୧୭ ବର୍ଷ ଧରି ଲୁହା ଶିକୁଳିରେ ବନ୍ଧା ଜୀବନ

ହାଟଡିହୀ,୩୧। ୮(ଡି.ଏନ୍‌.ଏ.)-ପୁଅ ପାଠ ପଢ଼ିବ, ବଡ଼ ମଣିଷ ହେବ। ଗରିବ ମା’ ବାପାଙ୍କ ଦୁଃଖ ହଟିବ। ପୁଅକୁ ନେଇ ସେମାନେ କେତେ ସ୍ବପ୍ନ ଦେଖିଥିଲେ। କିନ୍ତୁ ସ୍ବପ୍ନ ସବୁ ଆଶା ମଉଳି ଯାଇଛି। ସେହି ପୁଅ ମା’ ବାପାଙ୍କ ବୋଝ ନେବା ପରିବର୍ତ୍ତେ ନିଜେ ବୋଝ ପାଲଟିଛନ୍ତି। ଚିକିତ୍ସା ଅଭାବରୁ ତାଙ୍କ ମାନସିକ ସ୍ଥିତି ବିଗିଡିବାରୁ ମା’ ବାପା ଦୀର୍ଘ ୧୭ ବର୍ଷ ହେଲା ପୁଅକୁ ହାତଗୋଡରେ ଶିକୁଳି ପକାଇ ଘରେ ବାନ୍ଧି ରଖିଛନ୍ତି। ଗରିବ ମା’ ବାପାଙ୍କ ଆଖିରୁ ଲୁହ ଶୁଖୁନି କି ଦୁର୍ଦ୍ଦଶା ଘୁଞ୍ଚି ପାରୁନି। ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରି ଭଗବାନ ଓ ଭାଗ୍ୟକୁ ଭରସା କରି ଦିନ କାଟୁଛନ୍ତି।
କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଆମ୍ବୋ ପଞ୍ଚାୟତ ଅଣତିରା ଗ୍ରାମରେ ଏଭଳି ଘଟଣା ପଦାକୁ ଆସିଛି। ଏହି ଗ୍ରାମର ଇନ୍ଦ୍ରମଣି ପରିଡା ଓ ରଜନୀ ପରିଡାଙ୍କ ପୁଅ ସନ୍ତୋଷ (୨୫)। ଜନ୍ମରୁ ତାଙ୍କ ଅବସ୍ଥା ସ୍ବାଭାବିକ ଥିଲା। ସେ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ ହଠାତ୍‌ ରୋଗାକ୍ରାନ୍ତ ହୋଇ ମାନସିକ ସନ୍ତୁଳନ ହରାଇ ବସିଥିଲେ। ଗରିବ ଇନ୍ଦ୍ରମଣି ଦିନ ମଜୁରି ଲାଗି ଭଙ୍ଗା ମାଟିଝାଟି ଘରେ ଚଳୁଥିଲେ। ସେତେବେଳେ ଅର୍ଥାଭାବ କାରଣରୁ ସନ୍ତୋଷଙ୍କ ଉପଯୁକ୍ତ ଚିକିତ୍ସା କରାଇ ପାରି ନ ଥିଲେ। ତଥାପି ସେ ଧାର ଉଧାର କରି ପୁଅକୁ ବିଭିନ୍ନ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ସେଥିରେ ସନ୍ତୋଷ ଭଲ ହୋଇ ନ ଥିଲେ। ପରେ ଅର୍ଥାଭାବରୁ ସନ୍ତୋଷଙ୍କ ଚିକିତ୍ସା ବନ୍ଦ ହୋଇଗଲା। ଧୀରେ ଧୀରେ ସନ୍ତୋଷଙ୍କ ମାନସିକ ଅବସ୍ଥା ବିଗିଡିବାରୁ ବିଭିନ୍ନ ଅସ୍ବାଭାବିକ ଲକ୍ଷଣ ଦେଖିବାକୁ ମିଳିଲା। ତାଙ୍କ ମାନସିକ ସ୍ଥିତି ଦେଖି କାଳେ ସେ କୁଆଡେ ଚାଲିଯିବ କି ହଜିଯିବ ଏଭଳି ଆଶଙ୍କାରେ ରଜନୀ ଓ ଇନ୍ଦ୍ରମଣି ତାଙ୍କ ହାତ ଓ ଗୋଡରେ ଲୁହା ଶିକୁଳି ପକାଇ ଘର ଭିତରେ ବନ୍ଦ କରି ରଖିଥିଲେ। ସେବେଠାରୁ ଦୀର୍ଘ ୧୭ ବର୍ଷ ବିତି ଗଲାଣି। ଚିକିତ୍ସା ବିନା ସନ୍ତୋଷ ଶିକୁଳିରେ ବନ୍ଧା ହୋଇ ଜୀବନ ବିତାଉଛନ୍ତି। ମା’ ବାପା ଠାକୁରଙ୍କୁ ଡାକି ସରକାର ଓ ଜିଲା ପ୍ରଶାସନକୁ ଗୁହାରି ଜଣାଇ ଆଜି ବି ଚିକିତ୍ସା ସହାୟତାକୁ ଚାହିଁ ବସିଛନ୍ତି। ରଜନୀ ଓ ଇନ୍ଦ୍ରମଣି କହିଛନ୍ତି, ପୁଅଙ୍କ ଚିକିତ୍ସା ଲାଗି ସରକାରୀ ସାହାଯ୍ୟ ମିଳିଲେ ସେ ଭଲ ହୋଇପାରନ୍ତା। ସରକାର ଗରିବଙ୍କ ଲାଗି ବିଭିନ୍ନ ଯୋଜନା କରୁଛନ୍ତି। ତାଙ୍କ ଭଳି ଅସହାୟ ଓ ଗରିବଙ୍କ ପ୍ରତି ଦୃଷ୍ଟି ପଡିଲେ, ସନ୍ତୋଷ ନୂଆ ଜୀବନ ପାଇ ପାରନ୍ତା। ଏ ସମ୍ପର୍କରେ ପୂର୍ବତନ ଓାର୍ଡ଼ମେମ୍ବର ପ୍ରଦ୍ୟୁମ୍ନ ପଣ୍ଡା, ପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି ମହେନ୍ଦ୍ର ଜେନା, ମମତାମୟୀ ମଣ୍ଡଳ, ସୌମ୍ୟରଞ୍ଜନ ସାହୁ, ବସନ୍ତ କୁମାର ମାଝି ପ୍ରମୁଖ କହିଛନ୍ତି, ଶିକୁଳିରେ ବନ୍ଧା ସନ୍ତୋଷଙ୍କ ସ୍ଥିତି ଅନୁଧ୍ୟାନ କରି ଚିକିତ୍ସା ବ୍ୟବସ୍ଥା କରାଇବା ସକାଶେ ସେମାନେ ଜିଲା ପ୍ରଶାସନକୁ ଜଣାଇଛନ୍ତି । ଏ ସମ୍ପର୍କରେ ଜିଲାମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରୁ କହିଛନ୍ତି ଯେ, ଏପରି ଖବର ଆମ ପାଖରେ ନ ଥିଲା। ଅସୁସ୍ଥ ସନ୍ତୋଷଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଗଲେ ତାଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇ ପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri