୧୫ ଶହ କିଲୋ ସୁନା ମନ୍ଦିରରେ ଲକ୍ଷ୍ମୀଙ୍କର ହୁଏ ଜଳାଭିଷେକ

ବେଲୋର,୨୭।୧୦: ତାମିଲନାଡୁର କାଞ୍ଚିପୁରମଠାରୁ ପ୍ରାୟ ୭୦ କିଲୋମିଟର ଶ୍ରୀପୁରମ ବା ଶ୍ରୀନାରାୟଣୀ ପିଡମ ମନ୍ଦିରରେ ଦୀପାବଳି ଅବସରରେ ମା’ ଲକ୍ଷ୍ମୀଙ୍କର ସ୍ବତନ୍ତ୍ର ଆରାଧନା କରାଯାଇଥାଏ। ଏହିଦିନ ଲକ୍ଷ୍ମୀଙ୍କ ନିକଟରେ ପ୍ରାୟ ୧୧ ଘଣ୍ଟା ଧରି ଯଜ୍ଞ କରାଯାଉଥିବା ବେଳେ ସ୍ବତନ୍ତ୍ର ଧରଣର ଆଳତି କରାଯାଇଥାଏ। ମନ୍ଦିରର ପିଆର୍‌ଓ ଆର୍‌. ଭାସ୍କର କୁହନ୍ତି, ଚଳିତବର୍ଷ ମନ୍ଦିର ପରିସରରେ ୩୨ ହଜାରରୁ ଊର୍ଦ୍ଧ୍ୱ ଦୀପ ଜଳାଯାଇ ମା’ଙ୍କ ଆରାଧନା କରାଯିବ। ଏଥିମଧ୍ୟରୁ ୧୦ହଜାର ୬ଟି ଦୀପ ଯଜ୍ଞଶାଳାରେ ଜଳାଯିବ। ଅନ୍ୟ ପ୍ରାୟ ୨୦ ହଜାର ଦୀପ ଶହେ ଏକର ପରିମିତ ମନ୍ଦିର ପରିସରକୁ ଆଲୋକିତ କରିବ ବୋଲି ସେ କହିଛନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ପ୍ରାୟ ୧୫ଶହ କିଲୋ ସୁନାରେ ନିର୍ମାଣ କରାଯାଇଛି। ଚଳିତବର୍ଷ ଏଠାରେ ଦର୍ଶନ ଲାଗି ଗତ ୫ ଦିନ ମଧ୍ୟରେ ଅନୂ୍ୟନ ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ଅନୁମାନ କରାଯାଏ। ଏଠାରେ ମହାଲକ୍ଷ୍ମୀଙ୍କ ସହ ଗୋବର୍ଦ୍ଧନ ପୂଜା ମଧ୍ୟ କରାଯାଇଥାଏ। ମନ୍ଦିରରେ ଲକ୍ଷ୍ମୀଙ୍କର ୨ଟି ପ୍ରତିମା ରହିଛି। ଗୋଟିଏ ପ୍ରାୟ ୭୨ କିଲୋଗ୍ରାମ ସୁନାରେ ତିଆରି ହୋଇଥିବା ବେଳେ ଏହା ଚାନ୍ଦିର ସିଂହାସନ ଉପରେ ଶୋଭା ପାଉଛନ୍ତି। ଅନ୍ୟଟି କଳା ପଥରରେ ତିଆରି କରାଯାଇଛି ଯାହାର ଉଚ୍ଚତା ପାଖାପାଖି ୫ ଫୁଟ।


Enter your email to get our daily news in your inbox.

All Right Reserved By Dharitri.Com

‘ଏବେ ୟୁପିଏର ଅସ୍ଥିତ୍ୱ ନାହିଁ’

ନୂଆଦିଲ୍ଲୀ,୧।୧୨: ମିଳିତ ପ୍ରଗତିଶୀଳ ସହଯୋଗୀ ମେଣ୍ଟ (ୟୁପିଏ/ଉପା) କ’ଣ? ଏହାର ଏବେ ଅସ୍ଥିତ୍ୱ ନାହିଁ। ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ...

ଡବ୍ଲ୍ୟୁଏଚଓ ରିପୋର୍ଟ ଯାଞ୍ଚ୍‌ ପାଇଁ କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ,୧୨।୧୦: ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ କୋଲ୍ଡ ସିରପ ଯୋଗୁ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାର ସମ୍ପୂର୍ଣ୍ଣ...

ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଗଲେ ମୋଦି ସରକାର

ମୁମ୍ବାଇ,୩।୧୦: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ...

ସବୁ ମାମଲାକୁ ପ୍ରାଥମିକତା ଦେଇ ହେବନାହିଁ

ନୂଆଦିଲ୍ଲୀ,୧୧।୭: ପ୍ରତ୍ୟେକ ମାମଲାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିପାରିବ ନାହିଁ। ବିଶେଷକରି ଗୋଟିଏ ରାଜ୍ୟ ସହ ଅନ୍ୟ ରାଜ୍ୟର ଘଟଣାରେ ଭିନ୍ନତା ପରିଲକ୍ଷିତ...

ନରେଲା ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ: ୨ ଜୀବନ୍ତ ଦଗ୍ଧ, ଅନେକ ଲୋକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ,୧।୧୧: ଦେଶର ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଏକ ପାଇପ କାରଖାନାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଜୀବନ୍ତ ଦଗ୍ଧ...

୪୫ରୁ ଅଧିକ ଆସନରେ ଜିତି ଦିଲ୍ଲୀରେ ସରକାର ଗଢିବ ଭାଜପା: ଶାହା

ନୂଆଦିଲ୍ଲୀ,୭।୨: ଏବେ ଦିଲ୍ଲୀ ବିଧାନସଭାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ପ୍ରଚାର ସରିବା ପରେ ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରି ଭୋଟରଙ୍କୁ ନିଜ...

ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍‌ଯୁଦ୍ଧ

ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଆକାଶରୁ ଖସିଲା ଧାତବ ବସ୍ତୁ

ମୁମ୍ବାଇ,୪।୪: ମହାରାଷ୍ଟ୍ର ଚନ୍ଦ୍ରପୁର ତହସିଲର ସିନ୍ଧଓ୍ବୋହିର ଏକ ଖୋଲା ପଡ଼ିଆରେ ଗୋଲାକାର ମେଟାଲ ଅବ୍‌ଜେକ୍ଟ ଦେଖିବାକୁ ମିଳିଛି। ଶନିବାର ରାତିରେ ସ୍ଥାନୀୟ ଲୋକେ ଆକାଶରେ ଦୀର୍ଘକାୟ...

Advertisement
Archives

Model This Week