୧୬୫୦ କେଜି ଆବର୍ଜନା ସଂଗ୍ରହ କଲେ ଛାତ୍ରୀଛାତ୍ର

ଗୋପାଳପୁର,୧୮ା୧୧-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଜିଲା ପ୍ରଶାସନ ତରଫରୁ ସ୍ବଚ୍ଛ ନିର୍ମଳ ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲୁ ରହିଥିଲା। ରବିବାର ଏହା ଉଦ୍‌ଯାପିତ ହୋଇଛି। ଏହି ପରିପ୍ରେକ୍ଷୀରେ ୫୮ ସରକାରୀ ଓ ବେସରକାରୀ ସ୍କୁଲରୁ ଛାତ୍ରୀଛାତ୍ର ସଫେଇରେ ସାମିଲ ହୋଇ ୧୬୫୦ କେଜି ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ରିଜିଓନାଲ ଚିଫ୍‌ କଞ୍ଜରଭେଟିଭ୍‌ ଫରେଷ୍ଟ ସୁରେଶ ପନ୍ଥ, ଡୁଡ଼ା ପିଡି ସୁଦାମ ଚରଣ ମଣ୍ଡଳ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରି ସ୍ବଚ୍ଛତା ବଜାୟ ରଖିବାକୁ ଅତିଥିବୃନ୍ଦ ସଚେତନ କରାଇଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଭାଗ ନେଇଥିଲେ। ସ୍ବଚ୍ଛ ଭାରତ, ବାଲ୍ୟ ବିବାହ ରୋକିବା ସମ୍ପର୍କିତ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁରଭି-୨୦୧୯ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦାସପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଗୋପାଳପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଏଡିଇଓ ବନୀତା ସେନାପତି, ରଙ୍ଗେଇଲୁଣ୍ଡା ବିଇଓ ଡ଼. ପ୍ରଭାତୀ କୁମାରୀ ମହାପାତ୍ର, ଇକୋ ସଂଯୋଜକ ଶଙ୍କର ନାରାୟଣ ବେଜ, ଅର୍ଜୁନ କୁମାର ବିଶ୍ୱାଳ ଓ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ଆଖି ଖୋଲିବା ମାତ୍ରେ ଦେଖୁଛନ୍ତି କି ମୋବାଇଲ? ପଡ଼ିପାରେ ଭାରି! ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ

ସକାଳୁ ଆଖି ଖୋଲିବା ମାତ୍ରେ ଆପଣ ମୋବାଇଲ ଉଠାଇଲେ। ସାମ୍ନାରେ ଏମିତି ଏକ ମେସେଜ ଥିଲା, ଯାହା ଆପଣଙ୍କୁ ଠିକ ଲାଗିଲା ନାହିଁ। ଅଧିକ ଚିନ୍ତା ନକରି…

ନକଲି ଜାତି ଓ ଜମିପଟ୍ଟା ପ୍ରମାଣପତ୍ର ମାମଲା: ତଦନ୍ତ ଆରମ୍ଭ କଲା ଯୁଗ୍ମ କମିଟି

ମହାକାଳପଡ଼ା,୧୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବୃଦ୍ଧି ପାଉଛି ନକଲି ଜାତି ଓ ଜମି ପଟ୍ଟା ପ୍ରମାଣପତ୍ର। କେତେଜଣ ମଧ୍ୟସ୍ଥ ସରକାରୀ…

ଋଷିକୂଲ୍ୟା ନଦୀରୁ ଆର୍ମି ଡ୍ରେସ ପିନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ଗଞ୍ଜାମ,୧୯।୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷୁକୂଲ୍ୟା ନଦୀରେ ବୁଧବାର ସକାଳେ ଜଣେ…

ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କଲେ ଦେବଗୁରୁ ବୃହସ୍ପତି: ଏହି ୪ ରାଶିଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ, ହେବେ ମାଲାମାଲ

ଗୁରୁ ଗ୍ରହ ବୁଧଙ୍କ ନକ୍ଷତ୍ରରେ ରହିବା ଯୋଗୁ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଜ୍ୟୋତିଷ ଅନୁସାରେ ଗୁରୁ ଗ୍ରହଙ୍କୁ ଜ୍ଞାନ ଏବଂ…

ଓଲା, ଉବର-ରାପିଡୋ ଭଳି ଆପ୍‌ ଆଧାରିତ ଯାତ୍ରୀ ସେବା ପାଇଁ ନୂଆ ନିୟମ: ସେପ୍ଟେମ୍ବର ୧ରୁ ହେବ ଲାଗୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୯।୮: ଓଲା-ଉବର, ରାପିଡୋ ସମେତ ଆପ୍‌ ଆଧାରିତ ଯାତ୍ରୀ ସେବା ଦେଉଥିବା ଗାଡ଼ିଗୁଡ଼ିକ ଉପରେ ଏବେ ପରିବହନ ବିଭାଗର ନିୟମ କଡ଼ା ହେବାକୁ ଯାଉଛି। ଆପ୍‌…

ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ: ସମଗ୍ର ଜିଲାରେ ଶୋକର ଛାୟା

ଭବାନୀପାଟଣା, ୧୯।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି।…

ସ୍ଥାୟୀ ନୂଆ ଡିଜିପି କିଏ ହେବେ: ଧରୁଛି ଜାତୀୟସ୍ତର ରଙ୍ଗ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ):ଓଡ଼ିଶାର ସ୍ଥାୟୀ ନୂଆ ଡିଜିପି କିଏ ହେବେ ତାହା କିଛିଦିନ ହେବ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭରକରୁଛି। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟରେ ଏ ବିଷୟରେ…

ହୋଟେଲ ଉଦଘାଟନର କିଛି ସମୟ ପୂର୍ବରୁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଭଞ୍ଜନଗର ବାଗଦେବୀ ରୋଡରେ ରହୁଥିବା ବିଶ୍ୱଜିତ୍‌ ପାତ୍ର (୨୫) ବୁଧବାର ସକାଳେ ବିଦ୍ୟୁତ ବୋର୍ଡରେ ପ୍ଲଗ ଲଗାଉଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri