Posted inଜାତୀୟ

୧୫ ଲକ୍ଷ କୋଟିର କୃଷି ଋଣ

ନୂଆଦିଲ୍ଲୀ,୨ା୨: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଦେବା ପାଇଁ ଯୋଜନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହା ୧୩.୫ ଲକ୍ଷ କୋଟି ଟଙ୍କା ଥିବାବେଳେ ଏଥିରେ ୧୧% ବୃଦ୍ଧି କରାଯାଇଛି। ଚାଷୀମାନଙ୍କୁ ସାଧାରଣତଃ ୯% ହାରରେ କୃଷିଋଣ ଦିଆଯାଇଥାଏ। କିନ୍ତୁ ସରକାର ଏଥିରେ ୨% ସବ୍‌ସିଡି ଦେଉଛନ୍ତି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପକାଳୀନ କୃଷିଋଣକୁ ସୁନିଶ୍ଚିତ କରିବା ଲାଗି ଋଣ ଉପରେ ବାର୍ଷିକ ଆକର୍ଷଣୀୟ ୭% ସୁଧ କଷାଯାଉଛି। ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ(ଏନ୍‌ଏଫ୍‌ଏସ୍‌ସି) ଏବଂ ସମବାୟଗୁଡ଼ିକ କୃଷିଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଥିବାରୁ ନାବାର୍ଡ ପୁନଃ ଋଣ ପ୍ରଦାନ ଯୋଜନାକୁ ଆହୁରି ବିସ୍ତୃତ କରାଯିବ। ଏଥିଲାଗି ନେଗୋସିଏବୁଲ ଓ୍ବେରହାଉସିଂ ରିସିପ୍ଟସ (ଇ-ଏନ୍‌ଡବ୍ଲ୍ୟୁଆର୍‌) ୬ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ଅତିକ୍ରମ କରିଛି। ଏହାକୁ ଇଲେକ୍ଟ୍ରୋନିକ ନ୍ୟାଶନାଲ ଏଗ୍ରିକଲ୍‌ଚର ମାର୍କେଟ (ଇଏନ୍‌ଏଏମ୍‌) ସହ ଯୋଡ଼ାଯିବ। ସରକାରଙ୍କ ଅଧୀନ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ଏବଂ କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲ୍ୟୁସି) ନିଜ ଜମିରେ ଏପରି ପଣ୍ୟାଗାରଗୁଡ଼ିକୁ ନିର୍ମାଣ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ ପ୍ରାୟ ୧୬୨ ନିୟୁତ ମେଟ୍ରିକ୍‌ ଟନ୍‌ ଧାରଣ କ୍ଷମତାର ଏଗ୍ରି-ଓ୍ବେର୍‌ହାଉସିଂ, କୋଲ୍ଡ ଷ୍ଟୋରେଜ, ରିଫର ଭ୍ୟାନ୍‌ ଫାସିଲିଟି ରହିଛି। ନାବାର୍ଡ ସେଗୁଡ଼ିକୁ ମ୍ୟାପିଂ ଓ ଜିଓ-ଟ୍ୟାଗ୍‌ କରିବା ପାଇଁ ପଦକ୍ଷେପ ନେବ।

ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ,୨ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ଲୋକ ସଭାରେ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ ୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ୧୬ ସୂତ୍ରୀ ଯୋଜନାର ଘୋଷଣା କରିଛନ୍ତି। ଚାଷୀଙ୍କ ଆୟ ଓ ବ୍ୟୟ କ୍ଷମତା ବୃଦ୍ଧିକରିବା ସକାଶେ ଏଥର ବଜେଟରେ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବଜେଟ ଉପସ୍ଥାପନ ବେଳେ ସୀତାରାମନ୍‌ କହିଛନ୍ତି, କୃଷିକ୍ଷେତ୍ରର ସ୍ଥିତି ସୁଧାରିବା ପାଇଁ କୃଷି, ଗ୍ରାମ୍ୟ ଓ ଏହାର ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ସକାଶେ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଳ ସଙ୍କଟ ସମସ୍ୟା ଦେଇ ଗତିକରୁଥିବା କୃଷକମାନଙ୍କ ଅସୁବିଧା ଦୂରକରି ଦେଶର ସାମୁଦ୍ରିକ ମତ୍ସ୍ୟ ସମ୍ପଦରେ ଉନ୍ନତି ଅଣାଯିବ। ଏଥିସହ ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ସେହିପରି ଶୁକ୍ରବାର ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷିରେ ପୁଞ୍ଜିନିବେଶ, ଜଳ ସଂରକ୍ଷଣ ଏବଂ ଉତ୍ପାଦନ ଓ ଉତ୍ପାଦିତ ସାମଗ୍ରୀର ପରିବହନ ବୃଦ୍ଧିକୁ ଜରୁରିକାଳୀନ ଭିତ୍ତିରେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କେ.ଭି ସୁବ୍ରମଣ୍ୟନ୍‌ ପରାମର୍ଶ ଦେଇଥିଲେ। ଅର୍ଥମନ୍ତ୍ରୀ ଏହି ବିନ୍ଦୁଗୁଡ଼ିକ ଉପରେ ଧ୍ୟାନଦେଇ କେତେକ ନୂଆ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ନାବାର୍ଡ ରିଫାଇନାନ୍ସିଂ ସ୍କିମ୍‌କୁ ଅଧିକ ବିସ୍ତାର କରାଯିବ। ଭାରତୀୟ ରେଲଓ୍ବେ ପକ୍ଷରୁ ସାମଗ୍ରୀ ପରିବହନ ପାଇଁ ପବ୍ଲିକ୍‌ ପ୍ରାଇଭେଟ ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ‘କିଷାନ ରେଳ’ ପ୍ରତିଷ୍ଠା କରାଯିବ। ଏହି ଯୋଜନାରେ ଟ୍ରେନ୍‌ର ବଗିଗୁଡ଼ିକରେ ଶୀତଳଭଣ୍ଡାର ଭଳି ବ୍ୟବସ୍ଥା ରହିବ। କୃଷକମାନେ ଦୂରନ୍ତ ବଜାରକୁ କମ୍‌ ସମୟରେ, ଶସ୍ତାରେ ଓ ପ୍ରଭାବୀ ଢଙ୍ଗରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଏଥିରେ ପରିବହନ କରି ପହଞ୍ଚାଇପାରିବେ। ସେହିପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ ରୁଟ୍‌ରେ କୃଷି ଉଡାନ ଯୋଜନା ଆରମ୍ଭ କରାଯିବ। ଉତ୍ତର-ପୂର୍ବାଞ୍ଚଳରେ ଏବଂ ଆଦିବାସୀ ବହୁଳ ଜିଲାଗୁଡ଼ିକର ଚାଷୀମାନେ ଏଥିରେ ବିଶେଷ ଉପକୃତ ହେବେ। ପ୍ରଧାନମନ୍ତ୍ରୀ କିଷାନ ଊର୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଭିଯାନ (ପିଏମ୍‌ କୁସୁମ)କୁ ପରିବର୍ଦ୍ଧିତ କରାଯିବ। ଏହି ଯୋଜନାରେ ସୌର ପମ୍ପ୍‌ ପ୍ରତିଷ୍ଠା ପାଇଁ ୨୦ ଲକ୍ଷ ଚାଷୀ ଓ ବିଦ୍ୟୁତ୍‌ ଚାଳିତ ପମ୍ପ୍‌ ଲାଗି ୧୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ। ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ସମନ୍ବିତ କୃଷି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯିବ। ସରକାର ସମସ୍ତ ଫର୍ଟିଲାଇଜରର ସନ୍ତୁଳିତ ବ୍ୟବହାରକୁ ପ୍ରୋତ୍ସାହିତ କରିବେ, ଯାହାକି ଅତ୍ୟଧିକ ରାସାୟନିକ ସାର ଉପଯୋଗକୁ ନିୟନ୍ତ୍ରଣରେ ରଖିବ। ଏହାସହ ପାରମ୍ପରିକ ଜୈବିକ ଉର୍ବରକ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ।
ଅନୁରୂପ ଭାବେ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପରିଚାଳିତ ଭିଲେଜ୍‌ ଷ୍ଟୋରେଜ୍‌ ସ୍କିମ୍‌ ଚାଷୀଙ୍କୁ ଧାରଣ କ୍ଷମତା ପ୍ରଦାନ କରିବ। ଏପରି ହେଲେ ଗ୍ରାମାଞ୍ଚଳର ମହିଳାମାନେ ସେମାନଙ୍କ ‘ଧାନ୍ୟ ଲକ୍ଷ୍ମୀ’ ମର୍ଯ୍ୟାଦା ଫେରିପାଇବେ। ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତାକୁ ୨୦୨୫ ସୁଦ୍ଧା ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଲାଗି ମତ୍ସ୍ୟ ଉତ୍ପାଦନକୁ ୨୦୨୨-୨୩ ସୁଦ୍ଧା ୨୦୦ ଲକ୍ଷ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧିକରିବା ପାଇଁ ବଜେଟରେ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ମଡେଲ ଆଗ୍ରିକଲ୍‌ଚରାଲ ଲ୍ୟାଣ୍ଡ ଲିଜିଂ ଆକ୍ଟ ୨୦୧୬, ମଡେଲ ଆଗ୍ରିକଲ୍‌ଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭ୍‌ଷ୍ଟକ୍‌ ମାର୍କେଟିଂ ଆକ୍ଟ ୨୦୧୭, ମଡେଲ ଆଗ୍ରିକଲ୍‌ଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭ୍‌ଷ୍ଟକ୍‌ କଣ୍ଟ୍ରାକ୍ଟ ଫାର୍ମିଂ ଆଣ୍ଡ ପ୍ରମୋଶନ ଆଣ୍ଡ ଫାସିଲିଟେଶନ ଆକ୍ଟ ୨୦୧୮ ଭଳି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାରଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

 

ପିଏମ୍‌ କିଷାନରେ ୨୭.୫% କାଟ୍‌


ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନା ଲାଗି ପୂର୍ବରୁ ୭୫,୦୦୦ କୋଟି ଟଙ୍କା ବ୍ୟୟବରାଦର ଲକ୍ଷ୍ୟ ରଖାଯାଇଥିଲା। ତେବେ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ପରିଚାଳନାଗତ ଅସୁବିଧା ଯୋଗୁ ଏଥିରେ ୨୭.୫% ହ୍ରାସ କରାଯାଇ ୫୪,୩୭୦.୧୫ କୋଟି ଟଙ୍କାରେ ସୀମିତ ରଖାଯାଇଛି। ପିଏମ୍‌-କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ କିସ୍ତିରେ ଦେବା ପାଇଁ ବ୍ୟବସ୍ଥା ରହିଛି। ଏହି ଯୋଜନା କାର୍ଯ୍ୟକାରୀ କରିବାରେ କେତେକ ଅସୁବିଧା ହେଉଥିବା ସତ୍ତ୍ୱେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୭୫,୦୦୦ କୋଟି ଟଙ୍କା ଆବଣ୍ଟନ ପାଇଁ ଆକଳନ କରାଯାଇଥିଲା। ହେଲେ କେନ୍ଦ୍ର ସରକାର ୮ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଅଦ୍ୟାବଧି ୪୩,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି: ଓ୍ବାଲ୍‌ମାର୍ଟ


ବେଙ୍ଗାଲୁରୁ: କେନ୍ଦ୍ରୀୟ ବଜେଟରେ କୃଷି, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିବାରୁ ଏହା ଭାରତର ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଗ୍ଲୋବାଲ ରିଟେଲ ଜାଏଣ୍ଟ ଓ୍ବାଲ୍‌ମାର୍ଟ ପକ୍ଷରୁ କୁହାଯାଇଛି। ଏହାର ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରିଶ୍‌ ଆୟର କହିଛନ୍ତି, ଏହି ବଜେଟ ଏକ ନୂଆ ଆକାଂକ୍ଷୀ ଭାରତ ନିର୍ମାଣରେ ସହାୟକ ହେବ। ବଜେଟରେ କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ଉଦ୍ୟମ ହୋଇଥିବାରୁ ଏହା ତୃଣମୂଳ ସ୍ତରରୁ ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଅର୍ଥନୀତିର ଦୂରଦୃଷ୍ଟି ପାଇଁ ଏହି ବଜେଟ ଏକ ରୋଡ୍‌ମ୍ୟାପକୁ ଉନ୍ମୋଚନ କରିଥିବା ସେ ମତ ଦେଇଛନ୍ତି।

ଏମ୍‌ଜିଏନ୍‌ଆର୍‌ଇଜିଏରେ ୯,୫୦୦ କୋଟି ହ୍ରାସ

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୧.୨୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଏହି ପରିମାଣକୁ ୧.୨୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି ମହାମତ୍ା ଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଆ (ଏମ୍‌ଜିଏନ୍‌ଆର୍‌ଇଜିଏ) ଯୋଜନାରେ ମଧ୍ୟ ଏଥର ୯,୫୦୦ କୋଟି ଟଙ୍କା ହ୍ରାସ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏକୁ ୨୦୧୯-୨୦ରେ ୭୧,୦୦୧.୮୧ କୋଟି ଦିଆଯାଇଥିବାବେଳେ ଏବେ ଏଥିରେ ୧୩% ହ୍ରାସ କରାଯାଇ ୬୧,୫୦୦ କୋଟି ଟଙ୍କାରେ ସୀମିତ ରଖାଯାଇଛି। ତେବେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଭଳି ରାସ୍ତା ଓ ଗୃହ ନିର୍ମାଣ ଯୋଜନାକୁ ପୂର୍ବାପେକ୍ଷା ଅଧିକ ପାଣ୍ଠି ଯୋଗାଇ ଦିଆଯାଇଛି।

ଦାରିଦ୍ର୍ୟ ଦୂରୀକରଣ ଲାଗି ଦୀନଦୟାଲ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନାରେ ୫୮ ଲକ୍ଷ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ କ୍ରିୟାଶୀଳ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୂଚନା ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗକୁ ୨୦୧୯-୨୦ରେ ୫୦୦ କୋଟି ଟଙ୍କା ଦିଆଯାଇଥିବାବେଳେ ଏଥର ପ୍ରାୟ ଦୁଇଗୁଣା ଅର୍ଥାତ୍‌ ୯୦୦.୯୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri