୧୮ ବର୍ଷ ପରେ ଫେରୁଛି ଆମେରିକା ସେନା

୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେନା ଉପସ୍ଥିତ ରହିଛନ୍ତି। ଯୁଦ୍ଧରେ ୨୪୦୦ ଆମେରିକା ସୈନ୍ୟ ପ୍ରାଣ ହରାଇଥିବାବେଳେ ଆଫଗାନିସ୍ତାନର ୧୦ ହଜାରରୁ ଊର୍ଦ୍ଧ୍ୱ ଯବାନ ନିହତ ହୋଇଥିଲେ। ଦୀର୍ଘଦିନର ସଂଘର୍ଷ ମଧ୍ୟରେ ସେଠାରେ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି।
୨୦୦୧ ନଭେମ୍ବର: ଆଫଗାନିସ୍ତାନରେ ପହଞ୍ଚତ୍ଥିଲେ ୧୩୦୦ ଆମେରିକୀୟ ସୈନ୍ୟ।
୨୦୦୧ ଡିସେମ୍ବର: ଆମେରିକା ସୈନ୍ୟ ସଂଖ୍ୟା ୨୫୦୦କୁ ବୃଦ୍ଧି ପାଇଥିଲା। ଯୁ୍‌ଦ୍ଧରେ ତାଲିବାନ କ୍ଷମତାଚ୍ୟୁତ ହେବା ସହ ପସ୍ତୁନ୍‌ ନେତା ହମିଦ୍‌ କାର୍ଜାଇଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା।
୨୦୦୨ ମାର୍ଚ୍ଚ: ଆଫଗାନିସ୍ତାନରେ ଆମେରିକା ସୈନ୍ୟ ସଂଖ୍ୟା ୭୨୦୦କୁ ବୃଦ୍ଧି ପାଇଥିଲା।
୨୦୦୨ ଡିସେମ୍ବର: ଆମେରିକା ସୈନ୍ୟ ସଂଖ୍ୟା ବର୍ଷ ଶେଷରେ ୯୭୦୦ରେ ପହଞ୍ଚତ୍ଥିଲା।
୨୦୦୪ ଏପ୍ରିଲ: ପୁନର୍ଗଠନ କାର୍ଯ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଆମେରିକା ଏକ ସ୍ବତନ୍ତ୍ର ବାହିନୀ ଗଠନ କରିଥିଲା ଓ ମୋଟ ସୈନ୍ୟ ସଂଖ୍ୟା ୨୦,୩୦୦କୁ ବୃଦ୍ଧି ପାଇଥିଲା।
୨୦୦୬ ଡିସେମ୍ବର: ଇରାକ ଯୁଦ୍ଧ ଯୋଗୁ ଆଫଗାନିସ୍ତାନରୁ ଅଳ୍ପ ସଂଖ୍ୟକ ସେନା ଫେରାଇ ନେଇଥିଲା ଆମେରିକା।
୨୦୦୭ ଡିସେମ୍ବର: ପୁଣି ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସୈନ୍ୟ ସଂଖ୍ୟା ୨୫,୦୦୦କୁ ବୃଦ୍ଧି ପାଇଥିଲା।
୨୦୦୯ ମେ’: ଆଫଗାନିସ୍ତାନରେ ଅଲ୍‌କାଏଦା ଓ ତାଲିବାନ ବିରୋଧରେ ଆମେରିକା ଆକ୍ରମଣକୁ ଜୋରଦାର କରିଥିଲା। ଫଳରେ ସେଠାରେ ଆମେରିକା ସୈନ୍ୟସଂଖ୍ୟା ୫୦, ୦୦୦ ଟପିଥିଲା। ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ୬୭,୦୦୦ରେ ପହଞ୍ଚତ୍ଥିଲା। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଆଉ ୩୩,୦୦୦ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୦ ଅଗଷ୍ଟ: ଆଫଗାନିସ୍ତାନରେ ଆମେରିକା ସୈନ୍ୟ ସଂଖ୍ୟା ଲକ୍ଷେରେ ପହଞ୍ଚତ୍ଥିଲା।
୨୦୧୧ ମେ’: ଆମେରିକା ସେନାର ସ୍ବତନ୍ତ୍ର ଅପରେଶନରେ ପାକିସ୍ତାନର ଆବୋଟାବାଦରେ ଥିବା ଅଲ୍‌କାଏଦା ନେତା ଓସାମା ବିନ୍‌ ଲାଡେନ ନିହତ ହୋଇଥିଲେ।
୨୦୧୧ ଜୁନ୍‌: ଲକ୍ଷ୍ୟ ପୂରଣ ହେବା ପରେ ଓବାମା ସୈନ୍ୟ ପ୍ରତ୍ୟାହାର ଯୋଜନା ଘୋଷଣା କରିଥିଲେ। ସେହିବର୍ଷ ଶେଷ ସୁଦ୍ଧା ୧୦ ହଜାର ଯବାନ ପ୍ରତ୍ୟାହୃତ ହୋଇଥିଲେ। ୨୦୧୨ ସେପ୍ଟେମ୍ବରରେ ସୈନ୍ୟସଂଖ୍ୟା ୭୭,୦୦୦କୁ ହ୍ରାସ ପାଇଥିଲା।
୨୦୧୪ ମାର୍ଚ୍ଚ: ଆଫଗାନିସ୍ତାନରେ ଆମେରିକା ସୈନ୍ୟସଂଖ୍ୟା ୩୪,୦୦୦ରେ ପହଞ୍ଚତ୍ଥିବାବେଳେ ରାଷ୍ଟ୍ରପତି ଓବାମା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଚାହିଁଥିଲେ। ତେବେ କାର୍ଜାଇ ଆମେରିକା ସହ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ମନା କରିଦେଇଥିଲେ। ପରେ ୨୦୧୬ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଓବାମା ଘୋଷଣା କରିଥିଲେ। ଏହି ଘୋଷଣା ପରେ ସୈନ୍ୟ ସଂଖ୍ୟା ୨୦୧୪ ଡିସେମ୍ବରରେ ୧୬,୧୦୦କୁ ହ୍ରାସ ପାଇଥିଲା।
୨୦୧୫ ଅକ୍ଟୋବର: ଆଫଗାନିସ୍ତାନରେ ଆମେରିକା ସୈନ୍ୟସଂଖ୍ୟା ୯୮୦୦କୁ ହ୍ରାସ ପାଇଥିବାବେଳେ ଆତଙ୍କବାଦ ନିରୋଧୀ ମିଶନ ପାଇଁ ଆଉ ଅଧିକ ସୈନ୍ୟ ଫେରାଇ ନ ନେବାକୁ ଓବାମା ନିଷ୍ପତ୍ତିି ନେଇଥିଲେ।
୨୦୧୬ ଜୁଲାଇ: ସେନା କମାଇବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ସୁରକ୍ଷା ସ୍ଥିତିକୁ ଲକ୍ଷ୍ୟ କରି ୨୦୧୭ ଜାନୁୟାରୀ ପର୍ଯ୍ୟନ୍ତ ସେଠାରେ ୮୪୦୦ ସୈନ୍ୟ ରଖିବାକୁ ଓବାମା ଘୋଷଣା କରିଥିଲେ।
୨୦୧୭ ଅଗଷ୍ଟ: ସେନା ପ୍ରତ୍ୟାହାରର ବିପଜ୍ଜନକ ପରିଣାମ ହୋଇପାରେ ବୋଲି ଜାଣିବା ପରେ ଏହାକୁ କମାଇବା ପରିବର୍ତ୍ତେ ୧୪,୦୦୦କୁ ବୃଦ୍ଧି କରିଥିଲା ଆମେରିକା।
୨୦୧୯ ସେପ୍ଟେମ୍ବର: ରାଜିନାମା ଚୂଡ଼ାନ୍ତ ହେଲେ ଆଫଗାନିସ୍ତାନରୁ ୧୩୫ ଦିନରେ ୫ ହଜାର ସୈନ୍ୟ ପ୍ରତ୍ୟାହାର ହେବେ ବୋଲି ଆମେରିକା ରାଷ୍ଟ୍ରଦୂତ ଖଲିଲଜାଦ୍‌ ଘୋଷଣା କରିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ତାଲିବାନ ନେତା ଓ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ମଧ୍ୟରେ କ୍ୟାମ୍ପ ଡେଭିଡରେ ହେବାକୁ ଥିବା ବୈଠକ ବାତିଲ ହୋଇଥିଲା।
୨୦୨୦ ଫେବୃୟାରୀ ୨୯: ଆମେରିକା ଓ ତାଲିବାନ ମଧ୍ୟରେ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଛି।

ସେନା ପ୍ରତ୍ୟାହାରକୁ ବିରୋଧ କରିଥିଲେ କୂଟନୀତିଜ୍ଞ

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାରକୁ ଆମେରିକାର କେତେଜଣ କୂଟନୀତିଜ୍ଞ ପୂର୍ବରୁ ବିରୋଧ କରିଥିଲେ। ଏହାଦ୍ୱାରା ସେଠାରେ ଗୃହଯୁଦ୍ଧ ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ଚିଠା ରାଜିନାମା ଘୋଷଣା ହେବା ପରେ ଆମେରିକାର ଜଣେ ପୂର୍ବତନ ଡେପୁଟି ପରରାଷ୍ଟ୍ର ସଚିବଙ୍କ ସମେତ ୯ ଜଣ କୂଟନୀତିଜ୍ଞ କହିଥିଲେ, ଆଫଗାନିସ୍ତାନ ସହ ଶାନ୍ତି ଆଲୋଚନାକୁ ସେମାନେ ସମର୍ଥନ କରନ୍ତି। ତେବେ ସେନା ପ୍ରତ୍ୟାହାର ହେଲେ ସେଠାରେ ତାଲିବାନ ପୁଣି ସକ୍ରିୟ ହେବ ଏବଂ ହିଂସା ବଢ଼ିବ ବୋଲି ସେମାନେ ସତର୍କ କରାଇଦେଇଥିଲେ। କାରଣ ବୁଝାମଣାକାରୀମାନେ ଆଫଗାନ ସରକାରଙ୍କୁ ବାହାରେ ରଖି ପୂର୍ଣ୍ଣ ଶାନ୍ତି ଚୁକ୍ତିନାମା ପୂର୍ବରୁ ଆମେରିକା ସେନା ଫେରାଇନେବାକୁ ଯୋଜନା କରିଥିଲେ। ବାସ୍ତବ ଶାନ୍ତି ସ୍ଥାପନ ପରେ ସେନା ପ୍ରତ୍ୟାହାର ହେବାକୁ ମହିଳାମାନେ ଚାହୁଁଥିଲେ ବୋଲି ଆଟଲାଣ୍ଟିକ୍‌ କାଉନସିଲ ପକ୍ଷରୁ ପ୍ରକାଶିତ ଏକ ଖୋଲାଚିଠିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri