୧୭ ବର୍ଷ ହେବ ମରାମତି ହୋଇନି : ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

ଜୁନାଗଡ଼,୧୭।୮(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା-ବନ୍ଦପଡାକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ବର୍ଷା ସମୟରେ ରାସ୍ତାରେ କାଦୁଅ ହେବା ସହ ବଡ ବଡ ଖାଲ ସୃଷ୍ଟି ହୋଇଛି। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ସ୍ଥାନୀୟ ଲୋକେ ଯାତାୟାତ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ବର୍ଷ ହେବ ଏହି ରାସ୍ତାକୁ ମରାମତି କରିବା ପାଇଁ ପ୍ରଶାସନ ଓ ରାଜନେତାଙ୍କ ପାଖରେ ସ୍ଥାନୀୟ ଅଧିବାସୀ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ବର୍ଷା ଲାଗିରହିଥିବାରୁ ଉକ୍ତ ରାସ୍ତାରେ ଏକ ଫୁଟ ଉଚ୍ଚର କାଦୁଅ ଜମା ହୋଇ ରହିଛି । ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଥିବାବେଳେ କେବଳ ଚାଲିଚାଲି ସ୍ଥାନୀୟ ଲୋକେ ଯାତାୟାତ କରୁଛନ୍ତି। ରାସ୍ତାର ଏପରି ବ୍ୟତିକ୍ରମକୁ ନେଇ ଗୁରୁବାର ସାନଫୁର୍ଲା ବନ୍ଦପଡା ଗ୍ରାମବାସୀ ସେହି କାଦୁଅରେ ଧାନତଳି ରୋଇ ଅଭିନବ ପ୍ରତିବାଦ ଜଣାଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଥିବାବେଳେ ଉକ୍ତ ଘଟଣା ବାସ୍ତବିକ ଚିତ୍ରକୁ ସାମ୍‌ନାକୁ ଆଣିଛି । କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର, ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ ଶଟଡାଉନ୍ : ସମସ୍ତ ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ

ଯାଜପୁର ଅଫିସ/ଯାଜପୁର ଟାଉନ,୪ା୪(ଡି.ଏନ୍.ଏ.)- ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ଆଶଙ୍କା କରୁଛି। ଏଥତ୍ପାଇଁ...

ନିମାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି :୭ ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନିମାପଡ଼ା, ୯।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ପରେ ନିମାପଡ଼ା ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୭ଦିନ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ନିମାପଡ଼ା ଓ...

୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯...

ନାବାଳିକାଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ, ଶାଶୁ, ଶ୍ୱଶୁର, ଦିଅର ଫେରାର

ପୁରୁଷୋତ୍ତମପୁର,୧୯ା୯(ଡି.ଏନ.ଏ.)- ସରକାର ବାଲ୍ୟ ବିବାହ ରୋକିବା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିବାହ କରୁଥିବା ଅଧିକାରୀ ଓ ବିବାହ ପଞ୍ଜିକୃତ ଅଧିକାରୀଙ୍କୁ ଉଭୟ ବର...

ଝାରସୁଗୁଡାରେ ଦମ୍ପତିଙ୍କୁ କରୋନା

ଝାରସୁଗୁଡା ଅଫିସ,୧୧ା୬-ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳରୁ ଗୁରୁବାର ଆଉ ୨ କରୋନା ରୋଗୀ (ଦମ୍ପତି) ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ...

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା...

ଆମ୍ବୁଲାନ୍ସ ପାଇଁ ଅଧକିଲୋମିଟର ଚାଲିଲେ ଗର୍ଭବତୀ

ଚୌଦ୍ୱାର,୨୨।୮(ଡି.ଏନ୍‌.ଏ): ଲଘୁଚାପ ବର୍ଷା ଯୋଗୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି। ଫଳରେ ଲୋକେ ଘରୁ ବାହାରିପାରୁ ନ...

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ...

BGU
Play 250+ Trending Games
Archives

Model This Week

Why Dharitri