବେଶକୁ ଅଶାନ୍ତ କରୁଥିବା...

Advertisement
Archives

Model This Week