Posted inଭଦ୍ରକ

୧୭ ଦିନରେ ମୋଦି ସେନାର ଅନଶନ

ଚାନ୍ଦବାଲି, ୨୬।୭ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲିର କେତେକ ସମସ୍ୟାର ସମାଧାନ ପାଇଁ ୫ଟି ଦାବି ନେଇ ମୋଦି ସେନା ସେବା ସଂଘ ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଅନଶନ ଗୁରୁବାର ୧୭ ଦିନରେ ପହଞ୍ଚିଥିଲା। ସେମାନଙ୍କ ଦାବି ପ୍ରତି ଜିଲା ପ୍ରଶାସନ ଅଣଦେଖା କରୁଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଦୁଇଟି ସମସ୍ୟାର ସମାଧାନ ଦିଗରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ବିଡିଓ, କୃଷି ଅଧିକାରୀ, ଜୀବିକା ମିଶନ, ଏନ୍‌ଏସି ନିର୍ବାହୀ ଅଧିକାରୀ ମିଳିତ ଭାବେ ବୈଠକ କରି ରାଶନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ମହିଳା ସଂଘକୁ ଆସୁଥିବା ଅର୍ଥ ଆଦିର ସଦୁପଯୋଗ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେମାନଙ୍କ ମୁଖ୍ୟ ୩ଟି ଦାବି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିକାର, ବୈତରଣୀ ସେତୁର ପୁନରୁଦ୍ଧାର ଓ ଧାମରା ବନ୍ଦରରେ ସ୍ଥାନୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ସମ୍ପର୍କରେ କେହି ମୁହଁ ଖୋଲୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଆନ୍ଦୋଳନକାରୀଙ୍କ ସହିତ ବିଭିନ୍ନ ସମୟରେ ହେଉଥିବା ବୈଠକରେ ମୁଖ୍ୟ ୩ଟି ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଅକ୍ଷମତା ପ୍ରକାଶ କରିଛି। ଏହି ଦାବି ଯୁକ୍ତିଯୁକ୍ତ ଥିବାବେଳେ ଦୀର୍ଘଦିନର ଆନ୍ଦୋଳନ ସତ୍ତ୍ୱେ ସମାଧାନର ରାସ୍ତା ନ ଫିଟିବା ନେଇ ନାନା ଆଲୋଚନା ହେଉଛି। ସବୁଥିରୁ ନିରାଶ ହେବା ପରେ ମୁଖ୍ୟ ଦାବି ପୂରଣ ପାଇଁ ସେନା ପକ୍ଷରୁ ଗୁରୁବାରଠାରୁ ଆମରଣ ଅନଶନର ନିଷ୍ପତ୍ତି ନିଆଯାଇଛି। ବିଶ୍ୱ କେଶରୀ ମହାନ୍ତି, ଅଭିମନ୍ୟୁ ଦାସ ଅଧିକାରୀ, ମିନତି ଧଳ ଓ ମିନାକ୍ଷୀ ସାହୁ ପ୍ରମୁଖ ଆମରଣ ଅନଶନରେ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ସାମିଲ ହେବା ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

ଠାକୁରାଣୀ ଯାତ୍ରାର ଆକର୍ଷଣ ବଢ଼ାଉଛନ୍ତି ମାନସିକ ବେଶଧାରୀ, ଆଜି ସାବିତ୍ରୀ ଅମାବାସ୍ୟାରେ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶନିବାର ୨୧ ଦିନରେ ପହଞ୍ଚିଛି। ଆଉ ୪ ଦିନ ପରେ ଯାତ୍ରା ଉଦ୍‌ଯାପିତ ହେବ। ଆଜି ଅର୍ଥାତ୍‌…

ଖବରଦାତାଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ତୁମର ରିପୋର୍ଟିଂ ଦେଶଦ୍ରୋହ…

ଓ୍ବାଶିଂଟନ,୧୬।୫ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଅଲିମ୍ପିକ୍ସ ଆୟୋଜନ, ବିଶ୍ୱ ବିକାଶର ଇଞ୍ଜିନ, … ନେଦରଲ୍ୟାଣ୍ଡସ ଗସ୍ତ ସମୟରେ ଭାରତର ଏଜେଣ୍ଡା ସ୍ଥିର କଲେ ପ୍ରଧାନମନ୍ତ୍ରୀ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସ୍‌ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସମ୍ମୁଖରେ ‘ନୂତନ ଭାରତ’ର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri