୧୮ ବର୍ଷ ପରେ ଫେରୁଛି ଆମେରିକା ସେନା

୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେନା ଉପସ୍ଥିତ ରହିଛନ୍ତି। ଯୁଦ୍ଧରେ ୨୪୦୦ ଆମେରିକା ସୈନ୍ୟ ପ୍ରାଣ ହରାଇଥିବାବେଳେ ଆଫଗାନିସ୍ତାନର ୧୦ ହଜାରରୁ ଊର୍ଦ୍ଧ୍ୱ ଯବାନ ନିହତ ହୋଇଥିଲେ। ଦୀର୍ଘଦିନର ସଂଘର୍ଷ ମଧ୍ୟରେ ସେଠାରେ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି।
୨୦୦୧ ନଭେମ୍ବର: ଆଫଗାନିସ୍ତାନରେ ପହଞ୍ଚତ୍ଥିଲେ ୧୩୦୦ ଆମେରିକୀୟ ସୈନ୍ୟ।
୨୦୦୧ ଡିସେମ୍ବର: ଆମେରିକା ସୈନ୍ୟ ସଂଖ୍ୟା ୨୫୦୦କୁ ବୃଦ୍ଧି ପାଇଥିଲା। ଯୁ୍‌ଦ୍ଧରେ ତାଲିବାନ କ୍ଷମତାଚ୍ୟୁତ ହେବା ସହ ପସ୍ତୁନ୍‌ ନେତା ହମିଦ୍‌ କାର୍ଜାଇଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା।
୨୦୦୨ ମାର୍ଚ୍ଚ: ଆଫଗାନିସ୍ତାନରେ ଆମେରିକା ସୈନ୍ୟ ସଂଖ୍ୟା ୭୨୦୦କୁ ବୃଦ୍ଧି ପାଇଥିଲା।
୨୦୦୨ ଡିସେମ୍ବର: ଆମେରିକା ସୈନ୍ୟ ସଂଖ୍ୟା ବର୍ଷ ଶେଷରେ ୯୭୦୦ରେ ପହଞ୍ଚତ୍ଥିଲା।
୨୦୦୪ ଏପ୍ରିଲ: ପୁନର୍ଗଠନ କାର୍ଯ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଆମେରିକା ଏକ ସ୍ବତନ୍ତ୍ର ବାହିନୀ ଗଠନ କରିଥିଲା ଓ ମୋଟ ସୈନ୍ୟ ସଂଖ୍ୟା ୨୦,୩୦୦କୁ ବୃଦ୍ଧି ପାଇଥିଲା।
୨୦୦୬ ଡିସେମ୍ବର: ଇରାକ ଯୁଦ୍ଧ ଯୋଗୁ ଆଫଗାନିସ୍ତାନରୁ ଅଳ୍ପ ସଂଖ୍ୟକ ସେନା ଫେରାଇ ନେଇଥିଲା ଆମେରିକା।
୨୦୦୭ ଡିସେମ୍ବର: ପୁଣି ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସୈନ୍ୟ ସଂଖ୍ୟା ୨୫,୦୦୦କୁ ବୃଦ୍ଧି ପାଇଥିଲା।
୨୦୦୯ ମେ’: ଆଫଗାନିସ୍ତାନରେ ଅଲ୍‌କାଏଦା ଓ ତାଲିବାନ ବିରୋଧରେ ଆମେରିକା ଆକ୍ରମଣକୁ ଜୋରଦାର କରିଥିଲା। ଫଳରେ ସେଠାରେ ଆମେରିକା ସୈନ୍ୟସଂଖ୍ୟା ୫୦, ୦୦୦ ଟପିଥିଲା। ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ୬୭,୦୦୦ରେ ପହଞ୍ଚତ୍ଥିଲା। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଆଉ ୩୩,୦୦୦ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୦ ଅଗଷ୍ଟ: ଆଫଗାନିସ୍ତାନରେ ଆମେରିକା ସୈନ୍ୟ ସଂଖ୍ୟା ଲକ୍ଷେରେ ପହଞ୍ଚତ୍ଥିଲା।
୨୦୧୧ ମେ’: ଆମେରିକା ସେନାର ସ୍ବତନ୍ତ୍ର ଅପରେଶନରେ ପାକିସ୍ତାନର ଆବୋଟାବାଦରେ ଥିବା ଅଲ୍‌କାଏଦା ନେତା ଓସାମା ବିନ୍‌ ଲାଡେନ ନିହତ ହୋଇଥିଲେ।
୨୦୧୧ ଜୁନ୍‌: ଲକ୍ଷ୍ୟ ପୂରଣ ହେବା ପରେ ଓବାମା ସୈନ୍ୟ ପ୍ରତ୍ୟାହାର ଯୋଜନା ଘୋଷଣା କରିଥିଲେ। ସେହିବର୍ଷ ଶେଷ ସୁଦ୍ଧା ୧୦ ହଜାର ଯବାନ ପ୍ରତ୍ୟାହୃତ ହୋଇଥିଲେ। ୨୦୧୨ ସେପ୍ଟେମ୍ବରରେ ସୈନ୍ୟସଂଖ୍ୟା ୭୭,୦୦୦କୁ ହ୍ରାସ ପାଇଥିଲା।
୨୦୧୪ ମାର୍ଚ୍ଚ: ଆଫଗାନିସ୍ତାନରେ ଆମେରିକା ସୈନ୍ୟସଂଖ୍ୟା ୩୪,୦୦୦ରେ ପହଞ୍ଚତ୍ଥିବାବେଳେ ରାଷ୍ଟ୍ରପତି ଓବାମା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଚାହିଁଥିଲେ। ତେବେ କାର୍ଜାଇ ଆମେରିକା ସହ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ମନା କରିଦେଇଥିଲେ। ପରେ ୨୦୧୬ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଓବାମା ଘୋଷଣା କରିଥିଲେ। ଏହି ଘୋଷଣା ପରେ ସୈନ୍ୟ ସଂଖ୍ୟା ୨୦୧୪ ଡିସେମ୍ବରରେ ୧୬,୧୦୦କୁ ହ୍ରାସ ପାଇଥିଲା।
୨୦୧୫ ଅକ୍ଟୋବର: ଆଫଗାନିସ୍ତାନରେ ଆମେରିକା ସୈନ୍ୟସଂଖ୍ୟା ୯୮୦୦କୁ ହ୍ରାସ ପାଇଥିବାବେଳେ ଆତଙ୍କବାଦ ନିରୋଧୀ ମିଶନ ପାଇଁ ଆଉ ଅଧିକ ସୈନ୍ୟ ଫେରାଇ ନ ନେବାକୁ ଓବାମା ନିଷ୍ପତ୍ତିି ନେଇଥିଲେ।
୨୦୧୬ ଜୁଲାଇ: ସେନା କମାଇବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ସୁରକ୍ଷା ସ୍ଥିତିକୁ ଲକ୍ଷ୍ୟ କରି ୨୦୧୭ ଜାନୁୟାରୀ ପର୍ଯ୍ୟନ୍ତ ସେଠାରେ ୮୪୦୦ ସୈନ୍ୟ ରଖିବାକୁ ଓବାମା ଘୋଷଣା କରିଥିଲେ।
୨୦୧୭ ଅଗଷ୍ଟ: ସେନା ପ୍ରତ୍ୟାହାରର ବିପଜ୍ଜନକ ପରିଣାମ ହୋଇପାରେ ବୋଲି ଜାଣିବା ପରେ ଏହାକୁ କମାଇବା ପରିବର୍ତ୍ତେ ୧୪,୦୦୦କୁ ବୃଦ୍ଧି କରିଥିଲା ଆମେରିକା।
୨୦୧୯ ସେପ୍ଟେମ୍ବର: ରାଜିନାମା ଚୂଡ଼ାନ୍ତ ହେଲେ ଆଫଗାନିସ୍ତାନରୁ ୧୩୫ ଦିନରେ ୫ ହଜାର ସୈନ୍ୟ ପ୍ରତ୍ୟାହାର ହେବେ ବୋଲି ଆମେରିକା ରାଷ୍ଟ୍ରଦୂତ ଖଲିଲଜାଦ୍‌ ଘୋଷଣା କରିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ତାଲିବାନ ନେତା ଓ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ମଧ୍ୟରେ କ୍ୟାମ୍ପ ଡେଭିଡରେ ହେବାକୁ ଥିବା ବୈଠକ ବାତିଲ ହୋଇଥିଲା।
୨୦୨୦ ଫେବୃୟାରୀ ୨୯: ଆମେରିକା ଓ ତାଲିବାନ ମଧ୍ୟରେ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଛି।

ସେନା ପ୍ରତ୍ୟାହାରକୁ ବିରୋଧ କରିଥିଲେ କୂଟନୀତିଜ୍ଞ

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାରକୁ ଆମେରିକାର କେତେଜଣ କୂଟନୀତିଜ୍ଞ ପୂର୍ବରୁ ବିରୋଧ କରିଥିଲେ। ଏହାଦ୍ୱାରା ସେଠାରେ ଗୃହଯୁଦ୍ଧ ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ଚିଠା ରାଜିନାମା ଘୋଷଣା ହେବା ପରେ ଆମେରିକାର ଜଣେ ପୂର୍ବତନ ଡେପୁଟି ପରରାଷ୍ଟ୍ର ସଚିବଙ୍କ ସମେତ ୯ ଜଣ କୂଟନୀତିଜ୍ଞ କହିଥିଲେ, ଆଫଗାନିସ୍ତାନ ସହ ଶାନ୍ତି ଆଲୋଚନାକୁ ସେମାନେ ସମର୍ଥନ କରନ୍ତି। ତେବେ ସେନା ପ୍ରତ୍ୟାହାର ହେଲେ ସେଠାରେ ତାଲିବାନ ପୁଣି ସକ୍ରିୟ ହେବ ଏବଂ ହିଂସା ବଢ଼ିବ ବୋଲି ସେମାନେ ସତର୍କ କରାଇଦେଇଥିଲେ। କାରଣ ବୁଝାମଣାକାରୀମାନେ ଆଫଗାନ ସରକାରଙ୍କୁ ବାହାରେ ରଖି ପୂର୍ଣ୍ଣ ଶାନ୍ତି ଚୁକ୍ତିନାମା ପୂର୍ବରୁ ଆମେରିକା ସେନା ଫେରାଇନେବାକୁ ଯୋଜନା କରିଥିଲେ। ବାସ୍ତବ ଶାନ୍ତି ସ୍ଥାପନ ପରେ ସେନା ପ୍ରତ୍ୟାହାର ହେବାକୁ ମହିଳାମାନେ ଚାହୁଁଥିଲେ ବୋଲି ଆଟଲାଣ୍ଟିକ୍‌ କାଉନସିଲ ପକ୍ଷରୁ ପ୍ରକାଶିତ ଏକ ଖୋଲାଚିଠିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ: ଯେଉଁଠି ଲୋକଙ୍କ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri