Posted inଜାତୀୟ

୧୫ ଲକ୍ଷ କୋଟିର କୃଷି ଋଣ

ନୂଆଦିଲ୍ଲୀ,୨ା୨: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଦେବା ପାଇଁ ଯୋଜନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହା ୧୩.୫ ଲକ୍ଷ କୋଟି ଟଙ୍କା ଥିବାବେଳେ ଏଥିରେ ୧୧% ବୃଦ୍ଧି କରାଯାଇଛି। ଚାଷୀମାନଙ୍କୁ ସାଧାରଣତଃ ୯% ହାରରେ କୃଷିଋଣ ଦିଆଯାଇଥାଏ। କିନ୍ତୁ ସରକାର ଏଥିରେ ୨% ସବ୍‌ସିଡି ଦେଉଛନ୍ତି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପକାଳୀନ କୃଷିଋଣକୁ ସୁନିଶ୍ଚିତ କରିବା ଲାଗି ଋଣ ଉପରେ ବାର୍ଷିକ ଆକର୍ଷଣୀୟ ୭% ସୁଧ କଷାଯାଉଛି। ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ(ଏନ୍‌ଏଫ୍‌ଏସ୍‌ସି) ଏବଂ ସମବାୟଗୁଡ଼ିକ କୃଷିଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଥିବାରୁ ନାବାର୍ଡ ପୁନଃ ଋଣ ପ୍ରଦାନ ଯୋଜନାକୁ ଆହୁରି ବିସ୍ତୃତ କରାଯିବ। ଏଥିଲାଗି ନେଗୋସିଏବୁଲ ଓ୍ବେରହାଉସିଂ ରିସିପ୍ଟସ (ଇ-ଏନ୍‌ଡବ୍ଲ୍ୟୁଆର୍‌) ୬ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ଅତିକ୍ରମ କରିଛି। ଏହାକୁ ଇଲେକ୍ଟ୍ରୋନିକ ନ୍ୟାଶନାଲ ଏଗ୍ରିକଲ୍‌ଚର ମାର୍କେଟ (ଇଏନ୍‌ଏଏମ୍‌) ସହ ଯୋଡ଼ାଯିବ। ସରକାରଙ୍କ ଅଧୀନ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ଏବଂ କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲ୍ୟୁସି) ନିଜ ଜମିରେ ଏପରି ପଣ୍ୟାଗାରଗୁଡ଼ିକୁ ନିର୍ମାଣ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ ପ୍ରାୟ ୧୬୨ ନିୟୁତ ମେଟ୍ରିକ୍‌ ଟନ୍‌ ଧାରଣ କ୍ଷମତାର ଏଗ୍ରି-ଓ୍ବେର୍‌ହାଉସିଂ, କୋଲ୍ଡ ଷ୍ଟୋରେଜ, ରିଫର ଭ୍ୟାନ୍‌ ଫାସିଲିଟି ରହିଛି। ନାବାର୍ଡ ସେଗୁଡ଼ିକୁ ମ୍ୟାପିଂ ଓ ଜିଓ-ଟ୍ୟାଗ୍‌ କରିବା ପାଇଁ ପଦକ୍ଷେପ ନେବ।

ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ,୨ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ଲୋକ ସଭାରେ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ ୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ୧୬ ସୂତ୍ରୀ ଯୋଜନାର ଘୋଷଣା କରିଛନ୍ତି। ଚାଷୀଙ୍କ ଆୟ ଓ ବ୍ୟୟ କ୍ଷମତା ବୃଦ୍ଧିକରିବା ସକାଶେ ଏଥର ବଜେଟରେ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବଜେଟ ଉପସ୍ଥାପନ ବେଳେ ସୀତାରାମନ୍‌ କହିଛନ୍ତି, କୃଷିକ୍ଷେତ୍ରର ସ୍ଥିତି ସୁଧାରିବା ପାଇଁ କୃଷି, ଗ୍ରାମ୍ୟ ଓ ଏହାର ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ସକାଶେ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଳ ସଙ୍କଟ ସମସ୍ୟା ଦେଇ ଗତିକରୁଥିବା କୃଷକମାନଙ୍କ ଅସୁବିଧା ଦୂରକରି ଦେଶର ସାମୁଦ୍ରିକ ମତ୍ସ୍ୟ ସମ୍ପଦରେ ଉନ୍ନତି ଅଣାଯିବ। ଏଥିସହ ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ସେହିପରି ଶୁକ୍ରବାର ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷିରେ ପୁଞ୍ଜିନିବେଶ, ଜଳ ସଂରକ୍ଷଣ ଏବଂ ଉତ୍ପାଦନ ଓ ଉତ୍ପାଦିତ ସାମଗ୍ରୀର ପରିବହନ ବୃଦ୍ଧିକୁ ଜରୁରିକାଳୀନ ଭିତ୍ତିରେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କେ.ଭି ସୁବ୍ରମଣ୍ୟନ୍‌ ପରାମର୍ଶ ଦେଇଥିଲେ। ଅର୍ଥମନ୍ତ୍ରୀ ଏହି ବିନ୍ଦୁଗୁଡ଼ିକ ଉପରେ ଧ୍ୟାନଦେଇ କେତେକ ନୂଆ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ନାବାର୍ଡ ରିଫାଇନାନ୍ସିଂ ସ୍କିମ୍‌କୁ ଅଧିକ ବିସ୍ତାର କରାଯିବ। ଭାରତୀୟ ରେଲଓ୍ବେ ପକ୍ଷରୁ ସାମଗ୍ରୀ ପରିବହନ ପାଇଁ ପବ୍ଲିକ୍‌ ପ୍ରାଇଭେଟ ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ‘କିଷାନ ରେଳ’ ପ୍ରତିଷ୍ଠା କରାଯିବ। ଏହି ଯୋଜନାରେ ଟ୍ରେନ୍‌ର ବଗିଗୁଡ଼ିକରେ ଶୀତଳଭଣ୍ଡାର ଭଳି ବ୍ୟବସ୍ଥା ରହିବ। କୃଷକମାନେ ଦୂରନ୍ତ ବଜାରକୁ କମ୍‌ ସମୟରେ, ଶସ୍ତାରେ ଓ ପ୍ରଭାବୀ ଢଙ୍ଗରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଏଥିରେ ପରିବହନ କରି ପହଞ୍ଚାଇପାରିବେ। ସେହିପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ ରୁଟ୍‌ରେ କୃଷି ଉଡାନ ଯୋଜନା ଆରମ୍ଭ କରାଯିବ। ଉତ୍ତର-ପୂର୍ବାଞ୍ଚଳରେ ଏବଂ ଆଦିବାସୀ ବହୁଳ ଜିଲାଗୁଡ଼ିକର ଚାଷୀମାନେ ଏଥିରେ ବିଶେଷ ଉପକୃତ ହେବେ। ପ୍ରଧାନମନ୍ତ୍ରୀ କିଷାନ ଊର୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଭିଯାନ (ପିଏମ୍‌ କୁସୁମ)କୁ ପରିବର୍ଦ୍ଧିତ କରାଯିବ। ଏହି ଯୋଜନାରେ ସୌର ପମ୍ପ୍‌ ପ୍ରତିଷ୍ଠା ପାଇଁ ୨୦ ଲକ୍ଷ ଚାଷୀ ଓ ବିଦ୍ୟୁତ୍‌ ଚାଳିତ ପମ୍ପ୍‌ ଲାଗି ୧୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ। ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ସମନ୍ବିତ କୃଷି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯିବ। ସରକାର ସମସ୍ତ ଫର୍ଟିଲାଇଜରର ସନ୍ତୁଳିତ ବ୍ୟବହାରକୁ ପ୍ରୋତ୍ସାହିତ କରିବେ, ଯାହାକି ଅତ୍ୟଧିକ ରାସାୟନିକ ସାର ଉପଯୋଗକୁ ନିୟନ୍ତ୍ରଣରେ ରଖିବ। ଏହାସହ ପାରମ୍ପରିକ ଜୈବିକ ଉର୍ବରକ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ।
ଅନୁରୂପ ଭାବେ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପରିଚାଳିତ ଭିଲେଜ୍‌ ଷ୍ଟୋରେଜ୍‌ ସ୍କିମ୍‌ ଚାଷୀଙ୍କୁ ଧାରଣ କ୍ଷମତା ପ୍ରଦାନ କରିବ। ଏପରି ହେଲେ ଗ୍ରାମାଞ୍ଚଳର ମହିଳାମାନେ ସେମାନଙ୍କ ‘ଧାନ୍ୟ ଲକ୍ଷ୍ମୀ’ ମର୍ଯ୍ୟାଦା ଫେରିପାଇବେ। ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତାକୁ ୨୦୨୫ ସୁଦ୍ଧା ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଲାଗି ମତ୍ସ୍ୟ ଉତ୍ପାଦନକୁ ୨୦୨୨-୨୩ ସୁଦ୍ଧା ୨୦୦ ଲକ୍ଷ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧିକରିବା ପାଇଁ ବଜେଟରେ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ମଡେଲ ଆଗ୍ରିକଲ୍‌ଚରାଲ ଲ୍ୟାଣ୍ଡ ଲିଜିଂ ଆକ୍ଟ ୨୦୧୬, ମଡେଲ ଆଗ୍ରିକଲ୍‌ଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭ୍‌ଷ୍ଟକ୍‌ ମାର୍କେଟିଂ ଆକ୍ଟ ୨୦୧୭, ମଡେଲ ଆଗ୍ରିକଲ୍‌ଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭ୍‌ଷ୍ଟକ୍‌ କଣ୍ଟ୍ରାକ୍ଟ ଫାର୍ମିଂ ଆଣ୍ଡ ପ୍ରମୋଶନ ଆଣ୍ଡ ଫାସିଲିଟେଶନ ଆକ୍ଟ ୨୦୧୮ ଭଳି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାରଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

 

ପିଏମ୍‌ କିଷାନରେ ୨୭.୫% କାଟ୍‌


ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନା ଲାଗି ପୂର୍ବରୁ ୭୫,୦୦୦ କୋଟି ଟଙ୍କା ବ୍ୟୟବରାଦର ଲକ୍ଷ୍ୟ ରଖାଯାଇଥିଲା। ତେବେ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ପରିଚାଳନାଗତ ଅସୁବିଧା ଯୋଗୁ ଏଥିରେ ୨୭.୫% ହ୍ରାସ କରାଯାଇ ୫୪,୩୭୦.୧୫ କୋଟି ଟଙ୍କାରେ ସୀମିତ ରଖାଯାଇଛି। ପିଏମ୍‌-କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ କିସ୍ତିରେ ଦେବା ପାଇଁ ବ୍ୟବସ୍ଥା ରହିଛି। ଏହି ଯୋଜନା କାର୍ଯ୍ୟକାରୀ କରିବାରେ କେତେକ ଅସୁବିଧା ହେଉଥିବା ସତ୍ତ୍ୱେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୭୫,୦୦୦ କୋଟି ଟଙ୍କା ଆବଣ୍ଟନ ପାଇଁ ଆକଳନ କରାଯାଇଥିଲା। ହେଲେ କେନ୍ଦ୍ର ସରକାର ୮ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଅଦ୍ୟାବଧି ୪୩,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି: ଓ୍ବାଲ୍‌ମାର୍ଟ


ବେଙ୍ଗାଲୁରୁ: କେନ୍ଦ୍ରୀୟ ବଜେଟରେ କୃଷି, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିବାରୁ ଏହା ଭାରତର ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଗ୍ଲୋବାଲ ରିଟେଲ ଜାଏଣ୍ଟ ଓ୍ବାଲ୍‌ମାର୍ଟ ପକ୍ଷରୁ କୁହାଯାଇଛି। ଏହାର ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରିଶ୍‌ ଆୟର କହିଛନ୍ତି, ଏହି ବଜେଟ ଏକ ନୂଆ ଆକାଂକ୍ଷୀ ଭାରତ ନିର୍ମାଣରେ ସହାୟକ ହେବ। ବଜେଟରେ କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ଉଦ୍ୟମ ହୋଇଥିବାରୁ ଏହା ତୃଣମୂଳ ସ୍ତରରୁ ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଅର୍ଥନୀତିର ଦୂରଦୃଷ୍ଟି ପାଇଁ ଏହି ବଜେଟ ଏକ ରୋଡ୍‌ମ୍ୟାପକୁ ଉନ୍ମୋଚନ କରିଥିବା ସେ ମତ ଦେଇଛନ୍ତି।

ଏମ୍‌ଜିଏନ୍‌ଆର୍‌ଇଜିଏରେ ୯,୫୦୦ କୋଟି ହ୍ରାସ

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୧.୨୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଏହି ପରିମାଣକୁ ୧.୨୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି ମହାମତ୍ା ଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଆ (ଏମ୍‌ଜିଏନ୍‌ଆର୍‌ଇଜିଏ) ଯୋଜନାରେ ମଧ୍ୟ ଏଥର ୯,୫୦୦ କୋଟି ଟଙ୍କା ହ୍ରାସ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏକୁ ୨୦୧୯-୨୦ରେ ୭୧,୦୦୧.୮୧ କୋଟି ଦିଆଯାଇଥିବାବେଳେ ଏବେ ଏଥିରେ ୧୩% ହ୍ରାସ କରାଯାଇ ୬୧,୫୦୦ କୋଟି ଟଙ୍କାରେ ସୀମିତ ରଖାଯାଇଛି। ତେବେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଭଳି ରାସ୍ତା ଓ ଗୃହ ନିର୍ମାଣ ଯୋଜନାକୁ ପୂର୍ବାପେକ୍ଷା ଅଧିକ ପାଣ୍ଠି ଯୋଗାଇ ଦିଆଯାଇଛି।

ଦାରିଦ୍ର୍ୟ ଦୂରୀକରଣ ଲାଗି ଦୀନଦୟାଲ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନାରେ ୫୮ ଲକ୍ଷ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ କ୍ରିୟାଶୀଳ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୂଚନା ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗକୁ ୨୦୧୯-୨୦ରେ ୫୦୦ କୋଟି ଟଙ୍କା ଦିଆଯାଇଥିବାବେଳେ ଏଥର ପ୍ରାୟ ଦୁଇଗୁଣା ଅର୍ଥାତ୍‌ ୯୦୦.୯୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri