୧୫ ଶହ କିଲୋ ସୁନା ମନ୍ଦିରରେ ଲକ୍ଷ୍ମୀଙ୍କର ହୁଏ ଜଳାଭିଷେକ

ବେଲୋର,୨୭।୧୦: ତାମିଲନାଡୁର କାଞ୍ଚିପୁରମଠାରୁ ପ୍ରାୟ ୭୦ କିଲୋମିଟର ଶ୍ରୀପୁରମ ବା ଶ୍ରୀନାରାୟଣୀ ପିଡମ ମନ୍ଦିରରେ ଦୀପାବଳି ଅବସରରେ ମା’ ଲକ୍ଷ୍ମୀଙ୍କର ସ୍ବତନ୍ତ୍ର ଆରାଧନା କରାଯାଇଥାଏ। ଏହିଦିନ ଲକ୍ଷ୍ମୀଙ୍କ ନିକଟରେ ପ୍ରାୟ ୧୧ ଘଣ୍ଟା ଧରି ଯଜ୍ଞ କରାଯାଉଥିବା ବେଳେ ସ୍ବତନ୍ତ୍ର ଧରଣର ଆଳତି କରାଯାଇଥାଏ। ମନ୍ଦିରର ପିଆର୍‌ଓ ଆର୍‌. ଭାସ୍କର କୁହନ୍ତି, ଚଳିତବର୍ଷ ମନ୍ଦିର ପରିସରରେ ୩୨ ହଜାରରୁ ଊର୍ଦ୍ଧ୍ୱ ଦୀପ ଜଳାଯାଇ ମା’ଙ୍କ ଆରାଧନା କରାଯିବ। ଏଥିମଧ୍ୟରୁ ୧୦ହଜାର ୬ଟି ଦୀପ ଯଜ୍ଞଶାଳାରେ ଜଳାଯିବ। ଅନ୍ୟ ପ୍ରାୟ ୨୦ ହଜାର ଦୀପ ଶହେ ଏକର ପରିମିତ ମନ୍ଦିର ପରିସରକୁ ଆଲୋକିତ କରିବ ବୋଲି ସେ କହିଛନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ପ୍ରାୟ ୧୫ଶହ କିଲୋ ସୁନାରେ ନିର୍ମାଣ କରାଯାଇଛି। ଚଳିତବର୍ଷ ଏଠାରେ ଦର୍ଶନ ଲାଗି ଗତ ୫ ଦିନ ମଧ୍ୟରେ ଅନୂ୍ୟନ ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ଅନୁମାନ କରାଯାଏ। ଏଠାରେ ମହାଲକ୍ଷ୍ମୀଙ୍କ ସହ ଗୋବର୍ଦ୍ଧନ ପୂଜା ମଧ୍ୟ କରାଯାଇଥାଏ। ମନ୍ଦିରରେ ଲକ୍ଷ୍ମୀଙ୍କର ୨ଟି ପ୍ରତିମା ରହିଛି। ଗୋଟିଏ ପ୍ରାୟ ୭୨ କିଲୋଗ୍ରାମ ସୁନାରେ ତିଆରି ହୋଇଥିବା ବେଳେ ଏହା ଚାନ୍ଦିର ସିଂହାସନ ଉପରେ ଶୋଭା ପାଉଛନ୍ତି। ଅନ୍ୟଟି କଳା ପଥରରେ ତିଆରି କରାଯାଇଛି ଯାହାର ଉଚ୍ଚତା ପାଖାପାଖି ୫ ଫୁଟ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri