୧,୮୫,୨୧୦ ହେକ୍ଟରରେ ଖରିଫ୍‌ ଚାଷ

ଢେଙ୍କାନାଳ ଅଫିସ, ୨୨।୫

କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ଖରିଫ୍‌ ଚାଷକୁ ସୁବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଖରିଫ୍‌-୨୦୨୦ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧,୮୫,୨୧୦ ହେକ୍ଟର ଜମିରେ ଖରିଫ୍‌ ଚାଷ କରିବାକୁ ନିର୍ଦ୍ଧାରଣ କରାଯାଇଛି। ଜଳସେଚିତ ଜମିରେ ପାଣି ପହଞ୍ଚତ୍ବାରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିଲାଗି ଯୁଗ୍ମ ଯାଞ୍ଚ କରିବାକୁ ଆର୍‌ଆଇ, ଗ୍ରାମସେବକ ଏବଂ ସେଚ ବିଭାଗ ଅଧିକାରୀଙ୍କୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ନିର୍ଦ୍ଦେଶ ଦେଇଛନ୍ତି।
କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ୯୫,୦୦୦ ହେକ୍ଟର ଜମିରେ ଧାନ, ୨୩,୦୦୦ ହେକ୍ଟରରେ ଡାଲିଜାତୀୟ, ୨୦,୫୦୦ ହେକ୍ଟରରେ ତୈଳବୀଜ, ୧୩୦ ହେକ୍ଟରରେ କପା ଓ ଝୋଟ, ୩୭,୫୦୦ ହେକ୍ଟରରେ ପରିବା, ୫,୨୦୦ ହେକ୍ଟରରେ ମସଲା, ୪୦୦ ହେକ୍ଟରରେ ଆଖୁ ଏବଂ ୨,୮୮୦ ହେକ୍ଟର ଜମିରେ ଅନ୍ୟାନ୍ୟ ଫସଲ କରାଯିବ। ୧ଲକ୍ଷ ୪ହଜାର ୭୫୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଆବଶ୍ୟକ ପରିମାଣର ସାର ମହଜୁଦ୍‌ ରଖିବା ଲାଗି ର଼୍ୟାଗ୍‌ (ଗୋଦାମ ଗୃହ) କରାଯିବ। ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ବିହନ ଉପଲବ୍ଧ କରାଯିବ। କରୋନା ସଂକ୍ରମଣ ପ୍ରତିରୋଧ କରିବାକୁ ସାମାଜିକ ଦୂରତ୍ୱ ଅବଲମ୍ବନ କରି କୃଷିକାର୍ଯ୍ୟ ପରିଚାଳନା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଅଧିକ ଫାର୍ମପଣ୍ଡ ଖୋଳିବା, ଚାଷୀଙ୍କୁ ସୁବିଧାରେ ଋଣ ଯୋଗାଣ କରିବା ଦିଗରେ ଆଲୋଚନା କରାଯାଇଥିଲା।
ବୈଠକରେ ଜିଲା କୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଉଦ୍ୟାନକୃଷି ଉପନିର୍ଦ୍ଦେଶକ ଭଗବାନ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଅଗ୍ରଣୀ ବ୍ୟାଙ୍କ ପରିଚାଳକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ପରେ ପେଟରେ ପଡ଼ିଥିଲା ଦାନା

ମହାକାଳପଡ଼ା,୨୯।୧୦ (ଡି.ଏନ୍‌.ଏ.): ୧୯୯୯, ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଥିଲା କାଳରାତ୍ରି। ଆଜି ସେହି ଶୁକ୍ରବାର ମହାବାତ୍ୟାକୁ ପୂରିଲା ୨୨ ବର୍ଷ। ସେହି କାଳରାତ୍ରିର ଦୁଃଖ...

୧.୨୪ ଲକ୍ଷ ଲୋକଙ୍କର ଛାତଘର ନାହିଁ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରଞ୍ଚଳରେ ବାସଗୃହ ଯୋଗାଇ ଦେବାକୁ ଚଳିତ ବଜେଟରେ ୩୧୭.୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଭାଜପା ସଭ୍ୟ ମୋହନ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ପରେ ଆଇସୋଲେସନରେ ରହିଥିବା ନେଇ ନିଜେ ଟୁଇଟ୍‌ ଯୋଗେ ସୂଚନା...

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ନିଜ...

ବନ୍ଧ୍ୟାକରଣ ବାଟବଣା

ଭୁବନ, ୩୦।୭(ଡି.ଏନ୍‌.ଏ.) ମୁଣ୍ଡବ୍ୟଥା ବଢ଼ାଇଛନ୍ତି ବୁଲାକୁକୁର। ଗଳିକନ୍ଦିରେ ପଲପଲ ହୋଇ ବୁଲୁଛନ୍ତି। ରାଜରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକଲା ମଣିଷ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ସେମାନଙ୍କ ଦୌରାତ୍ମ୍ୟରେ...

ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ବିଭତ୍ସ ହତ୍ୟା

ଦିଗପହଣ୍ଡି,୨୪।୪(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡି ଗାଁର ଗ୍ରାମ୍ୟ କମିଟି ସଭାପତି ତଥା ବିଜେଡି ନେତା ସୁଦର୍ଶନ ସୁଆର ଏବଂ ତାଙ୍କ ପ୍ରମୁଖ ସହଯୋଗୀ...

କାଳିଆ ଯୋଜନା: ନଭେମ୍ବରରେ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ୱିତୀୟ କିସ୍ତି ଟଙ୍କା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀଙ୍କ ସହ ଆଲୋଚନା ପରେ ମଙ୍ଗଳବାର କୃଷି ସଚିବ...

ପୁଅକୁ ଟାଙ୍ଗିଆରେ ହାଣିଲା ବାପା

ବଡଗାଁ,୧।୧(ଡି.ଏନ୍‌.ଏ.): ନୂତନ ବର୍ଷ ନେଇ ସବୁଠି ଉତ୍ସାହ ଭରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ରନଗାଁ ଗ୍ରାମରେ ଶୁକ୍ରବାର ଘଟିଛି ଏକ...

Advertisement
Archives

Model This Week